18 ଫେବୃଆରୀ 2023, 30 ବର୍ଷ ପରେ ବନୁଛି ମହାସଂଯୋଗ….ଏହିଦିନ ଶିବଲିଙ୍ଗରେ ଚଢାନ୍ତୁ 1 ଜିନିଷ ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଭୋଳା ବାବା ଓ ମା ପାର୍ବତୀ ଙ୍କ ଉପାସନା ପାଇଁ ମହା ଶିବାରାତ୍ରି ର ଦିନ ସବୁଠାରୁ ଉତ୍ତମ ମାନାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ପ୍ରତେକ ବର୍ଷ ଜାଗର ପର୍ବ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ର ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ । ଏହି ବର୍ଷ 18 ଫେବୃଆରୀ 2023 ଶନିବାର ଦିନ ପଡୁଛି ଜାଗର ପର୍ବ । ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ଶିବ ପ୍ରତେକ ଶିବଳିନ ଉପରେ ବିରାଜମାନ ହୋଇଥାନ୍ତି ।

ଏହା ସହ ଭକ୍ତଙ୍କର ମନୋକାମନା ପୂରଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଶିବାରାତ୍ରି ଦିନ ଶିବଲିଙ୍ଗ ଉପରେ କଣ ଜିନିଷ ଚଢାଇଲେ ଶୁଭ ହୋଇଥାଏ । ବର୍ଷ 2023 ରେ ମହା ଶିବରାତ୍ରି 18 ଫେବୃଆରି ଶନିବାର ଦିନ ପଡୁଛି । ଚତୁର୍ଦ୍ଦଶୀ ତିଥି ଶୁଭ ହେବ ଫେବୃଆରି 18 ରାତ୍ରି 8ଟା 2 ମିନିଟରେ । ସମାପ୍ତ ହେବ 19 ଫେବୃଆରି ସନ୍ଧ୍ୟା 4ଟା 18 ମିନିଟରେ ।

ଶିବରାତ୍ରି ପାରଣର ସମୟ ହେଉଛି 19 ଫେବୃଆରି ସକାଳ 6ଟା 56 ମିନି ଟ ରୁ ସନ୍ଧ୍ୟା 3ଟା 24 ମିନିଟ ଯାଏଁ । ପ୍ରଥମ ପ୍ରହର ପୂଜାର ସମୟ ହେବ 18 ଫେବୃଆରି ସନ୍ଧ୍ୟା 6ଟା 45 ମିନିଟରୁ ରାତି 9ଟା 35 ମିନିଟ ଯାଏଁ । ଦ୍ଵିତୀୟ ପ୍ରହରର ସମୟ ରାତି 9ଟା 35 ମିନିଟରୁ 19 ଫେବୃଆରି ମଧ୍ୟରାତ୍ରି 12ଟା 24 ମିନିଟ ଯାଏଁ । ତୃତୀୟ ପ୍ରହରର ସମୟ 19 ଫେବୃଆରି ମଧ୍ୟରାତ୍ରି 12ଟା 24 ମିନିଟରୁ ସକାଳ 3ଟା 14 ମିନିଟ ଯାଏଁ ।

ଚତୁର୍ଥ ପ୍ରହାର ସମୟ 19 ଫେବୃଆରି ସକାଳ 3ଟା 14 ମିନିଟ୍ରୁ ସକାଳ 6ଟା 3 ମିନିଟ ଯାଏଁ । ଜ୍ଯୋତିଷ ଅନୁଯାୟୀ ଏହି ବର୍ଷ ଶିବରାତ୍ରି ରେ ଅତ୍ୟନ୍ତ ଶୁଭ ସର୍ବାସିଦ୍ଧ ଯୋଗର ନିର୍ମାଣ ହେଉଛି । ମାନ୍ୟତା ଅଛି କି ଏହି ଶୁଭ ଯୋଗରେ ଧାର୍ମିକ କାର୍ଯ୍ୟ କରିବା ଦ୍ଵାରା ଅନେକ ଗୁଣା ଅଧିକ ଫଳ ମିଳିଥାଏ । ଦୀର୍ଘ 30 ବର୍ଷ ପରେ ନ୍ୟାୟର ଦେବତା ଶନି କୁମ୍ଭ ରାଶିକୁ ବିରାଜମାନ କରିବେ ।

ମାନାଯାଏ ଏହି ଶୁଭ ଯୋଗରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଶେଷ ପୂଜା ଓ ଉପାୟ କରିଲେ ଲାଭକାରୀ ହୋଇଥାଏ । ଏହି ଦିନ ସକାଳୁ ସ୍ନାନ କରି ବ୍ରତ ଧାରଣ କରନ୍ତୁ । ପଞ୍ଚାମୃତ ପାଇଁ ଦହି, ଘିଅ, ମହୁ, ଚିନୀ ବା ଗଙ୍ଗାଜଳରେ ଶିବଲିଙ୍ଗର ଅଭିଷେକ କରନ୍ତୁ । ବେଲପତ୍ର, ଚନ୍ଦନ, ଧତୁରା, ଫୁଲ ଭଗବାନ ଶିବଙ୍କୁ ଅର୍ପିତ କରନ୍ତୁ । ପୂଜା ସମୟରେ ଓମ ନମହ ଶିବାୟ ମନ୍ତ୍ର ଜପ କରନ୍ତୁ ।

ଏହି ଦିନ ଧନର ବୃଦ୍ଧି ପାଇଁ ବେଲଗଛରେ ପରିକ୍ରମା କରି ଘିଅ ଦୀପ ଜଳାନ୍ତୁ । ଶାସ୍ତ୍ରରେ ଏହି ଉପାୟ ବହୁତ ଲାଭକାରୀ ମାନାଯାଇଛି । ଏହି ଦିନ ଶିବଲିଙ୍ଗରେ ଜଳ, ଦହି, ଚିନୀ ଚଢାଇବା ଶୁଭ ହୋଇଥାଏ । ଏହା ସହ ଘିଅ, ମହୁ, କେସର, ଚନ୍ଦନ ଆଦି ଅର୍ପଣ କରିଲେ ମନୋକାମନା ପୂରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *