ଶିବରାତ୍ରି ସମ୍ବଧିତ କିଛି ପ୍ରଶ୍ନ ଓ ଉତ୍ତର, ଦେଖିବା ଆପଣଙ୍କୁ ଶିବରାତ୍ରି ବିଷୟରେ କେତେ ଜଣା ଅଛି ?

ବନ୍ଧୁଗଣ ଦୁନିଆ ହେଉଛି ଏକ ବଡ ପ୍ରଶ୍ନ । କାରଣ ପ୍ରଶ୍ନ ବିନା କିଛି ସମ୍ଭବ ନୁହେଁ । ଯଦି ପ୍ରଶ୍ନ ନ ରହିବ ତେବେ ଉତ୍ତର କେଉଁଠାରୁ ଆସିବ । ତେଣୁ ଆପଣ ମାନଙ୍କ ମନରେ ରହିଥିବା ପ୍ରଶ୍ନ ସ୍ଵାଭାବିକ ଯାହାର ଉତ୍ତର ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ । ଯାହାର ଉତ୍ତର ଜାଣିବା ପରେ ଆପଣ ନିଜର ଜ୍ଞାନ ଏବଂ ବୁଦ୍ଧିକୁ ନିହାତି ଭାବରେ ବିକଶିତ କରି ଏହାକୁ କୌଣସି କାର୍ଯ୍ୟରେ କାର୍ଯ୍ୟକାରୀ କରିପାରିବେ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତେକ ବର୍ଷ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିକୁ ହର ହର ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ଉଶ୍ଚବ ମନାଯାଏ । ଆମେ ଏହାକୁ ଜାଗର ପର୍ବ ମଧ୍ୟ କହିଥାଉ । ଚଳିତ ବର୍ଷ ଫେବୃଆରୀ 18 ତାରିଖ ଶନିବାର ଦିନ ପଡିବା ଯାଉଛି ମହା ଶିବରାତ୍ରି ବା ଜାଗର ପର୍ବ ।

ତେବେ ମହା ଶିବାରାତ୍ରି ରେ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ବିବାହ ହୋଇଥିଲା ଯାହା ଆମ ପ୍ରାଚୀନ କାଳରୁ ପ୍ରଥା ଚାଲିଛି । ଆଉ ଏହି ଦିନକୁ ଆମେ ଖୁବ ଧୂମ ଧାମ ରେ ପାଳନ କରିଥାଉ । ଏହି ଦିନ ପ୍ରତେକ ଶିବ ମନ୍ଦିର ରେ ଭକ୍ତ ମାନଙ୍କର ଗହଳି ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ମହା ଶିବରାତ୍ରି ସହ ଜଡିତ କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ଯାହା ଆପଣ ମାନଙ୍କର ପାଠ ପଢା ରେ କାମରେ ଆସିବ ।

୧- ମହା ଶିବରାତ୍ରି କେଉଁ ଓଡିଆ ମାସରେ ପାଳନ କରାଯାଏ ?

ଉତ୍ତର- ଫାଲ୍ଗୁନ ।

୨- ଭଗବାନ ଶିବ କେଉଁ ଦିନ ମାତା ପାର୍ବତୀ ଙ୍କୁ ବିବାହ କରିଥିଲେ ?

ଉତ୍ତର- ମହା ଶିବରାତ୍ରି ।

୩- ଭଗବାନ ଶିବ ଙ୍କ କେଉଁ ନାମ ମହା ଶିବାତରୀ ସହିତ ଜଡିତ ଅଟେ ?

ଉତ୍ତର- ନୀଳକଣ୍ଠ ।

୪- ଭଗବାନ ଶିବ ଙ୍କ ନାମ କାହିଁକି ନୀଳକଣ୍ଠ ହୋଇଛି ?

ଉତ୍ତର- ବିଷ ପିଇ ଥିବାରୁ ।

୫- କେଉଁ ପୁରାଣ ରେ ମହା ଶିବରାତ୍ରି ବିଷୟରେ ବର୍ଣ୍ଣନା କରା ଯାଇଛି ?

ଉତ୍ତର- ସ୍କନ୍ଧ ପୁରାଣ, ଲିଙ୍ଗ ପୁରାଣ ଓ ପଦ୍ମ ପୁରାଣ ।

୬- କେଉଁ ସ୍ଥାନ ରେ ମହା ଶିବରାତ୍ରି କୁ ହର ରାତ୍ରି କୁହାଯାଏ ?

ଉତ୍ତର- କାଶ୍ମୀର ।

୭- କେଉଁ ସ୍ଥାନ ମହା ଶିବରାତ୍ରି ପାଇଁ ପ୍ରସିଦ୍ଧ ଅଟେ ?

ଉତ୍ତର- ବାରଣାସୀ ।

୮- ଭଗବାନ ଶିବ ଙ୍କୁ କିଏ ଶିବ ନାମ ଦେଇଥିଲେ ?

ଉତ୍ତର- ବ୍ରମ୍ହା ।

୯- ଭଗବାନ ଶିବ ତାଙ୍କ ସୃଷ୍ଟି ଜାଗାରେ କଣ ଅଟନ୍ତି ?

ଉତ୍ତର- ସଂହାର କର୍ତ୍ତା ।

୧୦- ମହାଦେବ ଙ୍କ ଶ୍ଵଶୁର ଙ୍କ ନାମ କଣ ଅଟେ ?

ଉତ୍ତର- ପ୍ରଜାପତି ଦକ୍ଷ ।

୧୧- ଶିବ ଙ୍କ ୧୧ତମ ରୁଦ୍ର ଅବତାର କିଏ ଥିଲେ ?

ଉତ୍ତର- ଶ୍ରୀ ହନୁମାନ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *