25 October, ଭୟଙ୍କର ସୂର୍ଯ୍ୟ ପରାଗ, ଦେଖନ୍ତୁ ହାଣ୍ଡିଛାଡର ସଠିକ ସମୟ, ଏହି 8ଟି ରାଶିରେ ଖୁସିର ବର୍ଷା

ନମସ୍କାର ବନ୍ଧୁଗଣ, ଏହି ବର୍ଷ ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ମଙ୍ଗଳବାର ଦିନ ହେବାକୁ ଯାଉଛି । ସୂର୍ଯ୍ୟ ପରାଗର ଅନେକ ନୀତି ନିୟମ ରହିଛି । ଯାହାକୁ ଆମକୁ ପାଳନ କରିବା ଦରକାର । ଯଦି ଆମେ ତାହା ସବୁ ପାଳନ ନ କରିବା ତେବେ ଏହାର କୁପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ତେବେ ଆଜି ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗର ସଠିକ ସମୟ ଏବଂ କେଉଁ ରାଶିର ଲୋକଙ୍କ ପାଇଁ ଏହା ଖୁସି ଆଣିଦେବ ତାହାର ସମ୍ପୂର୍ଣ ବିବରଣୀ ।

ପାକ ନିଷେଧ ବା ହାଣ୍ଡିଛାଡ: ୨୪ ଅକ୍ଟୋବର ସୋମବାର ରାତ୍ରି ୯.୨୫ ମିନିଟରୁ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨.୩୧ ମିନିଟ ପର୍ଯ୍ୟନ୍ତ ହାଣ୍ଡିଛାଡ ସମୟ ରହିଛି । ସୂର୍ଯ୍ୟ ପରାଗ ଲାଗିବାର ସଠିକ ସମୟ: ତାରିଖ: ୨୫ ଅକ୍ଟୋବର ୨୦୨୨ ମଙ୍ଗଳବାର । ଆରମ୍ଭ: ଦିନ ୧୨.୧୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ ସମୟ: ଦିନ ୧.୨୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ ଅବଧି: ମାତ୍ର ୩୪ ସେକେଣ୍ଡ ।

ଶେଷ ବା ମୋକ୍ଷ ପ୍ରାପ୍ତି: ଦିନ ୨.୩୧ ମିନିଟ । ଅବଧୀ କାଳ: ୨ ଘଣ୍ଟା ୧୯ ମିନିଟ ଏବଂ ୨୬ ସେକେଣ୍ଡ । ଗର୍ଭବତୀ ମହିଳା: ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ଅଶୁଭ ହୋଇଥିବାରୁ ସାବଧାନ ରୁହନ୍ତୁ । ଏବଂ ସୂର୍ଯ୍ୟ ପରାଗ ଦେଖିବା ମଧ୍ୟ ବାରଣ କରାଯାଇଅଛି । ଏହି ସୂର୍ଯ୍ୟ ପରାଗର କୁପ୍ରଭାବ ଗର୍ଭରେ ଥିବା ସନ୍ତାନ ଉପରେ ସିଧା ସଳଖ ପଡିଥାଏ ।

ଏହି ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷ କାଟନ୍ତୁ ନାହିଁ । କିମ୍ବା କୌଣସି କପଡା ଇତ୍ୟାଦି ସିଲେଇ ମଧ୍ୟ କରନ୍ତୁ ନାହିଁ । ସୂର୍ଯ୍ୟ ପରାଗ କାରଣରୁ ଗ୍ରହ ଏବଂ ନକ୍ଷତ୍ରଙ୍କ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଘଟିବାକୁ ଯାଉଛି । ଯାହାର ପ୍ରଭାବ ରାଶି ଚକ୍ରର ୧୨ଟି ରାଶି ମଧ୍ୟରୁ ୮ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବା ପାଇଁ ଯାଉଛି ।

ସେହି ଶୁଭ ରାଶି ଗୁଡିକ ହେଉଛି, ମେଷ ରାଶି, ମିଥୁନ ରାଶି, ସିଂହ ରାଶି, ବିଛା ରାଶି, ଧନୁ ରାଶି, ମକର ରାଶି, କୁମ୍ଭ ରାଶି, କର୍କଟ ରାଶି । ଏହି ସମସ୍ତ ରାଶି ସୂର୍ଯ୍ୟ ପରାଗ ପରଠାରୁ ଖୁବ ଧନ କମେଇବେ । ଏହା ସହିତ ବୃଷ ରାଶି, ତୁଳା ରାଶି, କନ୍ୟା ରାଶି ଏବଂ ମୀନ ରାଶିର ବ୍ୟକ୍ତିଙ୍କ ଉପରେ ଏହି ସୂର୍ଯ୍ୟ ପରାଗ ଖରାପ ପ୍ରଭାବ ପକେଇବାକୁ ଯାଉଛି । ତେଣୁ ସାବଧାନ ଅବଲମ୍ବନ କରନ୍ତୁ ଏହି ସୂର୍ଯ୍ୟ ପରାଗ ସମୟରେ ।

ମନରେ ଭଗବାନଙ୍କ ନାମ ଜପ କରନ୍ତୁ । ଏହା କାରିବାଦ୍ବାରା ଆସୁଥିବା ବିପଦ ଟଳିଯିବ । ଏହି ସମସ୍ତ କଥାକୁ ଧ୍ୟାନରେ ରଖନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *