Diwali ଦିନ ଭୁଲରେ ବି ଏହି 7ଟି କାମ କରନ୍ତୁ ନାହିଁ, ନଚେତ ହୋଇଯିବେ ଦାଣ୍ଡର ଭିକାରି

ବନ୍ଧୁଗଣ ଆଗକୁ ଆସୁଅଛି ଦୀପାବଳି ପର୍ବ । ହିନ୍ଦୁ ଧର୍ମରେ ଦୀପାବଳି ପର୍ବ ସବୁ ପର୍ବ ମଧ୍ୟରୁ ଗୋଟିଏ ହୋଇଥାଏ । ଏଥିପାଇଁ ପୁରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଏହି ଦିନ ସମସ୍ତଙ୍କ ଘରେ ମାତା ଲକ୍ଷ୍ମୀଙ୍କ ପୂଜା ହୋଇଥାଏ । କାରଣ ହିନ୍ଦୁ ଧର୍ମରେ ବିଶ୍ଵାସ ରହିଛି କି ଏହି ଦିନ ମା ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି । ତେଣୁ ହିନ୍ଦୁ ଧର୍ମରେ ଲୋକେ ମା ଲକ୍ଷ୍ମୀଙ୍କ ସ୍ଵାଗତ ପାଇଁ ସବୁ ପ୍ରକାରର ଆୟୋଜନ କରିଥାନ୍ତି । କିନ୍ତୁ ଦୀପାବଳି ଦିନ ଏମିତି କିଛି କାର୍ଯ୍ୟ କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଦୀପାବଳି ଦିନ ଘରକୁ କେବେ ଅପରିଷ୍କାର କରନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଓ ଘରକୁ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହି ।

୨- ଦୀପାବଳି ଦିନ ଭୁଲରେ ବି କାହା ସହ ଝଗଡା କରନ୍ତୁ ନାହି କି ବୟସ୍କ ଲୋକଙ୍କ ସହ ଖରାପ ବ୍ୟବହାର କରନ୍ତୁ ନାହି । ଏମିତି କରିଲେ ମା ଲକ୍ଷ୍ମୀ ଗୃହକୁ ପ୍ରବେଶ କରନ୍ତୁ ନାହି ।

୩- ଦୀପାବଳି ଦିନ ମଦ୍ୟପାନ କରନ୍ତୁ ନାହି କି କୌଣସି ଅନ୍ୟ ନିଶାଦ୍ରବ୍ୟ ସେବନ କରନ୍ତୁ ଅନହି । ଏହି ଦିନ ଆମିଷ ଭୋଜନ କରନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ନାହି ।

୪- ଝାଡୁ ହେଉଛି ମା ଲକ୍ଷ୍ମୀଙ୍କ ପ୍ରତୀକ । ଏହା ଛାଡ ଝାଡୁ ସ୍ଵଛତାର ପ୍ରତୀକ ଅଟେ । ତେଣୁ ଝାଡୁର ନିରାଦର କରିବା ହେତୁ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଝାଡୁକୁ କେବେ ପାଦ ରେ ମାରନ୍ତୁ ନାହି । ଦୀପାବଳି ଦିନ ଝାଡୁକୁ ବ୍ୟଭର କରିବା ପରେ ଏମିତି ଜାଗାରେ ରଖନ୍ତୁ ଯେମିତି କାହାର ନଜର ପଡିବ ନାହି କି କାହାର ପାଦ ବାଜୀବ ନାହି ।

୫- ଦୀପାବଳି ଦିନ ସନ୍ଧ୍ୟା ରେ ଶୋଇବା ଉଚିତ ନୁହେଁ । ଏହା କରିଲେ ବର୍ଷା ସାରା ଦାରିଦ୍ରତା ଦେଖାଯିବା ସହ ମା ଲକ୍ଷ୍ମୀଙ୍କ ଆଗମନ ହୁଏ ନାହି ।

୬- ଦୀପାବଳି ହେଉଛି ଆଲୋକର ପର୍ବ । ତେଣୁ ଏହି ଦିନ ଘରକୁ ଦୀପ ଆଲୁଅରେ ସଜାଇବା ଉଚିତ । ଏହି ଦିନ ଘରକୁ ଅନ୍ଧାରରେ ରଖନ୍ତୁ ନାହି । କଥାରେ ଅଛି ମା ଲକ୍ଷ୍ମୀ ଏହି ଦିନ ଆଲୋକରେ ଚମକ କରୁଥିବା ସ୍ଥାନକୁ ଯାତ୍ରା କରନ୍ତି ।

୭- ଦୀପାବଳି ଦିନ କେବେ ବି ଜୁଆ ଖେଳନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ଅନାଦର ହେବା ସହ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହି । ମା ଲକ୍ଷ୍ମୀ କୃପା ଦୃଷ୍ଟିରୁ ଆପଣ ଓ ପରିବାର ବଞ୍ଚିତ ହେବେ । ଏହା ସହ ଧନ ହାନି ହୋଇଥାଏ । ତେଣୁ ଦୀପାବଳି ଦିନ ଏହି ସବୁ କାମ କରିବାରୁ ନିବୃତ୍ତ ରୁହନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *