ଏହି 4ଟି ଲକ୍ଷଣ ଥିବା ବ୍ୟକ୍ତି ଉପରେ ସର୍ବଦା କ୍ରୋଧିତ ରହିଥାନ୍ତି ମହାଦେବ- Shiv Puran

ମହାଦେବ ହିଁ ଆଦି ଓ ଅନନ୍ତ ଅଟନ୍ତି । ଭୋଳାନାଥ ନିଜର ଭକ୍ତଙ୍କର ଭେଦଭାବ କରନ୍ତି ନାହିଁଁଁ । ମଣିଷ ହେଉ ବା ଦେବତା ହେଉ ବା ପଶୁ ହେଉ ସମସ୍ତଙ୍କ ଉପରେ ମହଦେବ କୃପା ବର୍ଷାଇଥାନ୍ତି । ତାଙ୍କୁ ପ୍ରସନ୍ନ କରିବା ଏପାଇଁ କୌଣସି ଆଭୁଷଣ ବା ସୁସ୍ଵାଦିଷ୍ଟ ଖାଦ୍ୟର ଆବଶ୍ୟକତା ନାହିଁଁଁ । ପୌରାଣିକ ଗ୍ରନ୍ଥରେ ମହାଦେବଙ୍କର କୃପା ପ୍ରାପ୍ତ ପାଇଁ କିଛି ଲକ୍ଷଣ ବିଷୟରେ କୁହାଯାଇଛି । ତାଙ୍କର କୃପା ଲାଭ କରିଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ମହାଦେବ କେଉଁ ଲକ୍ଷଣ ଥିବା ବ୍ୟକ୍ତିଙ୍କ ପ୍ରତି ଅସନ୍ତୁଷ୍ଟ ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯେଉଁ ବ୍ୟକ୍ତି ପଶୁ ମାନଙ୍କ ପ୍ରତି ଅତ୍ୟାଚାର କରିଥାଏ ସେଭଳି ବ୍ୟକ୍ତି କେବେ ବି ମହଦେବଙ୍କ କୃପା ଲାଭ କରେ ନାହିଁଁଁ । ଏମିତି ଲୋକେ ଅତ୍ୟନ୍ତ ଦୁଷ୍ଟ ସ୍ଵଭାବର ହେବା ସହ ହିଂସା ପରାୟଣ ହୋଇଥାନ୍ତି । ଏମାନଙ୍କ ମନରେ କାହା ପ୍ରତି ଦୟା ଭାବ ରହି ନ ଥାଏ । ଏମାନେ ନିଜ ଲୋକଙ୍କ ପାଇଁ ମଧ୍ୟ କଷ୍ଟଦାୟକ ହୋଇଥାନ୍ତି । ଏମାନେ ପଶୁଙ୍କ ହତ୍ୟା କରିବା କାରଣରୁ ଭବିଷ୍ୟତରେ ନିଜ କର୍ମର ଫଳ ପ୍ରାପ୍ତ କରିଥାନ୍ତି ।

୨- ଯେଉଁ ବ୍ୟକ୍ତି ଅଧିକ ଲୋଭୀ ହୋଇଥାଏ ବା ଟଙ୍କା ପଇସାକୁ ନେଇ ହେରାଫେରି କରିଥାଏ ସେଭଳି ବ୍ୟକ୍ତି କେବେ ବି ମହଦେବଙ୍କ କୃପା ପାଇପାରେ ନାହିଁଁଁ । ଯଦି କୌଣସି ବ୍ୟକ୍ତି ଅନ୍ୟାୟରେ ଟଙ୍କା ରୋଜଗାର କରିଥାଏ ତେବେ ସେ ଦଣ୍ଡ ପାଇଥାଏ ।

୩- ଶିବ ପୁରାଣ ଅନୁସାରେ ସ୍ତ୍ରୀ ର ଅର୍ଦ୍ଧନାରୀଶ୍ଵର ରୂପ ନାରୀଶକ୍ତିର ପ୍ରତୀକ ଅଟେ । ଯେଉଁ ବ୍ୟକ୍ତି ନାରୀ ଙ୍କୁ କଷ୍ଟ ଦେଉଥାଏ ବା ତାଙ୍କର ଅପମାନ କରୁଥାଏ ସେ କେବେ ବି ମହଦେବଙ୍କ କୃପା ଲାଭ ପାଇପାରେ ନାହିଁଁ । ଯେଉଁ ପୁରୁଷ ନିଜ ସ୍ତ୍ରୀ କୁ ସବୁବେଳେ କାମରେ ଲଗାଇଥାଏ ଓ ରାଗ ଆସିଲେ ତାଙ୍କ ପ୍ରତି ହିଂସା ପରାୟଣ ହୋଇଥାଏ ସେଭଳି ବ୍ୟକ୍ତି କ୍ରୋଧୀ ଓ ଦଣ୍ଡକାରକ ହୋଇଥାଏ । ଏଭଳି ବ୍ୟକ୍ତି ଉପରେ ମହଦେବ ପ୍ରସନ୍ନ ହୁଅନ୍ତି ନାହିଁଁ ।

୪- ଯେଉଁ ବ୍ୟକ୍ତି ପ୍ରତେକ ସମୟରେ ଅନ୍ୟ ର ଖରାପ ଚିନ୍ତା କରିଥାଏ ଓ ଇଶ୍ଵର ଙ୍କୁ ସର୍ବଦା ଅନ୍ୟର ନାସ ହେବାର ପ୍ରାର୍ଥନା କରିଥାଏ ସେଭଳି ବ୍ୟକ୍ତି କେବେ ବି ଭୋଳାନାଥଙ୍କ କୃପା ପ୍ରାପ୍ତ କରେ ନାହିଁଁ । ଏହି ୪ଟି ଲକ୍ଷଣ ଥିବା ବ୍ୟକ୍ତି ଉପରେ ମହଦେବଙ୍କ କୃପା ରୁହେ ନାହିଁଁ ।

ଯଦି ଆପଣଙ୍କ ଠାରେ ଏଭଳି କିଛି ଲକ୍ଷଣ ରହିଛି ତେବେ ତୁରନ୍ତ ଏହାକୁ ତ୍ୟାଗ କରନ୍ତୁ । ସର୍ବଦା ଅନ୍ୟ ର ଭଲ ଚିନ୍ତା କରିବା ସହ ପରୋକାରୀ ହେବା ଉଚିତ । ଯାହା ଦ୍ଵାରା ମହଦେବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *