7 ଲବଙ୍ଗ ରେ କରନ୍ତୁ ଏହି ଖାସ ଉପାୟ, ବଡ ଠୁ ବଡ ଶତ୍ରୁ ବି ଧରିବେ ଆପଣଙ୍କ ପାଦ

ନିଜ ଲୋକମାନେ ଶତ୍ରୁ ହେବେ । ତେବେ ଆପଣଙ୍କ ର ଯଦି କେହି ଶତ୍ରୁ ଅଛନ୍ତି ଯିଏ ସର୍ବଦା ଆପଣଙ୍କୁ ଅସୁବିଧାରେ ପକାଉଛନ୍ତି । ଆପଣଙ୍କ ଉନ୍ନତି ଦେଖି ସହି ପାରୁ ନାହାନ୍ତି ଆପଣଙ୍କୁ ପ୍ରତେକ କଥା ରେ ନୀଚ ଦେଖାଉଛନ୍ତି ତେବେ ଆପଣ କିପରି ସେମାନଙ୍କ ଠାରୁ ମୁକ୍ତି ପାଇବେ ତାହା ସମ୍ଭନ୍ଧ ରେ ଆଜି ଆମେ କିଛି ଉପାୟ ଆପଣଙ୍କୁ କହିବୁ । ସାଧାରଣତଃ ଯିଏ ବି ଆପଣଙ୍କ ଶତ୍ରୁ ଥାଆନ୍ତି ସେମାନେ ବିଭିନ୍ନ ଉପାୟରେ ଆପଣଙ୍କୁ ସର୍ବଦା ତଳେ ରଖିବାକୁ ଆପ୍ରାଣେ ଚେଷ୍ଟା କରନ୍ତି ।

ଯେପରି କଳାଯାଦୁ, ବିଭିନ୍ନ ପୂଜା , ତନ୍ତ୍ର ଆଦି । ସେମାନେ ଆପଣଙ୍କୁ ପ୍ରତେକ ଛୋଟ ଛୋଟ କଥାରେ ନୀଚ ଦେଖାଇବା , ଆପଣଙ୍କ ପରିହାସ କରିବା ଆପଣଙ୍କୁ ଅସୁବିଧାରେ ପକାଇବା ଓ ଆପଣଙ୍କ ଜୀବନକୁ ମଧ୍ୟ ହାନି କରିବା ରେ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ଆପଣ ଯଦି ନିଜ ଶତ୍ରୁଙ୍କ ଠାରୁ ଦୂର ରେ ରହିବାକୁ ଚାହାନ୍ତି ବା ସେମାନଙ୍କର ସବୁ ଚେଷ୍ଟାକୁ ଯଦି ଅସଫଳ କରିବାକୁ ଚାହାନ୍ତି ତେବେ ନିମ୍ନୋକ୍ତ ପରି କାର୍ଯ୍ୟ କରନ୍ତୁ । ଆମେ ସମସ୍ତେ ଲବଙ୍ଗ ଗୋଟା ମସଲା ବୋଲି ଜାଣିଛେ କିନ୍ତୁ ଏହାର କାର୍ଯ୍ୟ ଓ ବ୍ୟବହାର ବହୁତ ଅଟେ । ଲବଙ୍ଗ ଖାଦ୍ୟ ରେ ବ୍ୟବହାର ହୁଏ , କଳାଯାଦୁ ଶତ୍ରୁ ଆଦିଙ୍କ ଠାରି ରକ୍ଷା କରେ ଓ ଏହା ସହିତ ଏହା ମା ଦୁର୍ଗାଙ୍କର ମଧ୍ୟ ପ୍ରିୟ ଅଟେ ।

ତେଣୁ ଲବଙ୍ଗକୁ ନେଇ ଆପଣ ୨ ଟି ଉପାୟ ରେ ନିଜ ଶତ୍ରୁ ଓ ଗୁଣି ଆଦି ଠାରୁ ମୁକ୍ତି ପାଇଁ ପାରିବେ । କିନ୍ତୁ ମନେ ରଖିବେ ଏହି ଉପାୟ ପାଇଁ ଗୋଟାଏ ଓ ଫୁଲ ପରି ଥିବା ଲବଙ୍ଗ ଆବଶ୍ୟକ ଭଙ୍ଗା ବା ଅଧା ଭଙ୍ଗା ଲବଙ୍ଗ ବ୍ୟବହାର କରିବେ ନାହିଁ । ପ୍ରଥମ ଉପାୟ ହେଉଛି ଆପଣ ଶନିବାର ଦିନ ୭ ଟି ଲବଙ୍ଗ ନେଇ ପ୍ରତେକ ଲବଙ୍ଗକୁ ହାତରେ ମୁଠା କରି ଧରି ନିଜ ଶତ୍ରୁ ର ନାମକୁ ମନ ରେ ସ୍ମରଣ କରି ଫୁଙ୍କ ମାରିବେ । ଏହି ପରି ୭ ଟି ଲବଙ୍ଗ ଅଛି ତେଣୁ ଆପଣ ୭ଥର ଶତ୍ରୁ ର ନାମ କୁ ଏପରି ସ୍ମରଣ କରି କରିବେ । ଅଥବା ଆପଣ ୨୧ ଥର ମଧ୍ୟ କରିପାରିବେ । ଏହାକୁ କରିବା ପରେ ସେହି ଲବଙ୍ଗ କୁ ନିଜ ଘରର ଗୋଟିଏ କୋଣ ରେ ରଖିଦେବେ ।

ଓ ତା ପରଦିନ ଅର୍ଥାତ ରବିବାର ଦିନ ଦିନ ବେଳା ଆପଣ ଏହି ଲବଙ୍ଗ ଗୁଡିକୁ କୌଣସି ଜିନିଷ ସାହାର୍ଯ୍ୟ ରେ ଜଳାଇଦେବେ । ଓ ଏହାର ପାଉଁଶକୁ ଫିଙ୍ଗିବେନି ଏହାକୁ ନେଇ କୌଣସି ସ୍ଥାନରେ ପୋତି ଦେବେ । ଦ୍ବିତୀୟ ଉପାୟ ଆପଣ ଗୋଟିଏ ଲବଙ୍ଗ ନେବେ ଓ ଗୋଟିଏ ଧଳା କାଗଜ ଓ ନାଲି ସିନ୍ଦୁର । ସିନ୍ଦୁର କୁ ପାଣି ସାହାର୍ଯ୍ୟ ରେ ଗୋଳାଇ ନେବେ ଲବଙ୍ଗ ସାହାର୍ଯ୍ୟ ରେ ଧଳା କାଗଜରେ ନିଜ ଶତ୍ରୁଙ୍କ ନାମ ଲେଖି ଏହାକୁ ଗୁଡ଼ାଇ ସେହି କାଗଜକୁ ଜାଳିନେବେ । ଏହା ର ପାଉଁଶକୁ ନେଇ କୋୖଣସି ସ୍ଥାନରେ ପୋତିଦେବେ । ଯଦି ଆପଣ ଓସ୍ତ ପତ୍ର ପାଇବେ ତେବେ ଏହି ଉପାୟକୁ କାଗଜ ରେ ନ କରି ଶୁଖିଲା ଓସ୍ତ ପତ୍ର ରେ କରିବେ ଯାହା ଫଳରେ ଆପଣଙ୍କୁ ଶୀଘ୍ର ଫଳ ମିଳିବ । ଏହି ଉପାୟକୁ ଆପଣ ଶନିବାର, ରବିବାର, ମଙ୍ଗଳବାର ଆଦି ବାର ମଧ୍ୟରୁ କୌଣସି ଏକ ବାରରେ କରିପାରିବେ ।

Leave a Reply

Your email address will not be published. Required fields are marked *