ଅମାବାସ୍ୟାରେ ଜନ୍ମ ହେବା ଶୁଭ ଓ ଅଶୁଭ, ଜାଣନ୍ତୁ କଣ ପଡେ ପ୍ରଭାବ- Sakuna Bichara

ଆମ ସମସ୍ତେ ଭାବିଥାଉ କି ଅମବାସ୍ୟା ଏକ ଅଶୁଭ ଦିନ ଅଟେ । ଏହି ଦିନ ରେ ଦୈବୀକ ଶକ୍ତି କମ ଓ ସୈତାନ ଶକ୍ତି ବେଶୀ ରହିଥାଏ । ସକାରତ୍ମକ ଠାରୁ ନକାରତ୍ମକ ଜିନିଷ ବେଶୀ ରହିଥାଏ । ଏହି ଦିନ ରାତିରେ ତାନ୍ତ୍ରିକ ମାନେ ପ୍ରେତ ଶକ୍ତି, ଆଦିଙ୍କୁ ପୂଜା କରିଥାନ୍ତି । ତେଣୁ ଏହି ଦିନ ଜନ୍ମିତ ଝିଅ ବା ପୁଅ ମାନେ ଅଶୁଭ ଅଟନ୍ତି । ସେମାନେ ଅମବାସ୍ୟା ରେ ଜନ୍ମ ତେଣୁ ସେମାନେ ନକାରତ୍ମକ ଶକ୍ତିର ଧାରକ କଁ ଅଶୁଭ ଅଟନ୍ତି ।

କିନ୍ତୁ ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ କୌଣସି ପୁରାଣ ଶାସ୍ତ୍ରରେ ଲେଖା ଯାଇ ନାହିଁ କି ଅମବାସ୍ୟା ଖରାପ ଦିନ ଅଟେ । ଓଡ଼ିଆ ପାଞ୍ଜି ରେ ଆପଣ ଦେଖିବେ ଅମାବାସ୍ୟା ଦିନ ରେ ମଧ୍ୟ ମହେନ୍ଦ୍ର ବେଳା, ଅମୃତ ବେଳା, କାଳ ବେଳା ଆଦି ରହିଥାଏ । ଅନ୍ୟ ଦିନ ରେ ମଧ୍ୟ ଅମୃତ, ମହେନ୍ଦ୍ର, କାଳ ବେଳା ଆଦି ରହିଥାଏ । ତେଣୁ ଅମାବାସ୍ୟା ମଧ୍ୟ ଅନ୍ୟ ଦିନ ଭଳି ସମାନ ଅଟେ । ତେଣୁ ଯେଉଁ ସନ୍ତାନ ଜାତ ହୁଏ ତାହାର ଜନ୍ମ ବେଳା କୁ ଦେଖି ତାହାର ପ୍ରକୃତି ହୋଇ ଥାଏ । ଯଦି ସେ ଅମୃତ ବେଳା ରେ ଜନ୍ମ ହୋଇଥାଏ ତେବେ ସେ ଦୈବୀକ ସ୍ଵଭାଵ ର ହୋଇଥାଏ ଯଦି କାଳ ବେଳାରେ ଜନ୍ମ ହୋଇଥାଏ ତେବେ ସେହି ପରି ତାହାର କାର୍ଯ୍ୟ ଓ ସ୍ଵଭାଵ ହୋଇଥାଏ । ତେଣୁ ପିଲାଟିର ଜନ୍ମ କେଉଁ ଦିନ ରେ ହୋଇଛି ଏହା ପ୍ରମୁଖ ନୁହେଁ କେଉଁ ବେଳାରେ ଜନ୍ମ ତାହା ଜରୁରୀ ।

ତେଣୁ ଜିଏବି ଜାତକ ବନେଇଥାନ୍ତି ସେ ପ୍ରଥମେ ଜନ୍ମ ସମୟ ପଚାରିଥାନ୍ତି । ବାକି ରହିଲା ଅମବାସ୍ୟା ରେ ତାନ୍ତ୍ରିକ ଆଦିଙ୍କ ପୂଜା ତ ସେଇଟା ସେମାନେ ସବୁ ଦିନ କରିଥାନ୍ତି ସେମାନେ ନିଜ ସମୟ ବା ଉଚିତ ବେଳା ଦେଖି କରିଥାନ୍ତି । ଅମବାସ୍ୟା କୃଷ୍ଣ ପକ୍ଷ ଓ ଶୁକ୍ଳ ପକ୍ଷ ର ମିଶ୍ରିତ ଦିନ ଅଟେ । ତେଣୁ ଏହା ମଧ୍ୟ ଭଲ ଦିନ ଅଟେ । ଆମ ଓଡ଼ିଆ ମାସରେ ୧୨ ଟି ମାସରେ ୧୨ ଟି ଅମବାସ୍ୟା ପଡିଥାଏ । ପ୍ରଥମ ବା ଆଦ୍ୟମାସ ହେଉଛି ମାର୍ଗଶିର ଏହି ମାସର ଅମବାସ୍ୟା ନାମ ହେଉଛି ମହୋଦଧି ଅମବାସ୍ୟା । ଏହି ଦିନ ଦେଵତା ମାନେ ଦୀପାବଳି ପାଳନ କରନ୍ତି । ପୌଷ ମାସର ଅମବାସ୍ୟାକୁ ବଉଳ ଅମାବାସ୍ୟା କୁହାଯାଏ ଏହି ଦିନ ମହାପ୍ରଭୁଙ୍କ ପାଖରେ ବଉଳ ଭୋଗ ଲାଗିଥାଏ । ମାଘ ମାସ ର ଅମବାସ୍ୟା କୁ ତ୍ରିବେଣୀ ଅମାବାସ୍ୟା କୁହାଯାଏ ଏହି ଦିନ ମା ବରଜାଙ୍କ ଜନ୍ମ ହୋଇଥିଲା । ଫାଲଗୁନ ମାସର ଅମବାସ୍ୟାକୁ ଫାଲଗୁନ ଅମାବାସ୍ୟା କୁହାଯାଏ । ଚୈତ୍ର ଅମବାସ୍ୟାରେ ବାସନ୍ତୀ ଦୁର୍ଗାଙ୍କର ନବଦିନ ଆରମ୍ଭ ହୋଇଥାଏ ଏହାକୁ ମଧୁ ଅମବାସ୍ୟା କୁହାଯାଏ ।

ବୈଶାଖ ମାସର ଅମାବାସ୍ୟାକୁ ରୁକ୍ମଣୀ ଅମାବାସ୍ୟା କୁହାଯାଏ । ଜ୍ୟେଷ୍ଠ ମାସର ଅମବାସ୍ୟାରେ ସାବିତ୍ରୀ ବ୍ରତ କରାଯାଏ ତେଣୁ ଏହାକୁ ସାବିତ୍ରୀ ଅମବାସ୍ୟା କୁହାଯାଏ । ଆଷାଢ଼ ମାସର ଅମବାସ୍ୟାକୁ ଉଭା ଅମବାସ୍ୟା କୁହାଯାଏ ଏହି ଦିନ ଅଣସର ଘରେ ମହାପ୍ରଭୁ ରହିବା ପରେ ଏହି ଦିନ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରନ୍ତି । ଶ୍ରାବଣ ମାସର ଅମବାସ୍ୟା କୁ ଚିତାଲାଗି ଅମାବାସ୍ୟା କୁହାଯାଏ ଏହି ଦିନ ମହାପ୍ରଭୁଙ୍କୁ ଚିତା ଲଗା ଯାଏ । ଭାଦ୍ରବ ମାସର ଅମବାସ୍ୟାରେ ମହାପ୍ରଭୁଙ୍କୁ ସପ୍ତପୁରୀ ଭୋଗ କରାଯାଏ ଏହାକୁ ସପ୍ତପୁରୀ ଅମବାସ୍ୟା କୁହାଯାଏ । ଆଶ୍ୱିନ ମାସର ଅମାବାସ୍ୟା କୁ ମହାଲୟା କୁହାଯାଏ ଏହାର ମହତ୍ୱ ଆମ ସମସ୍ତଙ୍କୁ ଜଣା । କାର୍ତ୍ତିକ ମାସର ଅମବାସ୍ୟା ରେ ମା ଶ୍ୟାମା କାଳୀଙ୍କ ପୂଜା କରାଯାଏ ଏହାକୁ ଦୀପାବଳି କୁହାଯାଏ । ତେଣୁ ଯେଉଁ ଅମବାସ୍ୟା ରେ ଦେବାଦେବୀଙ୍କର ଏତେ ପବିତ୍ର କାର୍ଯ୍ୟ କରାଯାଇଛି ତାହା କେବେବି ଖରାପ ନୁହେଁ ।

Leave a Reply

Your email address will not be published. Required fields are marked *