କେବଳ ଗୋଟେ ମୟୁରଚୂଳ ବଦଳାଇ ପାରିବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି 

ଆପଣ ମୟୁର ଚୁଳକୁ ବହୁତ ଭଲ ଭାବରେ ଜାଣିଥିବେ ସେଥିରେ ଆମେ ଘର ମଧ୍ୟ ସଯାଇଥାଉ । ଆମେ ତାକୁ ଭଗବାନଙ୍କ ମୁକୁଟରେ ମଧ୍ୟ ଲଗେଇଥାଉ, ଏହା କୃଷ୍ଣ ଭଗବାନଙ୍କର ବହୁତ ପ୍ରିୟ ହୋଇଥାଏ ।  ମୟୂର ଚୁଳ ଆଉ ମୟୁର ଦୁଇଟି ଯାକ ହିନ୍ଦୁ ଧର୍ମରେ ପବିତ୍ର ଜିନିଷ ଅଟେ । ଏଥିରେ ଦୁର୍ଭାଗ୍ୟ ଖତମ କରି ସୌଭାଗ୍ୟ ଆସିଥାଏ ବୋଲି କୁହାଯାଇଥାଏ । ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ମୟୂର ଚୂଳର ବିଶେଷ ସ୍ଥାନ ରହିଛି ।

ଯଦି ଘରେ ଠିକ ଜାଗାରେ ମୟୁର ଚୁଳ ରଖାଯାଏ ସେଥିରୁ ଆମକୁ ବହୁତସାର ଲାଭ ମିଳିଥାଏ । ଆସନ୍ତୁ ଜାଣିବା ମୟୁର ଚୁଳକୁ କେଉଁଠି ଓ କେମିତି ରଖିବେ ଆପଣଙ୍କ ଘରେ ହେଉକି ଦୋକାନରେ ।

ଯଦି ଆପଣଙ୍କର କିଛି କାମ ହେଉ ହେଉ ରହିଜାଇଥାଏ, ଏମିତି ପ୍ରାୟ ସମସ୍ତଙ୍କ ଜୀବନରେ ହୋଇଥାଏ । କାମ ହେଉ ହେଉ ବିଗିଡି ଯାଇଥାଏ । ଶୋଇବା ଘରର ପୂର୍ବ ଦକ୍ଷିଣ ଦିଗରେ ମୟୂର ଚୁଳ ଲଗାନ୍ତୁ । ଏଥିରେ ରହିଥିବା କାମ ଯୋଗ ବନିଥାଏ । କାମରେ ଯାହାବି ବାଧା ବିଘ୍ନ ଆସିବା ସେସବୁ ଟଳିଯିବ । ଘର ହେଉକି ଦୋକାନ ଦକ୍ଷିଣ ପୂର୍ବ ଦିଗରେ ମୟୂର ଚୁଳ ସ୍ଥାପନ କରିବା ଦ୍ଵାରା ଘର ପରିବାରରେ ରହିଥିବା ପଇସା ପତ୍ରର ଅସୁବିଧା ଦୂର ହୋଇଥାଏ । ଏହାକୁ ଲଗେଇଲେ ବ୍ୟାପାରରେ ଲାଭ ହେବ ଓ ଘରେ ଲଗେଇଲେ ପଇସାର ଅସୁବିଧା ଦୂର ହେବ ।

ଘରର ମୁଖ୍ୟଦ୍ଵାରରେ ତିନୋଟି ମୟୂର ଚୁଳ ସ୍ଥାପିତ କରନ୍ତୁ । ମୟୂର ଚୁଳ ତଳେ ଭଗବାନ ଗଣେଶଙ୍କ ଚିତ୍ର କି ଛୋଟ ପ୍ରତିମା ସ୍ଥାପିତ କରିବା ଦ୍ଵାରା ଘରର ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ସବୁବେଳେ ନିଜ ପାଖରେ ମୟୂର ଚୁଳ ରଖିଥାଏ ତାକୁ ସବୁ କାମରେ ଭାଗ୍ୟର ସାଥ ମିଳିଥାଏ । ଆପଣ ପକେଟ କି ଡାଇରୀରେ ମୟୂର ଚୁଳ ରଖିବା ଦ୍ଵାରା ରାହୁର ଯେଉଁ ଦୋଷ ହୋଇଥାଏ ସେସବୁ ଦୂର ହୋଇଥାଏ । ଏହା ସହିତ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ ।

କୌଣସି ଶୁଭ ଦିନରେ ମୟୂର ଚୁଳ ଆଣି ଏମିତି ଜାଗାରେ ରଖନ୍ତୁକି ଯାହାକି ଆପଣ ଯିବା ଆସିବା ସମୟରେ ସବୁବେଳେ ଦେଖିପାରୁଥିବେ । ଏଥିରେ ଘରେ ଯେଉଁ ନେଗେଟିଭ ଏନର୍ଜି ହୋଇଥାଏ ସେସବୁ ଦୂର ହୋଇଥାଏ ଓ ପଜେଟିଭ ଏନର୍ଜିର ସଂଚାର ହୋଇଥାଏ । ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ମନ ଲାଗିବ ଓ ଯେଉଁଠି ଆପଣଙ୍କ ଛୁଆ ପଢୁଛନ୍ତି ସେଠି ମୟୂର ଚୁଳ ଲଗାନ୍ତୁ ସେଥିରେ ପଢାରେ ତାଙ୍କର ମନ ଲାଗିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *