ଘଣ୍ଟାକୁ ଭୁଲରେ ବି ଏହି ଦିଗରେ ଲଗାନ୍ତୁ ନାହିଁ, ନଚେତ ହୋଇଯିବେ ବର୍ବାଦ

ବାସ୍ତୁ ଅନୁସାରେ ଘର ଭିତରେ ଥିବା ସବୁ ଜିନିଷ ଭିତରେ ସକରାତ୍ମକ ଓ ନକରାତ୍ମକ ଦୁଇ ପ୍ରକାରର ଊର୍ଜା ହୋଇଥାଏ । ଯଦି ଏହାକୁ ଠିକ ଜାଗା ଓ ସ୍ଥାନରେ ନଲଗାଇବେତ ଏହା ନକରାତ୍ମକ ଊର୍ଜାର ପ୍ରଭାବ ପକାଇଥାଏ । ଯଦି ଆପଣ ଠିକ ଜାଗା ଓ ଠିକ ସ୍ଥାନରେ ରଖୁଛନ୍ତି ଏହା ସକାରାତ୍ମକ ଊର୍ଜାରେ ଘରକୁ ଭରି ଦେଇଥାନ୍ତି । ଯାହା ପରିବାରର ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।  ବିଜ୍ଞାନ ମଧ୍ୟ ଏହି କଥାକୁ ମାନିଥାଏ, ଘରେ ଥିବା ସବୁ ଜିନିଷ ଊର୍ଜା ତରଙ୍ଗ ଛାଡିଥାଏ ।

ଆମ ସମସ୍ତଙ୍କ ଘରେ ଘଣ୍ଟାର ପ୍ରୟୋଗ କରାଯାଇଥାଏ, ଘଡି ବିତୁଥିବା ସମୟ ଓ ଆସୁଥିବା ସମୟ ଭ୍ଶୟରେ ଆମକୁ ସୂଚିତ କରିଥାଏ ।  ଯଦି ଆମ ଜୀବନରେ ସବୁଠୁ ବେସୀ କାହାର ପ୍ରଭାବ ପଡୁଥାଏ ସେ ହେଉଛି ସମୟ । ସମସ୍ତଙ୍କ ସମୟ ସବୁବେଳେ ସମାନ ହୋଇନଥାଏ । ଖରାପ ଓ ଭଲ ସମୟ ସମସ୍ତଙ୍କ ଜୀବନରେ ଆସିଥାଏ । ଏହି ସମୟ ଚକ୍ର ଚାଲିବା ନିରନ୍ତର ରହିଥାଏ । ସମୟ କାହା ପାଇଁ ଅପେକ୍ଷା କରେ ନାହିଁ ।

ନିଜ ସମୟକୁ ଭଲ ବନେଇବା ପାଇଁ କିଛି ଉପାୟ କରିପାରିବେ, ଆମେ ଯେଉଁ ଘଣ୍ଟା ଘରେ ଲଗାଇଛୁ ସେ ଆମର ଭଲ ସମୟ ଆଣିବାକୁ ସାହାର୍ଯ୍ୟ କରିପାରିବ । ଆମେ ବହୁତାବର ଜୀବନର ଛୋଟ ଛୋଟ କଥାକୁ ନଜର ଅନ୍ଦାଜ କରିଥାଉ । କିନ୍ତୁ ସେହି ଜିନିଷ ଆମ ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆଜି ଆପଣଙ୍କୁ ଜଣାଇବୁ ଘଣ୍ଟାର ଠିକ ଦିଗ କେମିତି ଆପଣଙ୍କ ଜୀବନକୁ ଠିକ ଦିଗ ଦେଖାଇପାରିବ । ଏହାଛଡା କ୍ୟାଲେଣ୍ଡରକୁ କେଉଁ ଜାଗାରେ ଲଗେଇବା ଉଚିତ ଏହା ଆଜି ଆମେ ଆପଣଙ୍କୁ ଜଣାଇବୁ । ବାସ୍ତୁ ଶାସ୍ତ୍ରରେ ଘଡି ଯଦି ଗୋଲ ଓ ଅଣ୍ଡା ଆକାରର ହୋଇଥାଏ ତ ତାକୁ ସବୁଠୁ ଉତ୍ତମ ବୋଲି କୁହାଯାଇଥାଏ ।

କିନ୍ତୁ ବଜାରରେ ବହୁତ ପ୍ରକାର ଘଡି ମିଳୁଛି । ଯେଉଁଥିରେ ଘରର ସଦସ୍ୟ ଓ ଭଗବାନଙ୍କ ଫୋଟ ମଧ୍ୟ ଲଗାଯାଇଥାଏ । କିନ୍ତୁ ଘଡିରେ ଫୋଟ ଲଗାଇବା ଜମାବି ଠିକ ହୋଇନଥାଏ । ଏଥିରେ ଆପଣଙ୍କ ଘରର ସଦସ୍ୟ ଉପରେ ସମୟର ପ୍ରଭାବ ପଡିପାରେ ଓ ଭଗବଙ୍କ ଫୋଟ ଘଡିରେ ଜମାବି ଲଗାନ୍ତୁ ନାହିଁ । କାରଣ ଭଗବାନଙ୍କ ଫୋଟକୁ ଧୂପ ଦୀପ ଓ ପୂଜାର ଆବଶ୍ୟକ ହୋଇଥାଏ ଓ ଘଡିତ କେତେଦିନ ପର୍ଯ୍ୟନ୍ତ ଧୂଳିରେ ପଡି ରହିଥାଏ ।  ଏଥିରେ ଭଗବାନଙ୍କ ଅପମାନ ହୋଇଥାଏ ଓ ଏହା ଶୁଭ ହୋଇନଥାଏ ।


ଘଡିକୁ ସବୁବେଳେ ସ୍ବଚ୍ଛ ରଖନ୍ତୁ, ସମୟ ସମୟରେ ଘଡିରେ ପଡିଥିବା ଧୁଳି ଓ ବୁଢିଆଣୀ ଜାଲକୁ ସଫା କରନ୍ତୁ । ସେହି ହିସାବରେ ଆପଣଙ୍କ ଭାଗ୍ୟ ଉପରେ ମଧ୍ୟ ଧୁଳି ପଡିବ ନାହିଁ । ଘରେ ପୁରୁଣା ଭଙ୍ଗା ଓ ବନ୍ଦ ଘଡି ବିଲକୁଲ ଲଗାନ୍ତୁ ନାହିଁ । ଏଥିରେ ଘରେ ନକରାତ୍ମକ ଓ ଦରିଦ୍ରତା ଆସିଥାଏ । ବନ୍ଦ ପଡିଥିବା ଘଡିକୁ ଘରେ ରଖିଲେ ଜୀବନରେ ନୂଆ ସୁଯୋଗ ଆସିନଥାଏ । ସବୁ କାର୍ଯ୍ୟରେ ସଫଳତା ମିଳିନଥାଏ । ଘଡିକୁ କେବେବି ଦକ୍ଷିଣ ଦିଗରେଲଗାଇବା ଉଚିତ ହୋଇନଥାଏ, ଏହା ଯମଦେବଙ୍କ ଦିଗ ହୋଇଥାଏ କାଳର ଅନ୍ତିମ ଚକ୍ର ଏଠାରଆରମ୍ଭ ହୋଇଥାଏ ।

ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ଘଣ୍ଟାକୁ ଲଗେଇବା ପାଇଁ ଏହି ଦିଗକୁ ଅଶୁଭ ବୋଲି କୁହାଯାଇଛି । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *