1 ମିନିଟରେ ଆପଣଙ୍କର କୌଣସି ଗୋଟେ ରାଜ ଖୋଲିବ, ସେଥିପାଇଁ ବାଛନ୍ତୁ ଏକ Emoji- Love Quiz

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ ଆପଣଙ୍କ ପାଇଁ ଏକ ମନରଞ୍ଜନଧର୍ମୀ କୁଇଜ ପ୍ରୋଗ୍ରାମ ଆସିଛି । ଯାହା ଦ୍ଵାରା ଆପଣମାନେ ଜାଣିପାରିବେ ଆପଣଙ୍କର ଏକ ରହସ୍ୟ କଥା। ସମସ୍ତେ ନିଜର ରହସ୍ୟ ବିଷୟରେ ଜାଣିବା ପାଇଁ ଆଗ୍ରହୀ ଥାନ୍ତି । ସେଥିପାଇଁ ଆପଣଙ୍କୁ କେତୋଟି ମିଠାର ଆଇଟମ ଦିଆଯିବ । ସେଥି ମଧ୍ୟରୁ ଆପଣ ମାନଙ୍କୁ ଗୋଟିଏ ମିଠା ଆଇଟମ ପସନ୍ଦ କରିବାକୁ ପଡିବ । ଆପଣଙ୍କ ପସନ୍ଦ ଅନୁସାରେ ଯେକୌଣସି ଗୋଟିଏ ଖାଦ୍ୟ ପଦାର୍ଥକୁ ପସନ୍ଦ କରି ବାଛିକି ମନରେ ରଖିବେ ।

ଏହା ପରେ ସେହି ବାଛିଥିବା ଖାଦ୍ଯ ଆଇଟମ ଅନୁସାରେ ଆପଣଙ୍କର ରହସ୍ୟ ଜାଣିପାରିବେ । ଖାଇବା ଆଇଟମର ସଙ୍କେତ ଏଠାରେ କେତେ ଗୁଡିଏ ଦିଆଯାଇଛି । ସେହି ଗୁଡିକ ହେଉଛି ପେଷ୍ଟ୍ରି, ଲଲିପପ୍, ଚକଲେଟ ଏବଂ ଆଇସକ୍ରିମ । ଏହାମଧ୍ୟରୁ ଗୋଟିଏ ମନ ପସନ୍ଦର ଖାଇବା ଆଇଟମ ବାଛନ୍ତୁ ।

ପେଷ୍ଟ୍ରି ;- ଯେଉଁ ଲୋକମାନେ ଏହି ଖାଦ୍ୟ ପଦାର୍ଥକୁ ବାଛିଚନ୍ତି। ସେମାନଙ୍କ ପାଇଁ ଏହି ସୂଚନା କି ଯେ, ତାଙ୍କ ରହସ୍ୟ ହେଉଛି ଆପଣମାନେ ସବୁ କଥାକୁ ରୋକଠୋକ କହିଥାନ୍ତି । ନିଜର ବାଣୀକୁ ସଂଯମ କରିପାରନ୍ତିନି । କେଉଁ କଥା କାହାକୁ କୌଣସି କହିବାକୁ ଥିବ ତାହା ସେହି ଲୋକ ମୁହଁରେ କହିଦିଅନ୍ତି । କୌଣସି କଥାକୁ ନିଜ ଭିତରେ ଲୁଚେଇ ରଖିପାରନ୍ତି ନାହିଁ । ସଙ୍ଗେ ସଙ୍ଗେ ସେହି କଥାକୁ ଅନ୍ୟର ଆଗରେ ପ୍ରକାଶ କରିଦିଅନ୍ତି ।

ଲଲିପପ୍ ;- ଯେଉଁ ଲୋକମାନେ ଏହି ଖାଦ୍ୟ ପଦାର୍ଥକୁ ନିଜ ପସନ୍ଦରେ ବାଛିଛନ୍ତି, ତାଙ୍କ ମାନଙ୍କର ରହସ୍ୟ ହେଉଛି, ଆପଣ ଆଜି ପର୍ଯ୍ୟନ୍ତ କାହାକୁ ବି ନିଜ ହୃଦୟରୁ ପସନ୍ଦ କରିନାହାନ୍ତି । ନିଜ ପରିବାର, ବନ୍ଧୁବାନ୍ଧବ ତଥା ନିଜ ସାଙ୍ଗସାଥି ମାନଙ୍କ ସହିତ ଭଲ ସମ୍ପର୍କ ଆପଣଙ୍କର ଅଛି । କିନ୍ତୁ ଆଜି ପର୍ଯ୍ୟନ୍ତ କେବେବି କାହାକୁ ହୃଦୟରୁ ଲାଇକ୍ କରିନାହାନ୍ତି । ହୁଏତ ସେମିତି କେହି ଆପଣଙ୍କୁ ନିଜ ଆଡକୁ ଆକର୍ଷିତ କରିପାରି ନାହାନ୍ତି । ତେଣୁ ଆପଣ ନିଜେ ହିଁ ନିଜକୁ ବେଶି ଭଲ ପାଇଥାନ୍ତି ।

ଚକଲେଟ୍ ;- ଯେଉଁ ମାନଙ୍କର ଚକଲେଟ୍ ପସନ୍ଦ ସେଥିପାଇଁ ହୁଏତ ସେମାନେ ଚକଲେଟକୁ ବାଛିଚନ୍ତି । ତାଙ୍କ ମାନଙ୍କ ରହସ୍ୟ ହେଉଛି ଆପଣ ହୃଦୟରୁ ବହୁତ ଭଲ ସେଥିପାଇଁ ଆପଣଙ୍କୁ ସମସ୍ତେ ବହୁତ ହିଁ ପସନ୍ଦ କରିଥାନ୍ତି । ଆପଣଙ୍କ ହୃଦୟ ବହୁତ ସଫା କୌଣସି ଛନ୍ଦ କପଟ ଆପଣଙ୍କର ଭିତରେ ନାହିଁ । ତେଣୁ ସବୁବେଳେ ସମସ୍ତଙ୍କର ଆପଣ ପ୍ରିୟ ହେଇକି ଥାନ୍ତି ।

ଆଇସକ୍ରିମ ;- ଆଇସକ୍ରିମକୁ ବାଛିଥିବା ଲୋକମାନଙ୍କର ରହସ୍ୟ ହେଉଛି, ଏହି ଲୋକମାନେ ଯେକୌଣସି ଲୋକକୁ ବହୁତ ଶୀଘ୍ର ପସନ୍ଦ କରିଦେଇଥାନ୍ତି । ତାଙ୍କ ମାନଙ୍କ ଉପରେ ବହୁତ ଶୀଘ୍ର ଭରସା ମଧ୍ୟ କରିବସନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ନିହାତି ଭାବରେ ପୋଷ୍ଟଟିକୁ ଲାଇକ୍ କରିବା ସହିତ ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *