ଭୁଲରେ ବି ରବିବାର ଦିନ ଖାଆନ୍ତୁ ନାହିଁ ଏହି 1 ଜିନିଷ, ନଚେତ ଘରକୁ ଆସିଥାଏ ଦାରିଦ୍ରତା

ସୌର ମଣ୍ଡଳର ସବୁ ଗ୍ରହ ସୂର୍ଯ୍ୟଦେବଙ୍କ ଠାରୁ ଊର୍ଜା ପାଇଥାନ୍ତି । କୁଣ୍ଡଳୀରେ କୌଣସି ନା କୌଣସି ଗ୍ରହର ପ୍ରଭାବ କାରଣରୁ ଆମ କାମ ସଫଳ ଓ ଅସଫଳ ହୋଇଥାଏ । ତେଣୁ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି, ଶୁକ୍ରବାର ଦିନ ଶୁକ୍ର ଦେବ, ଶନିବାର ଦିନ ଶନି ଦେବଙ୍କ ଉପାସନା କରିଥାଉ । କିନ୍ତୁ ଯେବେ ରବିବାର ଆସିଥାଏ ଆମେ ଛୁଟିର ଦିନ ଭାବି ଆରାମ କରିଥାଉ । ଏମିତି କାମ କରିଥାଉ ଯାହା ଶାସ୍ତ୍ର ଅନୁଯାୟୀ ନିଷେଧ ହୋଇଥାଏ । ଆଜି ଆମେ ଆପଣଙ୍କୁ ରବିବାର ଦିନ କେଉଁ କେଉଁ କାମ କରିଲେ ଦାରିଦ୍ରତା ଆସିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ରବିବାର ଦିନ ଓସ୍ତ ଗଛରେ ଜଳ ଅର୍ପଣ କରିବା ଅନୁଚିତ । ଏମିତି ମାନ୍ୟତା ରହିଛି ରବିବାର ଦିନ ଓସ୍ତ ଗଛରେ ଜଳ ଚଢାଇଲେ ଅନିଷ୍ଟ ହୋଇଥାଏ । କିନ୍ତୁ ଦୀପ ଧୂପ ଦେଇପାରିବେ ।

୨- ଆମେ ସବୁ ଜାଣିଛୁ ରବିବାର ଦିନ ଛୁଟି ଦିନ ଭାବି ପ୍ରତେକ ଦିନ ଡେରି ଯାଏଁ ସୟନ କରିଥାନ୍ତି । କିନ୍ତୁ ଯଦି ସୂର୍ଯ୍ୟଙ୍କୁ ପ୍ରବଳ ସ୍ଥାନରେ ଆଣିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ହୋଇ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ କୁଙ୍କୁମ, ଚାଉଳ ପକାଇ ଜଳ ଅର୍ପିତ କରନ୍ତୁ । ଏମିତି କରିଲେ ସୂର୍ଯ୍ୟଦେବଙ୍କ କୃପା ଲାଭ ହୋଇଥାଏ ।

୩- ରବିବାର ଦିନ କେଶ କାଟିବା, କେଶ ରେ ତେଲ ଲଗାଇବା ଅନୁଚିତ । ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଡା ତେଲ ଅର୍ପିତ କରିଲେ ଜୀବନରେ ଚାଲିଥିବା ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଏବେ ଆସନ୍ତୁ ଜାଣିବା ରବିବାର ଦିନ କେଉଁ ଖାଦ୍ୟ ସେବନ କରିବା ଉଚିତ ନୁହେଁ ।

୧- ହିନ୍ଦୁ ଧର୍ମରେ କୌଣସି ଦେବ, ସନ୍ଥ ମହାପୁରୁଷ ଙ୍କୁ ମସୁର ଡାଲି ର କୌଣସି ବ୍ୟଞ୍ଜନ ଭୋଗରେ ଲଗାଯାଏ ନାହି । ମସୁର ଡାଲିକୁ ରବିବାର ଦିନ ଶାସ୍ତ୍ର ରେ ଖାଇବାକୁ ନିଷେଧ କରାଯାଇଛି । ରବିବାର ସୂର୍ଯ୍ୟଦେବଙ୍କ ବାର ହୋଇ ଥିବାରୁ ସୂର୍ଯ୍ୟଙ୍କ ଉପାସନା କରୁଥିବା ବ୍ୟକ୍ତି ଙ୍କୁ ମସୁର ଡାଲି ଖାଇବା ଉଚିତ ନୁହେଁ ।

୨- ରବିବାର ଦିନ ପିଆଜ, ରସୁଣ ଓ ଆଡ ଖାଇବା ଉଚିତ ନୁହେଁ । ଯଦି କୁଣ୍ଡଳୀରେ ସୂର୍ଯ୍ୟଙ୍କ ପ୍ରଭାବ ଭାରି ରହିଛି ତେବେ କିଛି ଦିନ ପାଇଁ ଏହି ସବୁ ଖାଦ୍ଯର ବର୍ଜନ କରନ୍ତୁ । ଏମିତି କରିଲେ ଲାଭ ମିଳିଥାଏ । ସନ୍ତାନ ପ୍ରାପ୍ତିର ଇଚ୍ଛା ରଖୁଛନ୍ତି ତେବେ ରବିବାର ଦିନ ସନ୍ଧ୍ୟାତକ ବ୍ରତ ପାଳନ କରି ସନ୍ଧ୍ୟା ପରେ ବୀନା ଲୁଣରେ ଖାଦ୍ଯ ଭୋଜନ କରନ୍ତୁ ।

୩- ରବିବାର ଦିନ ନାଲି ଶାଗ ସେବନ କରିବା ଅନୁଚିତ । ରବିବାର ଦିନ ମାଛ ବା ଅନ୍ୟ କୌଣସି ଆମିଷ ସେବନ କରିବା ଅନୁଚିତ । ରବିବାର ଦିନ ତିଲ ତେଲ ଖାଦ୍ଯରେ ବ୍ଯବହର କରିବା ଅନୁଚିତ । ରବିବାର ଦିନ ଲୁଣ ସେବନ ନ କରିଲେ ରୋଗରୁ ମୁକ୍ତି ପାଇପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *