ବିବାହ ସମୟରେ କନ୍ୟାର ଋତୁସ୍ରାବ ହେଲେ କଣ ସୂଚନା ମିଳିଥାଏ ? Ajira Anuchint

ନମସ୍କାର ବନ୍ଧୁଗଣ, ମହିଳା ମାନଙ୍କ ଋତୁସ୍ରାବକୁ ନେଇ ଅନେକ ବାରଣ ରହିଛି । ଋତୁସ୍ରାବ ପ୍ରତ୍ୟକ ମାସରେ ଆସିଥାଏ ଏହି ସମୟରେ ମହିଳାମାନେ ସର୍ବଦା ଅନେକ ନୀତି ନିୟମର ପାଳନ କରିଥାନ୍ତି । ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧିହେବାକୁ ଯାଉଥିବା ବେଦି ଉପରେ ଯଦି କନ୍ୟାର ଋତୁସ୍ରାବ ହୋଇଥାଏ ତେବେ ଏହା କେଉଁ ଘଟଣାର ସୂଚନା ଦେଇଥାଏ ତାହା ହୁଏତ ଆପଣ ମାନଙ୍କୁ ଜଣାନଥିବ । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ଜଣାଇବା ପାଇଁ ଯାଉଛୁ ସେଥି ମଧ୍ୟରୁ ଏହା ମୁଖ୍ୟ ।

ପ୍ରଥମ: ଯଦି ବିବାହ ସମୟରେ ବର କିମ୍ବା ଝିଅର ମାତାଙ୍କର ଋତୁସ୍ରାବ ହୁଏ ତେବେ ଏହି ସମୟରେ ବିବାହ କର୍ମ ହୁଏ ନାହିଁ । ଗାଧୋଇ ସାରି ଶୁଦ୍ଧି ହେବା ପରେ ହିଁ ଆରମ୍ଭ ହୋଇଥାଏ । ଦିତୀୟ: ଯଦି ବିବାହ ହେଉଥିବା କନ୍ୟାର ଋତୁସ୍ରାବ ବିବାହ ବେଦିକୁ ଯିବା ପୂର୍ବରୁ ଋତୁସ୍ରାବ ହୁଏ ତେବେ ବିବାହ କାର୍ଯ୍ୟ ବନ୍ଦ ହେବା ଉଚିତ । କନ୍ୟା ସୂଚୀ ହବା ପରେ ଆରମ୍ଭ କରିବା ଉଚିତ ହୋଇଥାଏ ।

ତୃତୀୟ: ଯଦି ବିବାହ ସମୟରେ କନ୍ୟାର ଋତୁସ୍ରାବ ହୁଏ ତେବେ କନ୍ୟାକୁ ସ୍ନାନ କରାଇ ସମ୍ପୂର୍ଣ ଭାବରେ ସଂସ୍କାର କରାଇ ବିବାହ କରିବା ଉଚିତ ହୋଇଥାଏ । ଚତୁର୍ଥ: ବିବାହ ଚାଲୁଥିବା ସମୟରେ ଆଶୌଚ ଘଟିଲେ ବିବାହ ବନ୍ଦ କରିବା ଉଚିତ ନୁହେଁ । ପଞ୍ଚମ: ଜ୍ୟଷ୍ଠ ମାସରେ ଜ୍ୟଷ୍ଠ ପୁତ୍ର କିମ୍ବା ଜ୍ୟଷ୍ଠ କନ୍ୟାର ବିବାହ ନିଷିଦ୍ଧ ଅଟେ ।

ଷଷ୍ଠ: ଜନ୍ମ ବୃହସ୍ପତିରେ ବିବାହ କଲେ କନ୍ୟାର ସନ୍ତାନ ହାନି ହୋଇଥାଏ । ସପ୍ତମ: ମେଷ ସହିତ କନ୍ୟା, ତୁଳା ସହିତ ମୀନ, ମିଥୁନ ସହିତ ବୃଷ, ମକର ସହିତ ସିଂହ, କୁମ୍ଭ ସହିତ କର୍କଟ, ବୃଷ ସହିତ ଧନୁ ରାଶିର ବ୍ୟକ୍ତିଙ୍କ ସହ ବିବାହ କଲେ ମୃତ୍ୟୁ ଯୋଗ ଆସିଥାଏ । ଅଷ୍ଟମ: ବଡ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ ହେବା ଶାସ୍ତ୍ର ନିଷିଦ୍ଧ ଅଟେ ।

ନବମ: ଗୋଟିଏ ବର୍ଷରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀଙ୍କ ବିବାହ କରିବା ଅନୁଚିତ । ଛ ମାସରେ ବିବାହ କଲେ କନ୍ୟାର ବିଧବା ଯୋଗ ହୁଏ । ଦଶମ: ବଡ ଭାଇ ବିବାହ ନହୋଇଥିଲେ ସାନ ଭାଇ ବିବାହ କଲେ ପତିତ ହୋଇଥାଏ । ଏଗାର: ଯଦି ବଡ ଭାଇ ବିଦେଶରେ ରହିଥାନ୍ତି, ଅତି ରୋଗୀ ହୋଇଥାନ୍ତି, ଶାରୀରିକ ଅକ୍ଷମ କିମ୍ବା ଚୋର ହୋଇଥାଏ ତେବେ ସାନ ଭାଇର ବିବାହ କରାଯାଇପାରିବ ।

ବାର: ଭିନ୍ନ ଭିନ୍ନ ମାତା ଠାରୁ ଜାତ ହୋଇଥିବା ସନ୍ତାନ ଏକ ଦିନରେ ଏକା ମଣ୍ଡପରେ ବିବାହ କରି ପାରିବେ । ଏହି ସମସ୍ତ ବିବାହ ତଥ୍ୟ ବିହାରୀ କର୍ମକାଣ୍ଡ ପୁସ୍ତକରେ ବର୍ଣନା କରାଯାଇଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *