ଚୁପ ଚାପ ଘରର ଏହି ଜାଗାରେ ରଖିଦିଅନ୍ତୁ ଝାଡୁ, ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେନି 

ନମସ୍କାର ବନ୍ଧୁଗଣ, ଘରର ଅଳିଆ ସଫା କରୁଥିବା ଝାଡୁର ବହୁତ ମହତ୍ଵ ରହିଛି ଆମ ଜୀବନରେ । ସେହି ଝାଡୁ ଆପଣଙ୍କ ଘରର ଅନେକ ସମସ୍ୟାକୁ ଦୂର କରିଥାଏ । ଆପଣଙ୍କ ଘରକୁ ଧନ ଆଗମନ ହେବାର କାରଣ ହୋଇଥାଏ । ଝାଡୁ ସହ ଜଡିତ କରୁଥିବା କିଛି ଭୁଲ ହିଁ ଆପଣଙ୍କ ଜୀବନରେ ଦୁର୍ଭାଗ୍ୟ ଆଣିଥାଏ । ତେବେ ଆସନ୍ତୁ ଜାଣିବା ଝାଡୁକୁ କେଉଁ ସ୍ଥାନରେ ରଖିବା ଦ୍ଵାରା ଘରକୁ ଧନ ଆସିବାର ରାସ୍ତା ଖୋଲିଥାଏ ।

ଝାଡୁକୁ ମା ଲକ୍ଷ୍ମୀଙ୍କ ସଦୃଶ ମନାଯାଇଥାଏ । ତେଣୁ ଝାଡୁକୁ କେବେ ଗୋଡ ମାରିବା ଠିକ ହୋଇନଥାଏ । କାରଣ ବାସ୍ତୁ ଶସ୍ତ୍ର ଅନୁଯାୟୀ ଝାଡୁର ବହୁତ ମାନ୍ୟତା ରହିଛି ଆମ ଜୀବନରେ । ଆପଣ ସୂର୍ଯ୍ୟ ଅସ୍ତ ସମୟରେ କେବେ ମଧ୍ୟ ଝାଡୁ କରନ୍ତୁ ନାହିଁ । ପ୍ରାୟ ଲୋକ ଅଜାଣତରେ ଏହି ଭୁଲ କରିଦେଇଥାନ୍ତି । କିନ୍ତୁ ଏହା କରିବା ଆପଣଙ୍କ ଦୁର୍ଭାଗ୍ୟ  କାରଣ ହୋଇଯାଇଥାଏ ।

ଘରେ ସର୍ବଦା ଅସୁବିଧା ଦେଖା ଦେଇଥାଏ । ଝାଡୁ କୁ ଅଲାଇ ସାରିବା ପରେ ଯେଉଠି ଇଚ୍ଛା ସେଇଠି ରଖନ୍ତୁ ନାହିଁ । କାରଣ ଝାଡୁକୁ ରଖିବାର ସଠିକ ଜିଦ ରହିଛି । ଆପଣ ଝାଡୁକୁ କେବଳ ଉତ୍ତର ଦିଗରେ ହିଁ ରଖନ୍ତୁ । ଝାଡୁ ସବୁବେଳେ ଲୁଚାଇ ରଖିବା ଦରକାର ଯେମିତି କୌଣସି ବ୍ଯକ୍ତିର ନଜର ଝାଡୁ ଉପରେ ପଡୁନଥିବ । ତେଣୁ ଆପଣ ଉତ୍ତର ଦିଗରେ ଝାଡୁକୁ ଲୁଚାଇ ରଖନ୍ତୁ ।

ଭୁଲରେ ମଧ୍ୟ କେବେ ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ପରିବାରର ସଦସ୍ୟ ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଛି । ଆପଣ ଶୋଊଥିବା ଜାଗାରେ କେବେ ଝାଡୁ ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ସବୁବେଳେ ଦୁଃଖ ଲାଗି ରହିଥାଏ । ଧ୍ୟାନରେ ରଖନ୍ତୁ କି ଝାଡୁକୁ କେବେ ଠିଆ କରିକି ରଖିବା ଉଚିତ ହୋଇନଥାଏ ।

କାରଣ ଏହା ଆପଣଙ୍କ  ଶତ୍ରୁ ବଢିବାର କାରଣ ହୋଇଯାଏ । ଘରେ ସବୁବେଳେ କଳହ ଲାଗିରହିଥାଏ । ଘରର ସୁଖ ଶାନ୍ତିର ଦୂରେଇ ଯାଇଥାଏ । ଝାଡୁ ନଷ୍ଟ ହୋଇଯିବ ପରେ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହେଉ ଝାଡୁକୁ କେବେ ମଧ୍ୟ ଜଳାଇବା ଉଚିତ ହୋଇନଥାଏ । ଏହା କରିବାର ଅର୍ଥ ଆପଣ ନିଜ ହାତରେ ନିଜ ଭାଗ୍ୟରେ ନିଆଁ ଲଗାଇବା ହୋଇଥାଏ ।

ନୂଆ ଦୋକାନ କିମ୍ବା ନୂଆ ଘରକୁ ଯିବାପରେ ସେଠି ପୁରୁଣା ଝାଡୁର ବ୍ୟବହାର କରନ୍ତୁ ନାହିଁ । ଏହାକୁ ବହୁତ ଅଶୁଭ ମନାଯାଇଥାଏ । ଝାଡୁକୁ କେବେ ଘର ବାହାରେ କିମ୍ବା ଛାତ ଉପରେ ରଖିବା ଉଚିତ ହୋଇନଥାଏ । ଏହାଦ୍ୱାରା ଆପଣଙ୍କ ଧନହାନି ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *