ଏହି ୪ ଟି ନାମର ଝିଅମାନେ କେବେ ବି ଦିଅନ୍ତି ନାହିଁ ନିଜ ପାର୍ଟନରକୁ ପ୍ରେମରେ ଧୋକା !

ଏହି ଦୁନିଆରେ ଜନ୍ମ ନେଉଥିବା ସମସ୍ତ ମନୁଷ୍ୟଙ୍କର ପ୍ରଥମେ ନାମକରଣ କରାଯାଇଥାଏ । କୌଣସି ବି ବ୍ୟକ୍ତିର ନାମ ହିଁ ତାହାର ପ୍ରଥମ ପରିଚୟ ହୋଇ ଥାଏ । କଣ ଆପଣ କେବେ ଚିନ୍ତା କରିଛନ୍ତି କି ଯଦି କୌଣସି ବ୍ୟକ୍ତିର ନାମ ନ ଥିବ ତେବେ କଣ ହେବ ? ଜ୍ୟୋତିଷ ଶାସ୍ତ୍ରରେ ନାମର ବହୁତ ମହତ୍ଵ ରହିଛି ବୋଲି କୁହାଯାଇଛି । ଯଦି ଝିଅମାନଙ୍କ ବିଷୟରେ କହିବା ତ ପ୍ରାୟତଃ ଝିଅମାନେ ପ୍ରେମରେ ଧୋକା ଦେଇଥାନ୍ତି । କିନ୍ତୁ ପୁଅମାନେ ବି ଝିଅମାନଙ୍କର ହୃଦୟ ଭାଙ୍ଗିବାରେ ମାହିର ଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ୪ ଟି ନାମର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପ୍ରେମରେ ବିଶ୍ଵାସ ରଖନ୍ତି ଓ ଭୁଲରେ ବି ନିଜର ସାଥୀକୁ ଧୋକା ଦିଅନ୍ତି ନାହିଁ ।

S ନାମର ଝିଅମାନେ

ଏହି ନାମର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ ଶାନ୍ତ ହୋଇଥାନ୍ତି । ବଡମାନଙ୍କୁ ସମ୍ମାନ କରିବା ଭଲ ଭାବରେ ଜାଣିଥାନ୍ତି । ହୃଦୟ ନିର୍ମଳ ହେବା କାରଣରୁ ଏମାନେ କେବେ ବି ମିଛ କୁହନ୍ତି ନାହିଁ । ଏହି ଝିଅମାନେ ପ୍ରେମରେ ପଡନ୍ତି ନାହିଁ । କିନ୍ତୁ ଯଦି ପ୍ରେମରେ ପଡି ଯାଆନ୍ତି ତେବେ କେବେ ବି ନିଜ ପ୍ରେମିକକୁ  ଧୋକା ଦିଅନ୍ତି ନାହିଁ ।

J ନାମର ଝିଅମାନେ

ଯେଉଁ ଝିଅମାନଙ୍କର ନାମ J ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବିଶ୍ଵାସୀ ହୋଇଥାନ୍ତି । ଏମାନେ ଥରେ ଯାହାକୁ ପ୍ରେମ କରିଥାନ୍ତି ତାହା ସହିତ ଜୀବନସାରା ରହିଥାନ୍ତି । ଏମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି । ସେଥିପାଇଁ ଏମାନଙ୍କର ଚେହେରା ବି ସରଳ ହୋଇଥାଏ ।

M ନାମର ଝିଅମାନେ

M ନାମର ଝିଅମାନେ ଯାହାକୁ ବି ପ୍ରେମ କରନ୍ତି ତାକୁ ହିଁ ବିବାହ କରନ୍ତି  । ଏମାନଙ୍କୁ ଧର୍ମ, ଜାତି, ଧନୀ, ଗରିବ ଇତ୍ୟାଦି କୌଣସି ବିଷୟରେ ଫରକ ପଡେ ନାହିଁ । ଏମାନଙ୍କୁ ଥରେ ଯାହା ସହିତ ପ୍ରେମ ହୋଇଯାଏ ତାହା ଛଡା ଏମାନେ ଅନ୍ୟ କାହା ବିଷୟରେ ଚିନ୍ତା ବି କରନ୍ତି ନାହିଁ । ଏମାନେ ସ୍ଵପ୍ନରେ ବି ନିଜ ସାଥିକୁ ଧୋକା ଦେବା ପାଇଁ ଚିନ୍ତା କରନ୍ତି ନାହିଁ ।

K ନାମର ଝିଅମାନେ

ଏହି ନାମର ଝିଅମାନେ ଦେଖିବାକୁ ବହୁତ କ୍ୟୁଟ ହୋଇଥାନ୍ତି । ଏମାନେ ପ୍ରେମରେ ବିଶ୍ଵାସ ଭାଙ୍ଗନ୍ତି ନାହିଁ । ଯଦି କେହି ଏମାନଙ୍କ ହୃଦୟକୁ  ଜିତିଥାଏ ତେବେ ସେ ତାଙ୍କ ବିନା ବଞ୍ଚିବାକୁ ଚିନ୍ତା ବି କରନ୍ତି ନାହିଁ । ସ୍ଵଭାବରେ ଏମାନେ ବହୁତ ସରଳ ଓ ଚଞ୍ଚଳ ହୋଇଥାନ୍ତି ।

ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *