ଏହି ରାଶିର ଝିଅ ମାନଙ୍କୁ ପ୍ରେମ କରିବା ପଡିପାରେ ଭାରି – Jyotish Shastra

ଆପଣ ମାନେ ତ ଜାଣିଥିବେ ଯେ,ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ର ବହୁତ ଅଧିକ ମାନ୍ୟତା ରହିଛି । ଏହି ଜ୍ୟୋତିଷ ଶାସ୍ତ୍ର ରେ ୧୨ ଟି ରାଶି ସମ୍ବନ୍ଧରେ ଉଲ୍ଲେଖ ରହିଛି । ଏହି ସମସ୍ତ ରାଶି କୌଣସି ଗ୍ରହ ଏବଂ ନକ୍ଷତ୍ର ସହିତ ଜଡ଼ିତ ଥାଆନ୍ତି । ଏହି କାରଣ ରୁ କୁହା ଯାଇଥାଏ ଯେ, କୌଣସି ବ୍ୟକ୍ତି ର ଜନ୍ମ ସମୟରେ ଥିବା ଗ୍ରହ ଏବଂ ନକ୍ଷତ୍ର ର ଉପସ୍ଥିତି ଦ୍ଵାରା ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ନିର୍ଦ୍ଧାରିତ କରା ଯାଇଥାଏ

ଏବଂ ସେହି ବ୍ୟକ୍ତି ର ସ୍ୱଭାବ ସମ୍ବନ୍ଧରେ ମଧ୍ୟ ଜଣା ପଡ଼ିଥାଏ । ଏହି ସବୁ ତଥ୍ୟ କୁ ଆଧାର କରି ଆଜି ଆମେ ଆପଣ ମାନଙ୍କୁ ଏଭଳି ମହିଳା ମାନଙ୍କ ଜାତକ ସମ୍ବନ୍ଧରେ କହିବୁ ଯେଉଁମାନଙ୍କୁ ପ୍ରେମ ବା ବିବାହ କରିବା ପୁରୁଷ ମାନଙ୍କୁ ଭାରୀ ପଡ଼ିଥାଏ । ସେଭଳି ମହିଳା ମାନଙ୍କୁ କେବଳ ଖାସ ଗୁଣ ଥିବା ପୁରୁଷ ହିଁ ରହି ପାରିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ଥିବା ଝିଅ ମାନଙ୍କ ସମ୍ବନ୍ଧରେ ।

୧. ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ମେଷ ରାଶି’ । ଏହି ରାଶି ଥିବା ଝିଅ ମାନେ ନିଜ ଜୀବନରେ ବହୁତ କିଛି କରିବାର ଆଶା ରଖିଥାନ୍ତି । ଏମାନଙ୍କ ହୃଦୟ ଅତ୍ୟନ୍ତ ନିର୍ମଳ ହୋଇଥାଏ । ଏହି ଝିଅ ମାନେ ନିଜ ଜୀବନର ସମସ୍ତ ନିର୍ଣ୍ଣୟ ସ୍ୱୟଂ ନେଇଥାନ୍ତି ଏବଂ ଅନ୍ୟ କୌଣସି ବ୍ୟକ୍ତି ର ନିର୍ଦ୍ଧେଶ କୁ ମଧ୍ୟ ମାନି ନଥାନ୍ତି । ଏହି ଝିଅ ମାନେ ଅନ୍ୟ କୌଣସି ବ୍ୟକ୍ତି ଉପରେ ନିର୍ଭରଶୀଳ ରହିବାକୁ ପସନ୍ଦ କରନ୍ତି ନାହିଁ ଏବଂ ଏମାନେ ଆତ୍ମ ନିର୍ଭରଶୀଳ ଅଟନ୍ତି ।

ଏହି ରାଶିର ଝିଅ ମାନଙ୍କ ସହିତ କେବଳ ସେହି ପୁଅ ମାନେ ହିଁ ରହିପାରିବେ ଯେଉଁମାନେ ମୁକ୍ତ ବିଚାର ର ହୋଇଥାନ୍ତି ଏବଂ ପୁଅ ଏବଂ ଝିଅ ମଧ୍ୟରେ ପାର୍ଥକ୍ୟ କରି ନଥାନ୍ତି । ମେଷ ରାଶିର ଝିଅ ମାନଙ୍କ ସହ ବିଚାର କୁ ସମ୍ମାନ କରୁଥିବା ପୁଅ ହିଁ ସେମାନଙ୍କ ସହିତ ରହିପାରିବେ ।

୨. କନ୍ୟା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘କନ୍ୟା ରାଶି’ । ଏହି ରାଶିର ଝିଅ ମାନେ ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି । ଏମାନେ ଯେ କୌଣସି କାମ କରିବାକୁ ନିଷ୍ପତ୍ତି ନେଇଥାନ୍ତି ତାକୁ ପୂର୍ଣ କରିବା ପର୍ଯ୍ୟନ୍ତ ହାର ମାନି ନଥାନ୍ତି ।

ଏହି ଝିଅ ମାନଙ୍କ ସହିତ କେବଳ ସେହି ପୁଅ ମାନେ ହିଁ ରହିପାରିବେ ଯେଉଁମାନେ ଏମାନଙ୍କ ସମସ୍ତ ଇଚ୍ଛା କୁ ପୂରଣ କରିଥାନ୍ତି ଏବଂ ଏହି ଝିଅ ମାନଙ୍କ ଜିଦ୍ଦି ସାମ୍ନାରେ ଏମାନଙ୍କୁ ହାର ମାନିବାକୁ ପଡ଼ିଥାଏ । ଏହା ସହିତ ଏହି ରାଶିର ଝିଅ ମାନେ ବହୁତ ରାଗୀ ମଧ୍ୟ ହୋଇଥାନ୍ତି । ତେଣୁ ଯେଉଁ ପୁଅ ମାନଙ୍କ ସହନ ଶକ୍ତି ଅଧିକ ହୋଇଥାଏ ସେହି ପୁଅ ମାନେ ହିଁ ଏହି ରାଶିର ଝିଅ ମାନଙ୍କୁ ସମ୍ଭାଳି ପାରିବେ ।

୩. ତୁଳା ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ତୁଳା ରାଶି’ । ଏହି ରାଶିର ଝିଅ ମାନେ ବହୁତ ଗର୍ବୀ ହୋଇଥାନ୍ତି । ଏମାନେ ସମସ୍ତ ଜିନିଷ ସହିତ ନିଜକୁ ତୁଳନା କରିଥାନ୍ତି । ଏହି ରାଶିର ଝିଅ ମାନେ ନିଜ ମନରେ ଆବଶ୍ୟକ ଠାରୁ ଅଧିକ ଇଚ୍ଛା ରଖିଥାନ୍ତି ।

ତେବେ ଏହି ଝିଅ ମାନଙ୍କୁ କେବେବି ନିଜ ତରଫ ରୁ ପ୍ରଥମେ ଭଲ ପାଇବାର ଇସ୍ତହାର ଆଦୋୖ କରିବା ଉଚିତ ନୁହେଁ । ଯଦି ଏହି ଝିଅ ମାନେ ସ୍ୱୟଂ ନିଜ ତରଫରୁ ଆପଣଂକୁ ଭଲ ପାଇବାର ଇସ୍ତହାର କରିଥାନ୍ତି ତେବେ ଆପଣ ଏହି ଝିଅ ମାନଙ୍କ ସହିତ ରହି ପାରିବେ । କାରଣ ସେ ନିଜ ତରଫରୁ ଆପଣଂକୁ ନିଜ ଭଲ ପାଇବା ସମ୍ବନ୍ଧରେ ଜଣାଇଛନ୍ତି ତେବେ ଏହାର ଅର୍ଥ ସେ ଆପଣଂକୁ ନିଜ ଠାରୁ ମଧ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ଭାବିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *