ଘର ସାମ୍ନାରେ ଭୁଲରେ ମଧ୍ୟ ଲଗାନ୍ତୁ ନାହି ଏହି ଗଛ ଘରକୁ ଆସେ ଦରିଦ୍ରତା, ଏଭଳି ଘରେ ମା’ ଲକ୍ଷ୍ମୀ କରନ୍ତି ନାହିଁ ବାସ- Vaastu Tips

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ ମଣିଷ ସହ ପଶୁ ପକ୍ଷୀ, ବୃକ୍ଷ ସମସ୍ତଙ୍କର କିଛି ନା କିଛି ଭୂମିକା ରହିଛି ଆମ ଜୀବନରେ । ସେମାନେ ମଧ୍ୟ ଆମ ଜୀବନର ସୂଚକ ଭାବରେ କାମ କରନ୍ତି । ଭଲ ଖରାପ ସମୟର ସୂଚନା ସେମାନଙ୍କ ଠାରୁ ମଧ୍ୟ ମିଳିଥାଏ । ତେବେ ଆଜି ଆସନ୍ତୁ ଜାଣିବା ପ୍ରକୃତିକୁ ସୁନ୍ଦର ବନୋଉଥିବା କେଉଁ ବୃକ୍ଷ ଘର ଅଗରେ ଉଠିବା ହୋଇଥାଏ ଅଶୁଭ ।

ପ୍ରଥମ: କଣ୍ଟା ଜାତୀୟ ଗଛକୁ ବହୁତ ହିଁ ଅଶୁଭ ହୋଇଥାଏ । ଏହି ବୃକ୍ଷ ଘରେ ଥିଲେ ଘର ଲୋକଙ୍କ ସ୍ଵାସ୍ତ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହାଦ୍ବାରା ଘରେ ଝଗଡା ଏବଂ ବାଦ ବିବାଦର ଆରମ୍ଭ ହୋଇଯାଇଥାଏ । ଦିତୀୟ: କ୍ଷୀର ଜାତୀୟ ଗଛକୁ ଘରେ ଲଗାଇବା ଦ୍ଵାରା ଘରୁ ସୁଖ ଶାନ୍ତି ଚାଲିଯାଇଥାଏ । ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାନ୍ତି ।

ଏହି ବୃକ୍ଷ ଗୁଡିକର ଘରେ ରହିବା ଫଳରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ । ତୃତୀୟ: ଘର ସାମ୍ନାରେ ବେଳ ଗଛ ରହିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ବେଲ ଗଛରେ ସବୁଠାରୁ ବେଶୀ ନକରାତ୍ମକ ଶକ୍ତି ବାସ କରିଥାନ୍ତି । ବେଲ ଗଛର ଘର ସାମ୍ନାରେ ରହିବା ହେତୁ ଘରର ମୁଖ୍ୟ ସଦସ୍ୟଙ୍କୁ ଆର୍ଥିକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

ଚତୁର୍ଥ: ବାବୁଲ ବୃକ୍ଷକୁ ଘରେ ଲଗାଇବା ଅଶୁଭ ହୋଇଥାଏ । ଏହାଫଳରେ ପରିବାର ଲୋକଙ୍କ ସ୍ଵାସ୍ତ ଠିକ ରହିନଥାଏ । ପଞ୍ଚମ: ଖଜୁରୀ ଗଛକୁ ଘରେ ଲଗାଇବା ଉଚିତ ହୋଇନଥାଏ । ଯେଉଁ ଘରେ ଏହି ବୃକ୍ଷ ରହିଥାଏ ସେହି ଘରେ ସର୍ବଦା ଆର୍ଥିକ ସମସ୍ୟା ଦେଖାଦେଇଥାଏ । ଅଯଥା ଘର ଲୋକଙ୍କ ଖର୍ଚ ବଢିଥାଏ । ତେଣୁ ଏହି ଗଛକୁ ଘରେ ରହିବା ପାଇଁ ଦିଅନ୍ତୁ ନାହିଁ ।

ଷଷ୍ଠ: ବାଉଁଶ ଗଛ ଘର ସାମ୍ନାରେ ଲଗାନ୍ତୁ ନାହି । ବାଉଁଶରେ ମୃତ ବ୍ୟକ୍ତିଙ୍କ କୋକେଇ ହେଉଥିବା ହେତୁ ଏହାକୁ ଘର ସାମ୍ନାରେ ଲଗାଇବା ଅଶୁଭ ମନାଯାଏ । ଏହା ସହ ଘରେ ସବୁବେଳେ ଧନର ଅଭାବ ଲାଗି ରହେ । ସପ୍ତମ: କଇଁଆ ଗଛ କେବେ ହେଲେ ଘର ସାମ୍ନାରେ ଲଗାନ୍ତୁ ନାହି । କୁହାଯାଏ କି କଇଁଆ ଗଛରେ ଆତ୍ମା ମାନଙ୍କର ବାସ ହୋଇଥାଏ । ଯେଉଁ ଘର ସାମ୍ନାରେ ଏହି ବୃକ୍ଷ ରହିଥାଏ ସେ ଘରର କେବେ ମଧ୍ୟ ଉନ୍ନତି ହୋଇନଥାଏ ।

ଅଷ୍ଟମ: ବୋନସାଇ ଗଛ ଲଗାନ୍ତୁ ନାହି । କାରଣ ଏହି ବୃକ୍ଷ ନକରାତ୍ମକ ଶକ୍ତିକୁ ବଢାଇଥାଏ । ଏହି ସମସ୍ତ କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ । ଏହି ସବୁ ବୃକ୍ଷକୁ କେବେ ମଧ୍ୟ ଘରେ ଲଗାନ୍ତୁ । ଯଦି ବି ଘରେ ରହିଛି ତେବେ ତାହାକୁ ତୁରନ୍ତ ଓପାଡି ଫୋପାଡି ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *