ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ ମା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଇଚ୍ଛା ରଖିଥାଏ । କିନ୍ତୁ ଏହା ସେତେବେଳେ ସମ୍ଭବ ହୋଇପାରେ ଯେବେ ମନୁଷ୍ୟ ଭଲ କର୍ମ କରିଥାଏ ଏବଂ ମା ଲକ୍ଷ୍ମୀ ଙ୍କ ପୂଜା ଆରାଧନା ନିଷ୍ଠା ର ସହ କରିଥାଏ । ତେବେ ମା ଲକ୍ଷ୍ମୀ କୌଣସି ବ୍ୟକ୍ତିଙ୍କ ଘରକୁ ଆଗମନ କରିବା ପୂର୍ବରୁ କିଛି ସଂକେତ ପଶୁପକ୍ଷୀ ବା ପ୍ରକୃତି ଦ୍ଵାରା ଦେଇଥାନ୍ତି ଯାହାକୁ ସାଧାରଣ ମଣିଷ ମାନେ ବୁଝିପାରନ୍ତି ନାହି । ଆଜି ଆମେ ଆପଣଙ୍କୁ ସେହି ସବୁ ସଂକେତ ବିଷୟରେ କହିବାକୁ ଯାଉଛୁ ।
୧- ଅମାବାସ୍ୟା ଦିନ ଯଦି ଘରେ ପେଚା ଦେଖନ୍ତି, ବିଲେଇ ଘରେ ପଶି କ୍ଷୀର ପିଏ, ଘରେ ମୂଷା ବା ଚୁଚୁନ୍ଦ୍ରା ଦେଖନ୍ତି ତେବେ ଏହା ଗୃହକୁ ମା ଲକ୍ଷ୍ମୀ ଙ୍କ ଆଗମନର ସୂଚନା ଦେଇଥାଏ ।
୨- ଗୁରୁବାର ଦିନ ଓ ଶନିବାର ଦିନ ଘରର କୌଣସି ପ୍ରକାରର ସାମଗ୍ରୀ ଭୁଲରେ ବି ବିକ୍ରି କରନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ଗୃହ ଛାଡି ଚାଲି ଯାଇଥାନ୍ତି ।
୩- ଘରେ ଯଦି ସର୍ବଦା ଅଭାବ ଲାଗି ରାହୁଥାଏ ବା ଯେତେ ରୋଜଗାର କରିଲେ ବି ସର୍ବଦା ନିଅଣ୍ଟ ଲାଗି ରାହୁଥାଏ ତେବେ ଛୋଟ ପିତଳ ଢାଳ ରେ ଖୁଚୁରା ମୁଦ୍ରା ଭର୍ତ୍ତି କରି ଘରର ପଶ୍ଚିମ ଦିଗରେ ରଖିବା ସହ ପ୍ରତି ଦିନ ମୁଣ୍ଡିଆ ମାରନ୍ତୁ । ଏହା ଦ୍ଵାରା ସବୁ ଅଭାବ ବହୁତ ଜଲ୍ଦି ଦୂର ହୋଇଥାଏ ।
୪- ଘରର ସାମ୍ନା ରେ ପଥର ବା କଣ୍ଟା ଗଛ ଜମା କରି ରଖନ୍ତୁ ନାହି । ଗରୁଡ ଚିହ୍ନ ଥିବା ଘଣ୍ଟି ଠାକୁର ଘରେ ବାଜିଲେ ଅଗ୍ନି, ଚୋର ଓ ବଜ୍ର ଭୟ ରହି ନ ଥାଏ ।
୫- କେବେ ବି ଆପଣ କୌଣସି ଯାନବାହାନ ବା ଲୁହା ଜନିତ ଜିନିଷ ବିକ୍ରି କରୁଥାନ୍ତି ତେବେ ମଙ୍ଗଳବାର ଦିନ କରନ୍ତୁ ନାହି । କୌଣସି ବି ସ୍ଥିତିରେ ଜମି ବିକ୍ରି ଗୁରୁବାରରେ କରନ୍ତୁ ନାହି ।
୬- ଧଳା ପେଚା ଘରେ ବସନ୍ତି ବା ଘରକୁ ପ୍ରବେଶ କରନ୍ତି ବା ରାସ୍ତାରେ ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଘରେ ନେଉଳ, ପାରା, ବା ପାରା ର ମୂର୍ତ୍ତି ରଖନ୍ତୁ ତେବେ ଘରର ସର୍ବ ମଙ୍ଗଳ ହୋଇଥାଏ ।
୭- ଗୃହରେ ଦକ୍ଷିଣ ଦିଗରେ ତୁଳସୀ ଗଛ ରଖନ୍ତୁ । ଯାତ୍ରା ସମୟରେ ତୁଳସୀ ମୂଳର ମାଟି ଲଗାନ୍ତୁ । ଅଗ୍ନି କୋଣରେ ଘର କରନ୍ତୁ ନାହି କି ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହି ।
୮- ରୋଷେଇ ଘରେ କେବେ ବି ଝାଡୁ ରଖିବେ ନାହି । ଝାଡୁ କୁ ସମସ୍ତଙ୍କ ଦ୍ରୁଷ୍ଟି ପଡୁ ନ ଥିବା ଜାଗାରେ ରଖନ୍ତୁ । ଝାଡୁ କୁ ସର୍ବଦା ଲୁଚାଇକି ରଖିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।