ଘରେ ରଖିଛନ୍ତି ଯଦି ଶଙ୍ଖ ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ !

ଆମ ହିନ୍ଦୁ ଧର୍ମରେ ଶଙ୍ଖ ର ମହତ୍ୱ ବହୁତ ରହିଥାଏ । ପ୍ରାୟତଃ ସମସ୍ତଙ୍କ ପୂଜା ଘରେ ଶଙ୍ଖ ନିଶ୍ଚୟ ରହିଥାଏ । ଭଗବାନ ବିଷ୍ଣୁଙ୍କ ହସ୍ତରେ ସର୍ବଦା ଶଙ୍ଖ ଶୋଭା ପାଉଥାଏ । କିନ୍ତୁ ଶଙ୍ଖ କୁ ନେଇ ଏପରି ଅନେକ କଥା ଅଛି ଯାହା ଆମେ ଜାଣି ନ ଥାଉ ଓ କିଛି କଥା ବାରଣ କରାଯାଇଛି ଯାହା କରିବା ଦ୍ୱାରା ମା ଲଷ୍ମୀ ଆପଣଙ୍କ ଘରକୁ ପବେଶ କରି ନଥାନ୍ତି । ଶଙ୍ଖ ସବୁ ପୂଜା ରେ ବଜା ଯାଇ ଥାଏ। ଯଦି ଆପଣ ପୂଜା ପରେ ଶଙ୍ଖ ଫୁଙ୍କିବେ ନି ତେବେ ସେହି ପୂଜା ସଫଳ ହୋଇ ନଥାଏ ।

ତେଣୁ ସବୁ ପୂଜା ର ଶେଷ ରେ ଶଙ୍ଖ ଫୁଙ୍କିବା ଅତ୍ୟନ୍ତ ଶୁଭ ଅଟେ । ଏହା ଦ୍ୱାରା ମନରେ ଶାନ୍ତି ଓ ଭକ୍ତିଭାଵ ଆସିଥାଏ । ଶଙ୍ଖ ଫୁଙ୍କିବା ଦ୍ୱାରା ଘରେ ନକାରତ୍ମକ ଉର୍ଯା ଦୁରେଇ ଯାଇ ଥାଏ । ଆମେ ସମସ୍ତେ ଜାଣିଛେ ସନ୍ଧ୍ୟା ସମୟରେ ନକାରତ୍ମକ ଉର୍ଯା ଅଧିକ ରହିଥାଏ । ତେଣୁ ଏହି ସମୟରେ ଶଙ୍ଖ ବଜାଇବା ଦ୍ୱାରା ନକାରତ୍ମକ ଶକ୍ତି ଦୁରେଇ ଯାଇଥାଏ । ଶଙ୍ଖକୁ ଆମେ ତିନିଥର ବଜାଇ ଥାଉ । କିନ୍ତୁ ଶଙ୍ଖ କୁ ତିନିଥର ବଜାଇବା ଉଚିତ ନୁହେଁ । ଆମେ ଜାଣିଛେ ଯେ ତିନି ସଂଖ୍ୟା ହେଉଛି ଅଶୁଭ ତେଣୁ ଆପଣ ଶଙ୍ଖକୁ ତିନିଥର ଏବଂ ଅଧା ବା ଯାହାକୁ ଆମେ ସାଢେ ତିନିଥର କହିଥାଉ ସେତିକି ବଜାନ୍ତୁ । ଏହା ଶୁଭ ହୋଇଥାଏ ।

ଶଙ୍ଖକୁ ସବୁ ବେଳେ ସ୍ନାନ ସାରି ପରିଷ୍କାର ଓ ପରିଛନ୍ନ ହୋଇ ଧରିବେ । କାରଣ ଏହା ବହୁତ ପବିତ୍ର ଅଟେ ତେଣୁ ଶଙ୍ଖକୁ ଧରିବା ଆଗରୁ ଆପଣ ନିଜକୁ ମଧ୍ୟ ପବିତ୍ର କରିବା ଉଚିତ । ଯେଉଁମାନଙ୍କୁ ହୃଦ ଜନିତ ସମସ୍ୟା ବା ପେଟ ଜନିତ ସମସ୍ୟା ଅଛି ତେବେ ସେହି ମାନେ ନିଶ୍ଚୟ ଶଙ୍ଖ ଫୁଙ୍କିବା ଉଚିତ । ଏହା ଦ୍ୱାରା ହୃଦ ଜନିତ ସମସ୍ୟା ଓ ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ଶଙ୍ଖକୁ କେବେବି ପୂଜା ଘରେ ନୀଚ ରେ ରଖିବେ ନାହିଁ । ଶଙ୍ଖକୁ ସର୍ବଦା ଉପରେ ବା ଉଚ୍ଚ ସ୍ଥାନରେ ରଖିବା ଉଚିତ। ଘରେ ଯଦି ଆପଣ ଦୁଇ ଟି ଶଙ୍ଖ ରଖିବେ ତେବେ ଏହା ଅତ୍ୟନ୍ତ ଭଲ ଅଟେ ।

ଗୋଟିଏ ଶଙ୍ଖ ଫୁଙ୍କିବା ନିମନ୍ତେ ରଖିବେ ଓ ଅନ୍ୟ ଏକ ଶଙ୍ଖ ଯାହାକୁ ଦକ୍ଷିଣ ମୁଖୀ ଶଙ୍ଖ କୁହାଯାଏ ଏହା ବଜାରରେ ସହଜରେ ମିଳିଥାଏ । ଏହି ଶଙ୍ଖ ଆଣି ପୂଜା କରିବା ଦ୍ୱାରା ଭଲ ଫଳ ପ୍ରାପ୍ତ ହୋଇ ଥାଏ । ଜଦି ଆପଣ ଶଙ୍ଖ ଫୁଙ୍କିବା ଜାଣି ନାହାନ୍ତି ତେବେ ଶଙ୍ଖ ଫୁଙ୍କିବେ ନାହିଁ । ବେଡ଼ଙ୍ଗ ବା ବେସୁରରେ ଶଙ୍ଖ ଫୁଙ୍କିବା ଦ୍ୱାରା ମା ଲଷ୍ମୀ କ୍ରୋଧ କରିଥାନ୍ତି ଓ ଘରୁ ପଳାଇ ଥାନ୍ତି । ଶଙ୍ଖ ରେ କେବେବି ପାଦ ବା ଗୋଡ଼ ଲଗାଇବେ ନାହିଁ । ଘରେ ଯଦି କୌଣସି ପ୍ରେତ ଆତ୍ମା ରହିଥାନ୍ତି ତେବେ ଶଙ୍ଖ ଫୁଙ୍କିବା ଦ୍ୱାରା ସେମାନେ ପଳେଇ ଯାଇ ଥାନ୍ତି । ଯଦି ଆପଣ ଶଙ୍ଖ ର ପାଣି ପାଦୁକ ଭାବେ ପିଇବେ ତେବେ ଆପଣଙ୍କ ଶରୀରର ୯୦ ଭାଗ ରୋଗ ଭଲ ହୋଇଯିବ । ତେଣୁ ଶଙ୍ଖ ଉଭୟ ଶାସ୍ତ୍ର ଓ ବୈଜ୍ଞାନିକ ଦୃଷ୍ଟି ରୁ ମଧ୍ୟ ବହୁତ ଭଲ ଅଟେ ।

Leave a Reply

Your email address will not be published. Required fields are marked *