ଯଦି ଦେଖାଯାଏ ଏଥି ମଧ୍ୟରୁ କୌଣସି ଗୋଟେ ଜୀବ, ତେବେ ବୁଝି ନିଅନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସି ସାରିଛନ୍ତି 

ବନ୍ଧୁଗଣ ହିନ୍ଦୁ ଧର୍ମରେ କେତେକ ପଶୁପକ୍ଷୀ ଙ୍କୁ ପୂଜନୀୟ ମାନା ଯାଇଛି । ଏହି ପଶୁପକ୍ଷୀଙ୍କ ଦେବତାଙ୍କ ବାହନ ରୂପରେ ମାନା ଯାଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହି ପଶୁପକ୍ଷୀ ଘରକୁ ଆସିବା ଶୁଭ ସଂକେତ ହୋଇଥାଏ । ଏହା ପଛରେ ବୈଜ୍ଞାନିକ ଓ ଶାସ୍ତ୍ରୀୟ କାରଣ ଅଛି । ଶାସ୍ତ୍ର ଅନୁଯାୟୀ କିଛି ପଶୁପକ୍ଷୀ ବାତାବରଣରେ ଥିବା ପଜେଟିଭକୁ ଅନୁଭବ କରିଥାନ୍ତି ।

ଏହି କାରଣ ପାଇଁ ପଶୁପକ୍ଷୀ ସେମିତି ଘରକୁ ଯିବାକୁ ପସନ୍ଦ କରନ୍ତି ଯେଉଁଠି ବାତାବରଣ ଶୁଦ୍ଧତା ଥିବ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ପଶୁପକ୍ଷୀ ଗୃହକୁ ଆସିଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ୧- ମୂଷା : ମୂଷା ଭଗବାନ ଗଣେଶଙ୍କ ବାହନ ଅଟେ କିନ୍ତୁ ଅଧିକ ସଂଖ୍ଯାରେ ମୂଷା ଘରେ ରହିଲେ ଘର ଲୋକଙ୍କ ବୁଦ୍ଧିର ବିନାଶ ଓ ନେଗେଟିଭ ଚିନ୍ତାର କାରକ ହୋଇଥାଏ । ମୂଷା ଘରକୁ ଆସିବା ଅଶୁଭ ହେବା ସହ ଏହା ରୋଗ ବ୍ୟାପିବାର କାରଣ ହୋଇଥାଏ ।

୨- ଚୁଚୁନ୍ଦ୍ରା ; ଚୁଚୁନ୍ଦ୍ରା ଘରେ ରହିଲେ ବହୁତ ଶୁଭ ହୋଇଥାଏ । କୁହାଯାଏ ଯେଉଁ ଘରେ ଚୁଚୁନ୍ଦ୍ରା ରହିଥାଏ ସେଠାରେ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ଯେଉଁ ବ୍ଯକ୍ତିର ଚାରିପଟେ ଚୁଚୁନ୍ଦ୍ରା ବୁଲି ପଡେ ତାର ଭାଗ୍ୟ ଉଦୟ ହୋଇଥାଏ । ଯେଉଁ ଘରର ଚାରି ପଟେ ଚୁଚୁନ୍ଦ୍ରା ବୁଲିଥାଏ ସେଠାରେ ବହୁତ ଜଲ୍ଦି ଉନ୍ନତି ହୋଇଥାଏ ।

୩- ବୁଢିଆଣୀ : ବୁଢିଆଣୀ ଜାଲ ଘରେ ହେବା ଶାସ୍ତ୍ର ଅନୁଯାଯୀ ଅଶୁଭ ଅଟେ । ତେଣୁ ବୁଢିଆଣୀ ଜାଲ ଘରେ ଦେଖାଗଲେ ତୁରନ୍ତ ହଟାଇ ଦିଅନ୍ତୁ । ଏହା ଜୀବନରେ ଉନ୍ନତିକୁ ଅଟକାଇଥାଏ ।

୪- ମହୁମାଛି : ଏମିତି କୁହାଯାଏ ମହୁମାଛି ବସା ଘରେ ରହିଲେ ଅଶୁଭ ହୋଇଥାଏ । ତେଣୁ ଘରେ ଏହା ରହିଲେ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ମହୁମାଛି ବସାରେ ଅଗଣିତ ଛେଦ ଥାଏ । ଯାହା ଜୀବନକୁ ବରବାତ ଆରିବାର ସୂଚନା ଦେଇଥାଏ ।

୫- ପ୍ରଜାପତି : ପ୍ରଜାପତି ଗୃହକୁ ଆସିବା ସୌଭାଗ୍ୟର ପ୍ରତୀକ ଅଟେ । କୁହାଯାଏ ପ୍ରଜାପତି ଘରେ ବାରମ୍ବାର ଦେଖାଗଲେ ଶୁଭ ଘଟଣାର ସୂଚନା ଦେଇଥାଏ । ଜୀବନକୁ ଅଧିକ ସୁନ୍ଦର ବନାଇଥାଏ ପ୍ରଜାପତି ।

୬- ବିଛା : ଯଦି ସ୍ଵପ୍ନରେ କଳା ବିଛା ଦେଖାଏ ତେବେ ସଙ୍କଟ ଆସିବାର ସୂଚନା ଦେଇଥାଏ । କଳା ବିଛା ଯିବାର ଘରେ ଦେଖାଗଲେ  ମା ଲକ୍ଷ୍ମୀଙ୍କ ଯିବାର ସୂଚନା ମିଳିଥାଏ ।

୭- ଭଉଁରୀ : ଯଦି ଆପଣଙ୍କ ଭଉଁରୀ ଦେଖାଯାଏ ଏବେ ଆପଣଙ୍କ ଖରାପ ସମୟ ଯିବାର ପ୍ରତୀକ ହୋଇଥାଏ । ଏହା ଶୁଭ ସଂକେତ ନେଇକି ଆସିଥାଏ । ତେଣୁ ଏହାକୁ ମାରନ୍ତୁ ନାହି ।

୮- ଝିଟିପିଟି : ଦୀପାବଳି ଦିନ ଝିଟିପିଟି ଦେଖାଯାଏ ନାହି । ଯଦି ଦୀପାବଳିରେ ଝିଟପିଟି ଦେଖନ୍ତୁ ତେବେ ମା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି ।

୯- ପିମ୍ପୁଡି : ନାଲି ପିମ୍ପୁଡି ଅଧିକ ଦେଖାଗଲେ ଅଶୁଭ ହେବା ସହ କଳହ ହୋଇଥାଏ । କଳା ପିମ୍ପୁଡି ଦେଖାଗଲେ ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *