ଜାଣନ୍ତୁ “କଳ୍କି” ଙ୍କ ଆବିର୍ଭାବ ସମୟ, କଣ କହୁଛି Malika

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ସମସ୍ତଙ୍କୁ ଅଳ୍ପ ବହୁତ ହେଉ ପଛେ ମାଲିକାରେ ଉଲ୍ଲେଖ ରହିଥିବା କଳ୍କି ଅବତାର ବିଷୟରେ ନିଶ୍ଚୟ କିଛି ଜ୍ଞାନ ରହିଥିବ । ମହାପୁରୁଷ ଅଚ୍ୟୁତା ନନ୍ଦ ନିଜ ଦିବ୍ୟ ଦୃଷ୍ଟି ଫଳରେ ୬୦୦ ବର୍ଷ ପୂର୍ବରୁ କଳିଯୁଗ ବିନାଶ ବିଷୟରେ ଅନେକ କଥା ଉଲେଖ କରିଯାଇଛନ୍ତି । କିନ୍ତୁ ଏବେ ଅନେକ ମାଳିକାର ତଥ୍ୟକୁ ଆଧାର କରି କଳ୍କି ଲୀଳା ନାମକ ଏକ ପୁସ୍ତକ ଛପା ଯାଇଛି । ସେହି ନୂତନ ପୁସ୍ତକର ଆଧାରରେ କଣ ସବୁ ନୂତନ କଥା ଜାଣିବାକୁ ମିଳିବ ଆସନ୍ତୁ ଜାଣିବା ।

ଭଗବାନଙ୍କର ଅନେକ ଅବତାର ବିଷୟରେ ଉଲ୍ଲେଖ ରହିଛି କାହିଁ କେତେ ଗ୍ରନ୍ଥରେ । ଭଗବାନ ଶତ୍ରୁଙ୍କୁ ବିନାଶ କରିବା ନିମନ୍ତେ ନୂଆ ନୂଆ ଅବତାର ମାନ ନେଇଛନ୍ତି । କିନ୍ତୁ କଳିଯୁଗରେ ପାପର ବିନାଶ କରିବା ନିମନ୍ତେ ଭଗବାନ କଳ୍କି ଅବତାର ନେବାର ଉଲ୍ଲେଖ ରହିଛି । ଭଗବାନଙ୍କର ଏହିଅବତାରକୁ ଶେଷ ଅବତାର ବୋଲି କୁହାଯାଉଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଳ୍କି ଅବତାର କିଏ ? ତାଙ୍କ ନାମ କଣ ?

ପ୍ରଭୁ କେଉଁଠାରେ ଜନ୍ମ ନେବେ । ତାଙ୍କୁ ଚିହ୍ନିବା କଣ ସହଜ ହେବ ! ତେବେ ଭଗବାଙ୍କୁ ଚିହ୍ନିବା ପାଇଁ କଣ ସବୁ ସଙ୍କେତ ମିଳିବ ? ମୀନ ଶନି ଯୋଗ କେବେ ହେବ । ମଣିଷଙ୍କ ମନରେ ରହିଥିବା ସାତ ରାତି ସାତ ଦିନ ଅନ୍ଧାର କଥା କେବେ ସତ ହେବ ? ବାଇଶି ପାହାଚରେ ମୀନ କେବେ ଖେଳିବ ? କେବେ ସରିବ ଏହି କଳିଯୁଗ ଏହି ସମସ୍ତ କଥାର ଉଲ୍ଲେଖ ସତ୍ୟ ଭଞ୍ଜଙ୍କ ପ୍ରକାଶିତ ଏବଂ ଶ୍ରୀ ପୁଲିନ ବିହାରୀ ପଣ୍ଡାଙ୍କ ଲିଖିତ କଳ୍କି ଲୀଳା ପୁସ୍ତକରେ ବିସ୍ତାର ଭାବରେ କୁହାଯାଇଛି ।

କଳିଯୁଗ ଶେଷ ହେବ ଡରରେ ସମସ୍ତେ ଜୀବନ କଟାଉଛନ୍ତି ସମସ୍ତେ । ଏବେ ତ ଆହୁରି ବେଶି ଭୟଭୀତ ଅନୁଭବ ହେଉଛି । କାରଣ ସଂସାରରେ ଯେଉଁ ସବୁ ପାପ ଘଟୁଅଛି ତାହା ସୀମା ଲଙ୍ଘି ସାରିଛି । ମାଲିକାରେ କଳିଯୁଗ ଶେଷ ହେବାର ଶେଷ ସୀମାରେ ଯେଉଁ ସମସ୍ତ ଘଟନା ଘଟିବା କଥା ଲେଖା ଯାଇଛି ତାହା ସବୁ କ୍ରମେ କ୍ରମେ ସତ ହେବାକୁ ଲାଗିଲାଣି ।

ତେଣୁ ମନରେ ଭୟ ଆସିବା ସ୍ଵାଭିବିକ । ଏହି ପାପର ସୀମା ଭାର ସଂସାର ଆଉ ସହି ନପାରିଲେ ଭଗବାନ ଜଗନାଥ କଳ୍କି ଅବତାର ନେଇ ଧରାବତରଣ କରିବେ । ଏବଂ ଛତିଆ ବଟରେ ଥିବା ବାର ହାତ ଖଣ୍ଡା ଧରି ପାପର ବିନାଶ ନିମନ୍ତେ ବାହାରିଯିବେ । ପୃଥିବୀକୁ ପାପ ମୁକ୍ତ କରିବା ପରେ କଳିଯୁଗର ଅନ୍ତ ଘଟିବ ।

ସେତେବେଳେ  ହୁଏତ ଆମେ ନଥିବା । କାରଣ ତାହା ନୂତନ ଯୁଗର ସଂଚାର ସମୟ ହେବ । ତେଣୁ ଏବେ ଭଗବାନଙ୍କୁ ଧ୍ୟାନ କରନ୍ତୁ । ଲୋଭ ମାୟା ଅହଂକାର ତ୍ୟାଗ କରି ଜୀବନ କାଟନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *