ଜାଣନ୍ତୁ କିଏ ଥିଲେ ଶ୍ରୀକୃଷ୍ଣଙ୍କ ଝିଅ ? ଯାହା ବିଷୟରେ ପ୍ରାତଃ ହିନ୍ଦୁ ଜାଣନ୍ତି ନହିଁ!

ନମସ୍କାର ବନ୍ଧୁଗଣ, ଭଗବାନ କୃଷ୍ଣ ଅଷ୍ଟମ ଅବତାର ପ୍ରେମଲୀଳା ଠାରୁ ଆରମ୍ଭ କରି ତାଙ୍କ ଆଠଟି ପାଟରାଣୀ ବିଷୟରେ ସାରା ସଂସାର ଜାଣିଛି । କିନ୍ତୁ ଏହା କଣ କିଏ ଜାଣିଛନ୍ତି କି ବନ୍ଧୁଗଣ ତାଙ୍କ ଝିଅ କିଏ ତାଙ୍କ ଝିଅ ଙ୍କ ବିବାହ କାହା ସହ ହୋଇଥିଲା ।  କେବେ ଜାଣିନଥିବେ କି ଶୁଣିନଥିବେ ତେବେ ଆସନ୍ତୁ ଆମେ ଆପଣମାନଙ୍କୁ ଏହା ବିଷୟରେ ଆଜି ଜଣାଇବୁ ।

ମହାଭାରତ ଅନୁସାରେ ଭଗବାନ କୃଷ୍ଣ ବିଦର୍ଭର ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀଙ୍କୁ ବିବାହ କରିଥିଲେ । ରୁକ୍ମିଣୀ ତାଙ୍କ ଆଠ ପାଟରାଣୀଙ୍କ ମଧ୍ୟରୁ ପ୍ରଥମ ଥିଲେ । ତେଣୁ ସିଏ ହିଁ ସର୍ବ ପ୍ରଥମେ କୃଷ୍ଣଙ୍କ ବଂଶଙ୍କୁ ଜନ୍ମ ଦେଇଥିଲେ । ରୁକ୍ମିଣୀ ୧୦ପୁତ୍ରଙ୍କୁ ଜନ୍ମ ଦେଲେ ଯାହାଙ୍କ ନାମ ଥିଲା, ପ୍ରଦୂମ୍ନ, ଚାରୋଦେଷ୍ଣ, ସୁଦେଷ୍ଣ, ଚାରୁଦେହ, ସୁଦାରୁ, ଚରୁଗୁପ୍ତ, ଭଦ୍ରଚାରୁ, ଚାରୁଚନ୍ଦ୍ର, ବିଚାରୁ ଓ ଚାରୁ ଥିଲା ।

ଏବଂ ଏହି ୨ଜଣ ଗୋଟିଏ ପୁତ୍ରିକୁ  ମଧ୍ୟ ଜନ୍ମ ଦେଇଥିଲେ ଯାହାଙ୍କ ନାମ ଥିଲା ଚାରୁମତି । ଏହା ଭଗବତ ପୁରାଣରେ କୁହାଯାଇଛି । ମହାଭାରତ ଯୁଦ୍ଧ ସରିବା ପରେ କ୍ରୀତବର୍ମା ପୁଣିଥରେ ପାଣ୍ଡବଙ୍କ ସହ  ଭେଟିଥିଲେ । ଏବଂ ତାଙ୍କ ପୁତ୍ର ବଲିଙ୍କ ସହ ଚାରୁଙ୍କ ବିବାହ କରିଥିଲେ । କିନ୍ତୁ ଏହା ବିଷୟରେ କେଉଁଠାରେ ବି ସମ୍ପୂର୍ଣ ରୂପେ କିଛି କୁହାଯାଇ ନାହିଁ ।

କୃଷ୍ଣଙ୍କ ଗୋଟିଏ ରାଣୀଙ୍କଠୁ ଦଶ ଦଶଟି ପୁତ୍ର ହୋଇଥିଲେ । ଏବଂ ସେମାନେ ସମସ୍ତେ ନିଜ ରୂପ ଗୁଣ ଓ ବଳ ଅନୁସାରେ ନିଜ ପିତାଙ୍କ ସମାନ ହିଁ ଥିଲେ । ମହାଭାରତରେ ଧର୍ମ ଓ ଅଧର୍ମ ବିଷୟରେ ବୁଝାଯାଇଛି । କଣ ଆପଣଙ୍କୁ ଜଣା କି କୃଷ୍ଣଙ୍କ ଆଠ ପାଟରାଣୀ ଭିତରୁ ଜାମ୍ବବତିଙ୍କ ପୁତ୍ରଙ୍କୁ ଦୁର୍ୟଧନଙ୍କ ପୁତ୍ରୀ ସହ ପ୍ରେମ ହୋଇଯାଇଥିଲା । ଏବଂ ଦୁର୍ୟଧନଙ୍କ ପତ୍ନୀ ୨ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।

ପୁତ୍ରଙ୍କ ନାମ ଲକ୍ଷ୍ମଣ ଥିଲା ଓ ପୁତ୍ରୀଙ୍କ  ନାମ ଲକ୍ଷ୍ମଣା ଥିଲା । ପ୍ରେମ ପ୍ରସଙ୍ଗରେ ଅଜଣା ଥିବା ଦୁର୍ୟଧନ ଶ୍ରୀକୃଷ୍ଣ ଙ୍କୁ ଚିଡୁଥିଲେ । କାରଣ ସେ ମହାଭାରତରେ ପାଣ୍ଡବମାନଙ୍କ ସାଥ ଦେଇଥିଲେ । ଯେତେବେଳେ ଦୁର୍ୟଧନ ଏହି ପ୍ରେମ ବିଷୟରେ ଜାଣିଲେ ତ ସେ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ । ଏବଂ ଜଲ୍ଦି ହିଁ ନିଜ ପୁତ୍ରୀ ଲକ୍ଷଣାଙ୍କ ସୋୟମ୍ବର ଆୟୋଜନ କରିଦେଲେ ।

ସୋୟମ୍ବରରେ ଦୁର୍ୟଧନ କୌଣସି ଯଦୁବଂଶୀଙ୍କୁ ଆମନ୍ତ୍ରିତ କରିନଥିଲେ ତେଣୁ କୃଷ୍ଣଙ୍କ ପୁତ୍ର ଶାମ୍ବ ସେଠାକୁ ଆସିପାରୁନଥିଲେ । ତେଣୁ ନିଜ ଭଲ ପାଇବା କୁ ପାଇବା ପାଇଁ ଶାମ୍ବ ସୋୟମ୍ବର ସମୟରେ ଲକ୍ଷଣାଙ୍କୁ ଭଗେଇକି ନେବା କଥା ଭାବିଲେ । ଏବଂ ଶାମ୍ବ ସେହି ସଭାରେ ପହଞ୍ଚି ସମସ୍ତଙ୍କ ସାମ୍ନାରେ ଲକ୍ଷ୍ମଣାଙ୍କ ହାତ ଧରି ସେଠାରୁ ନେଇଗଲେ ।

ଭଗବାନ କୃଷ୍ଣ ନିଜ ପୁଅର ହ୍ରୁଦୟକୁ କଷ୍ଟ ଦବାକୁ ଚାହୁଁନଥିଲେ । ତେଣୁ ସେମାନଙ୍କୁ ଅଲଗା କରିବା ତାଙ୍କୁ ପାପ ଭଳି ଲାଗୁଥିଲା । ଏହାପରେ ଶ୍ରୀକୃଷ୍ଣ ଦୁର୍ୟଧନଙ୍କୁ ବୁଝାଇଲେ କି ତାଙ୍କ ଶତ୍ରୁତାର କୁପ୍ରଭାବ ପିଲାଙ୍କ ଉପରେ ପଡିବା ଉଚ୍ଚିତ ନୁହେ । ତେଣୁ ଦୁର୍ୟଧନ ମାନିଗଲେ ଏବଂ ଶାମ୍ବ ଓ ଲକ୍ଷଣାଙ୍କ ବିବାହ ସୂଚାରୁ ରୂପରେ କରାଗଲା । ଏହାଥିଲା କୃଷ୍ଣଙ୍କ ପୁତ୍ର ପୁତ୍ରୀଙ୍କ ବିଷୟରେ ଜଣାନଥିବା କିଛି କଥା । ଯଦି ଆପଣମାନଙ୍କୁ ଏହା ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରିବେ ।

Leave a Reply

Your email address will not be published. Required fields are marked *