କଞ୍ଚା ଲଙ୍କା ଖାଇବା ଦ୍ଵାରା କଣ ହୋଇଥାଏ ? କଞ୍ଚା ଲଙ୍କା ଖାଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ପଢନ୍ତୁ- Health Tips

ବନ୍ଧୁଗଣ ଆମେ ଏମିତି ରେ ଭାବିଥାଉ କି ରାଗ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ହାନି କାରକ ଅଟେ । କାରଣ ରାଗ ଯୁକ୍ତ ଖାଦ୍ୟ ଖାଇଲେ ଆମ ପେଟ ବହୁତ ଖରାପ ହୋଇ ଯାଇଥାଏ । ଏବଂ ତା ଛଡା ଆମ ସ୍ୱାସ୍ଥ୍ୟ ଓ ଶରୀର ରେ ବହୁତ ଅସୁବିଧା ଦେଖାଯାଏ । କିନ୍ତୁ ବନ୍ଧୁଗଣ ଆମେ ଆଜି ଏମିତି ଏକ ରାଗ ଯୁକ୍ତ ଖାଦ୍ୟ ବିଷୟ ରେ କହିବୁ ଯାହାକୁ ଖାଇଲେ ସ୍ୱାସ୍ଥ୍ୟ ରେ ଅସୁବିଧା କିମ୍ବା ହାନି ପହଂଚାଏ ନାହିଁ ବରଂ ଲାଭ ଦେଇଥାଏ । ଏବଂ ସେ ରାଗ ଯୁକ୍ତ ଖାଦ୍ୟ ହେଉଛି ଲଙ୍କା । ତେବେ ଆଜି ଆମେ କଞ୍ଚା ଲଙ୍କା ଖାଇଲେ କଣ ଫାଇଦା ମିଳେ ଓ କିପରି ଖାଇବା ଆବଶ୍ୟକ ଏବଂ କଣ କଣ ରୋଗ ସବୁ ଦୂର ହୋଇଯିବ ସେ ବିଷୟରେ ଆଲୋଚନା କରିବା ।

ଯଦି ଆପଣ ଏହି କଞ୍ଚା ଲଙ୍କା କୁ ଖାଲି ପେଟରେ ଖାଆନ୍ତି କିମ୍ବା ଖାଦ୍ୟ ସହ ମିଶେଇ ଖାଇବା ଦ୍ବାରା ଆମକୁ ଅନେକ ପୌଷ୍ଟିକ ତତ୍ତ୍ୱ ମିଳିଥାଏ । ଯେଉଁଥିରେ ଭିଟାମିନ-ଏ, ଭିଟାମିନ-ବି,ଭିଟାମିନ-ସି, ପୋଟାସିୟମ, କପର, ଆଇରନ, ପ୍ରୋଟିନ ଏବଂ କାର୍ବୋ ହାଇଡ୍ରେଡ଼ ଭଳି ଆଦି ଅନେକ ତତ୍ତ୍ୱ ରହିଥାଏ । ତେବେ ଯଦି ଏତେ ସବୁ ଜିନିଷ ଗୋଟିଏ ଲଙ୍କା ରେ ମିଳୁଛି ତେବେ ଏହାର ସେବନ ଆମ ପାଇଁ ବହୁତ ଆବଶ୍ୟକ ଓ ଲାଭଦାୟକ ଅଟେ ।

କଞ୍ଚା ଲଙ୍କା କ୍ୟାନ୍ସର ରୋଗ କୁ ଭଲ କରିବାରେ ସାହାର୍ଯ୍ୟ କରିଥାଏ । ଏହି କଞ୍ଚା ଲଙ୍କା କୁ ଖାଇଲେ ଆମ ଶରୀର ରେ କ୍ୟାନ୍ସର କୁ ବୃଦ୍ଧି କରୁଥିବା ସେଲ କୁ ନଷ୍ଟ କରି ଦେଇଥାଏ । ଏବଂ ଆମ ଭିତରେ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବଢ଼ାଇ ଥାଏ । ସେଥିପାଇଁ ଆପଣ ଯଦି ଚାହୁଁଛନ୍ତି କି ଜୀଵନ ରେ ଆପଣଙ୍କୁ କେବେବି କ୍ୟାନ୍ସର ନ ହେଉ ତେବେ ପ୍ରତିଦିନ ଗୋଟିଏ କଞ୍ଚା ଲଙ୍କା ଖାଇବା ଆବଶ୍ୟକ । ଏହାକୁ ଖାଇବା ବେଳେ ପ୍ରଥମେ ଆମକୁ କଷ୍ଟ ଲାଗିପାରେ କିନ୍ତୁ ଏହା ପରେ ଅଭ୍ୟାସ ରେ ପଡିଯିବ । ଓ କିଛି କଷ୍ଟ ଅନୁଭବ ହେବ ନାହିଁ ।

ଏକ ଗବେଷଣା ରୁ ଜଣା ପଡିଛି କି ଏହି କଞ୍ଚା ଲଙ୍କା ଖାଇଲେ ହୃଦୟ ଜନିତ କୌଣସି ରୋଗ ହୁଏ ନାହିଁ । କଞ୍ଚା ଲଙ୍କା ଖାଇବା ଦ୍ୱାରା ଆମ ତ୍ୱଚା କୁ ଉଜ୍ଜ୍ୱଳ ଓ ସତେଜ ଦେଖାଯିବ । ଏବଂ କୌଣସି ଦାଗ ମଧ୍ୟ ଦେଖାଯିବ । ଏବଂ କଞ୍ଚା ଲଙ୍କ ଖାଇବା ଦ୍ବାରା ଆମ ବୃଦ୍ଧି ପ୍ରଖର ହୋଇ ଥାଏ । ଲଙ୍କା ଖାଇବା ଦ୍ବାରା କୌଣସି ଇଂଫେକ୍ସନ ମଧ୍ୟ ହୋଇ ନଥାଏ । ଯଦି ଆମକୁ ଥଣ୍ଡା, ଜ୍ୱର ଆଦି ଲାଗି ରହିଥାଏ ତେବେ ଏହି କଞ୍ଚା ଲଙ୍କା ସେବନ କରିବା ଆବଶ୍ୟକ ।

ଗୋଟିଏ କଞ୍ଚା ଲଙ୍କା ଖାଇବା ଦ୍ବାରା ଆମକୁ ଅନେକ ଫାଇଦା ମିଳିଥାଏ । ଏହାକୁ ଖାଇବା ଦ୍ଵାରା ଆମ ଶରୀର ରେ ଥିବା କୀଟାଣୁ ସଂଖ୍ୟା କମ ହୋଇ ଯାଇଥାଏ । ରକ୍ତ ସଫା ହୋଇ ଥାଏ ଏବଂ ଅନେକ ରୋଗ ରୁ ମୁକ୍ତି ମିଳି ଥାଏ । ଏହି କଞ୍ଚା ଲଙ୍କା ରେ ଭରପୁର ମାତ୍ରାରେ ଆଇରନ ରହିଥାଏ । ତେଣୁ ଯେଉଁ ମାନଙ୍କ ଶରୀରରେ ରକ୍ତ ର ଅଣୁ କଣିକା ର ମାତ୍ରା କମ ଥାଏ ତେବେ ସେମାନେ ଏହି କଞ୍ଚା ଲଙ୍କା ଖାଇବା ଆବଶ୍ୟକ । ଏହାକୁ ଖାଇବା ଦ୍ୱାରା ଆମ ଶରୀର ରେ ରକ୍ତ ର ମାତ୍ରା ବଢ଼ିଥାଏ ।

ଏହା ଦ୍ୱାରା ବାହାରୁ କିଣି କିଛି ଔଷଧ ଖାଇବା ଆବଶ୍ୟକ ନୁହେଁ । ଏହି କଞ୍ଚା ଲଙ୍କା ଆମ ଆଖି ପାଇଁ ମଧ୍ୟ ଲାଭଦାୟକ । ଯେଉଁ ମାନଙ୍କ ଆଖି ଟିକିଏ ଦୁର୍ବଳ ଅଛି କିମ୍ବା ଆପଣ ଚଷମା ପିନ୍ଧୁଛନ୍ତି ତେବେ ଆପଣ ପ୍ରତିଦିନ ଏହି କଞ୍ଚା ଲଙ୍କା ଖାଇବା ଦ୍ୱାରା ଆମ ଚକ୍ଷୁ ଦୃଷ୍ଟି ବଢିବ ଓ ଆଖିର ଅନେକ ଅସୁବିଧା ଦୂର ହେବ । ଏହା ଥିଲା ଲଙ୍କା ର ବହୁତ ଗୁଣ । ତେଣୁ ଆମେ ଆଶା କରୁଛୁ କି ଆପଣ ମାନଙ୍କ ପାଇଁ ଏହା ଲାଭଦାୟକ ଅଟେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *