ଶ୍ରୀମଦ ଭଗବତ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ”କର୍ମାଣ୍ୟବାଧିକାରସ୍ତେ ମା ଫଲେସୁ କଦାଚନ” ଅର୍ଥାତ କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ ତାର ଫଳ ଉପରେ ତୁମର କିଛି ଅଧିକାର ନାହିଁ । ଶସ୍ତ୍ର ଅନୁସାରେ ଆମ ଦ୍ଵାରା କରାଯାଇଥିବା ଶୁଭ ଓ ଅଶୁଭ କର୍ମ ଆମ ସହିତ ଅହି ଦୁନିଆରେ ଆସିଥାଏ । ଆମେ ଯେମିତି କର୍ମ କରିବା ସେ ଭଲ ହେଉକି ଖରାପ ସେକର୍ମ ଯେବେବି ହେଲେ ଆମକୁହିଁ ଭୋଗ କରିବାକୁ ପଡିଥାଏ ।
ଏହି କଥା ସହେ ପ୍ରତିଶତ ସତ୍ୟ ଅଟେ । କର୍ମ ଫଳରୁ କେବେ କେହି ବଞ୍ଚି ପାରି ନାହିଁ, ଯେଉଁ କର୍ମର ଫଳ ବର୍ତମାନ ସମୟରେ ଫଳିତ ହେଉନାହିଁ ତାକୁ ଭୋଗିବା ପାଇଁ ଆତ୍ମା ନୂଆ ଶରୀର ଧାରଣା କରିଥାଏ ଓ ଏହାକୁ ହିଁ କୁହାଯାଏ କର୍ମ ସିଦ୍ଧାନ୍ତ । ଏହି କର୍ମ ସିଦ୍ଧାନ୍ତକୁ ବୁଝିବା ପାଇଁ ଆସନ୍ତୁ ଜାଣିବା ଗୋଟେ ରାଜାର କାହାଣୀ ।
ପ୍ରାଚୀନ କାଳରେ ଜଣେ ପ୍ରତାପୀ ରାଜା ଥିଲେ । ଗୋଟେ ଦିନ ରାଜା ତାଙ୍କ ଜନ୍ମ ପତ୍ରୀ ପଢୁଥିଲେ, ସେହି ସମୟରେ ରାଜା ମନରେ ଗୋଟେ ପ୍ରଶ୍ନ ଆସିଲା, ଯେଉଁ ସମୟରେ ମୋର ଜନ୍ମ ହୋଇଥିଲା ସେହି ସମୟରେ ଆଉବୀ ବହୁତ ଲୋକଙ୍କର ଜନ୍ମ ହୋଇଛି । ତେବେ ସେସବୁ ଲୋକ ମୋ ଭଳି ରାଜା କାହିଁକି ହୋଇନାହାନ୍ତି । ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ରାଜା ବଡ ବଡ ବିଦ୍ଵାନ ମାନଙ୍କୁ ନିଜ ରାଜ ଦରବାରକୁ ନିମନ୍ତ୍ରଣ କଲେ । ବହୁତ ସାରା ବିଦ୍ଵାନ ଆସିଲେ ରାଜ ଦରବାରକୁ ଆସିଲେ, ସମସ୍ତେ ଆଶ୍ଚର୍ଯ୍ୟ ଥିଲେକି ରାଜା କାହିଁକି ବୈଠକ ବସାଇଛନ୍ତି ।
ରାଜା ବିଦ୍ଵାନ ମାନଙ୍କୁ ପ୍ରଶ୍ନ କଲେକି ହେ ମହା ପୁରୁଷ ଆପଣଙ୍କ ଠାରୁ ଜାଣିବାକୁ ଚାହୁଁଛି ମୋ ସହିତ ବହୁତ ମନୁଷ୍ୟ ଜନ୍ମ ଗ୍ରହଣ କରିଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ମୁଁ କାହିଁକି ରାଜା ହେଲି । ଏହା ପ୍ରଶ୍ନ ଶୁଣି କେହିବି ବିଦ୍ଵାନ ଏହାର ସଠିକ ଉତ୍ତର ଦେଇପାରିଲେନି ତାଙ୍କ ମଧ୍ୟରେ ଜଣେ ବୃଦ୍ଧ ବିଦ୍ଵାନ ଥିଲେ ସେ କହିଲେ ମହାରାଜ ଏହି ପ୍ରଶ୍ନର ଉତ୍ତର ଜଙ୍ଗଲରେ ଜଣେ ସାଧୁ ଅଛନ୍ତି ସେ ଦେଇ ପାରିବେ । ଏହା ଶୁଣି ରାଜା ଜଙ୍ଗଲକୁ ସୈନ୍ୟ ସାମନ୍ତ ନେଇ ବାହାରି ଗଲେ କିଛି ଦୂର ଗଲା ପରେ ସାଧୁଙ୍କର କୁଟୀର ଦେଖାଗଲା । ସେ ସେଠାରେ ପହଞ୍ଚି ସାଧୁଙ୍କୁ ପ୍ରଣାମ କଲେ, ରାଜା ଦେଖିଲେକି ସାଧୁଜଣକ ଅଙ୍ଗରା ଖାଉଛନ୍ତି ଏହାଦେଖି ସାଧୁଜଣକ ଟିକେ ଆଶ୍ଚର୍ଯ୍ୟ ହୋଇଲେ । ତା ପରେ ସେ ସାଧୁଙ୍କୁ ପଚାରିଲେ ସେହି ପ୍ରଶ୍ନ ବିଷୟରେ ସାଧୁ କହିଲେ ଏହି ପ୍ରଶ୍ନ ଉତ୍ତର ମୋତେ ଜଣା ନାହିଁ ।
ସାଧୁଜଣକ କହିଲେକି ଆଉ ଟିକେ ଜଙ୍ଗଲ ଭିତରକୁ ଜାଅ ଆଉ ଜଣେ ସାଧୁ ଅଛନ୍ତି ତାଙ୍କୁ ପଚାରିବ । ଏହା ସୂନୀ ରାଜା ଟିକେ ନୀରସ ହେଲେ ପ୍ରଶ୍ନର ଉତ୍ତର ନପାଇ । ଆଉ କିଛି ଦୂରକୁ ଗଲା ବେଳେ ଜଣେ ସାଧୁଙ୍କୁ ସେ ମାଟି ଖାଉଥିବାର ଦେଖିଲେ ଓ ସେହି ପ୍ରଶ୍ନ ପୁଣି ପଚାରିଲେ, ସେହି ସାଧୁ ଜଣକ ବିରକ୍ତ ହୋଇ କହିଲେ ମୋତେ କିଛି ଜଣା ନାହିଁ ତୁମେ ଏଠାରୁ ଚାଲି ଯାଅ । ରାଜା ବହୁତ ନୀରାସ ହୋଇ ସେଠାରୁ ବାହାରିଲେ ସେତେବେଳେ ସାଧୁ ଜଣକ ପଛରୁ ଡାକି କହିଲେକି ଏହି ପାଖରେ ଗୋଟେ ଗାଁ ଅଛି ସେଠି ଜଣେ ବାଳକ ସେ ରୋଗ ଶଯ୍ୟାରେ ପଡିଛି ସେଠିକି ଯାଅ ଓ ତାକୁ ପଚାର । ରାଜା ସେହି ଗାଁରେ ଯାଇ ପହଞ୍ଚିଲେ ଓ ସେଠାରେ ସେହି ବାଳକକୁ ଖୋଜି ପାଇଲେ ଓ ତାକୁ ପଚାରିଲେ, ମୋ ସହିତ ବହୁତ ମନୁଷ୍ୟ ଜନ୍ମ ନେଇଛନ୍ତି କିନ୍ତୁ ମୁଁ କାହିଁକି ସେମାନଙ୍କ ମଧ୍ୟରେ ରାଜା ହେଲି ସେମାନେ କାହିଁକି ହେଲେନି ।
ଏହା ଶୁଣି ବାଳକ କହିଲା ହେ ରାଜନ ପୂର୍ବ ଜନ୍ମରେ ଆମେ ଚାରି ଭାଇ ଥିଲୁ । ଦିନକର କଥା ଆମେ ଛାଡ଼ିଭାଇ ଜଙ୍ଗଲରେ ଯିବା ସମୟରେ ରାସ୍ତା ଭୁଲି ଯାଇଥିଲୁ ଓ ଆମ ପାଖରେ ଭୋଜନ ସାମଗ୍ରୀ ସରିଯାଇଥିଲା । ଆମ ପାଖରେ ଅଳ୍ପ କିଛି ଅଟା ଥିଲା ସେଥିରେ ଆମେ ଅଟାର ରୁଟି ବନେଇଲୁ ଓ ଖାଇବାକୁ ବସିଲୁ ସେହି ସମୟରେ ଜଣେ ସାଧୁବାବା ଆସି କହିଲେ ମୁଁ ବହୁତ ଭୋକିଲା ଅଛି ମୋତେ କିଛି ଖାଦ୍ୟ ମିଳିବକି । ଏହାଶୁଣି ବଡ ଭାଇ କହିଲେକି ଯଦି ମୁଁ ମୋର ଭାଗ ଦେବୀ ତୁମକୁ ମୁଁ କଣ ଅଙ୍ଗାର ଖାଇବି, ସେହି ପରି ଦିତୀୟ ଭାଇ ମଧ୍ୟ କହିଲେ ମୁଁ ମୋ ଭାଗ ଦେଲେ କଣ ମାଟି ଖାଇବି । ସେହି ପରି ମୁଁ ମଧ୍ୟ କହିଲି, ଏବେ ମୁଁ ରୋଗ ଶଯ୍ୟାରେ ଘାନ୍ଟି ହୋଇ ମୃତ୍ୟୁର ଦ୍ଵାରରେ । ଆଉ ତୁମେ ବହୁତ ଦୟାଳୁ ଥିଲ ତୁମର ଭାଗର ଖାଦ୍ୟକୁ ସାଧୁବାବାଙ୍କୁ ଦାନ କରିଦେଇଥିଲ ଓ ନିଜେ ଭୋକିଲା ରହିଥିଲ । ତୁମର ଏହି ପୂଣ୍ୟ କାରଣରୁ ତୁମେ ଏହି ଜନ୍ମରେ ରାଜ ହୋଇଛ ।
ତୁମକୁ ରାସ୍ତାରେ ଯେଉଁ ସାଧୁ ଦେଖାହୋଇଥିଲେ ସେ ତୁମର ପୂର୍ବ ଜନ୍ମର ଭାଇଥିଲେ । ଏହି ପ୍ରକାର ଆମେ ସବୁ ଭାଇମାନଙ୍କର କର୍ମ ଫଳ ମିଳିଛି । ସେହି ବାଳକର ପ୍ରଶ୍ନ ଶୁଣି ରାଜା ତାଙ୍କର ସବୁ ପ୍ରଶ୍ନ ଉତ୍ତର ପାଇଗଲେ । ଶେଷରେ ଏହି କାହାଣୀର ସାର ହେଲାକି ଆମେ ଯାହା ବି କର୍ମ କରିଥାଉ ସେହି ହିସାବରେ କର୍ମ ଫଳ ଆମକୁ ଭୋଗ କରିବାକୁ ପଡିଥାଏ । ଆମେ ବର୍ତମାନ ସ୍ଥିତିରେ ଯାହାବି ଧନୀ କି ଗରିବ ଅଛୁ ସେହି ସବୁ ଆମ କର୍ମଫଳ ଲାଗି, ଏଥିରେ କାହାରବି ଦୋଷ ନାହିଁ । ଓ ଭବିଷ୍ୟତରେ ଯାହାବି ହେବା ଆମ କର୍ମ ଫଳ ଲାଗି ହେବ । ଏହାହିଁ ଅଟେ କର୍ମର ସିଦ୍ଧାନ୍ତ, ହରେ କୃଷ୍ଣ ॥