କେମିତି ଜାଣିବେ, ଶରୀରରେ ହେଉଛି ଅକ୍ସିଜେନ/ଅମ୍ଳଜାନ ର ଅଭାବ ?

ବନ୍ଧୁଗଣ, ଆମର ଶରୀରରେ ରକ୍ତରେ ଥିବା ହିମୋଗ୍ଲୋବିନ ଅଥବା ଲୋହିତ ରକ୍ତ କଣିକା ମୁଖ୍ୟତ ଅକ୍ସିଜେନ କୁ ନେଇ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ରେ ପହଞ୍ଚାଇ ଥାଏ । ବନ୍ଧୁଗଣ ପ୍ରତ୍ୟକ ଅଙ୍ଗ ପ୍ରତ୍ୟଙ୍ଗ ର ଆବଶ୍ୟକତା ଯେତେ ପରିମାଣରେ ରହିଅଛି ।

ସେତିକି ପରିମାଣରେ ଅକ୍ସିଜେନ ପହଞ୍ଚାଇବା ପାଇଁ ଆମ୍ଭର ଯେଉଁଟା ପାର୍ଶଲପ୍ରେସର ଓଫ ଅକ୍ସିଜେନ ଯେଉଁଟା କି ଆମ୍ଭେ ଓକ୍ସିମିଟର ଦ୍ଵାରା ମାପିଥାଉ । ସେଟା ସାଧାରଣତ ଲୋକ ମାନଙ୍କର ୯୭ ରୁ ୯୮ ପ୍ରତିଶତ ରହିଥାଏ । ମାତ୍ର ଯଦି କୌଣସି କାରଣରୁ ଆମ୍ଭର ଫୁସ ଫୁସ ର ରୋଗ ହୁଏ । ଏହାଛଡା ଅନେକ କ୍ଷେତ୍ରରେ ମଧ୍ୟ ଆମ୍ଭର ଶରୀରର ଯେଉଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ରହିଅଛି, ଯେପରିକି ହୃତ ଜନ୍ତ୍ର ଅଥବା ହାର୍ଟ କିମ୍ବା କିଡ୍ନି ଅଥବା ବୃକକ ହେଲା, ଏହି ଅଙ୍ଗ ମାନଙ୍କର ସମସ୍ଯା ହେଲେ ମଧ୍ୟ ଆମ୍ଭର ଅକ୍ସିଜେନ ହ୍ରାସ ପାଇଥାଏ ।

ବନ୍ଧୁଗଣ ଅକ୍ସିଜେନ ଶରୀରର ପ୍ରତ୍ୟକ କୋଷ ପାଇଁ ବଞ୍ଚି ରହିବାର ଏକ ମହତ୍ବପୂର୍ଣ୍ଣ ମାଧ୍ୟମ ଅଟେ । ମାତ୍ର ଯେତେବେଳେ ଅକ୍ସିଜେନ ର ଅଭାବ ହୁଏ ସେତେବେଳେ ଶରୀରର ପ୍ରତ୍ୟକ କୋଷରେ ନିଶ୍ଚିତ ରୂପେ ତାହାର ଅଭାବର ପ୍ରତିକ୍ରିୟା ମାନ ଲକ୍ଷଣ ମାନ ପରିଲକ୍ଷିତ ହୋଇଥାଏ । ଏହାବ୍ୟତୀତ ଅକ୍ସିଜେନ ଅଭାବ ହେଲେ ଆମ୍ଭର ନୀତିଦିନ ଜୀବନରେ ଯେଉଁ କାର୍ଯ୍ୟ କଳାପ ହୋଇଥାଏ ସେ ସବୁରେ ବାଧା ସୃଷ୍ଟି ହୁଏ ।

ବନ୍ଧୁଗଣ ଯଦି ଆମ୍ଭର ବ୍ରେନ ଅଥବା ମସ୍ତିଷ୍କ ରେ ଅମ୍ଳଜାନ ସଠିକ ପରିମାଣରେ ନ ପହଞ୍ଚିଲା ତେବେ, ଆମ୍ଭର ବ୍ରେନ ର ଆଲର୍ଟନେସ ଅଥବା ପାର୍ଶ୍ଵପ୍ରତିକ୍ରିୟା ସଠିକ ଭାବରେ ହୋଇପାରି ନଥାଏ । ଏହାଫଳରେ ଆମ୍ଭକୁ ବାତ ମାରି ପାରେ ଅଥବା ସଂପୂର୍ଣ୍ଣ ଭାବେ ଅଚେତ ମଧ୍ୟ ହୋଇଯାଇଥାଉ । ସେହିଭଳି ହୃତଯନ୍ତ୍ର ଅଥବା ହାର୍ଟ ରେ ଯଦି ଅକ୍ସିଜେନ ନ ପହଞ୍ଚୁଛି ତେବେ ହାର୍ଟ ଆଟାକ ମଧ୍ୟ ହୋଇଯାଇପାରେ । ଏହାଦ୍ବାରା ହାର୍ଟ ଫେଲୁଅର ମଧ୍ୟ ହୋଇଯାଇପାରେ ।

ବନ୍ଧୁଗଣ ଯଦି କିଡ୍ନି ରେ ଅକ୍ସିଜେନ ନ ପହଞ୍ଚିଲା ତେବେ କିଡ୍ନି ଫେଲୁଅର ମଧ୍ୟ ହୋଇଯାଇପାରେ । ବନ୍ଧୁଗଣ ଶରୀରରେ ଯେଉଁ ବିଭିନ୍ନ ପ୍ରକାରର ଅଙ୍ଗ ରହିଅଛି ସେ ସବୁର ଚଳପ୍ରଚଳରେ ଅତ୍ୟଧିକ ବାଧା ସୃଷ୍ଟି ହେବ । ବନ୍ଧୁଗଣ ଯଦି ଆମ୍ଭେ ସଂପୂର୍ଣ୍ଣ ଅକ୍ସିଜେନ ର ମାତ୍ର ଜାଣିବାକୁ ଚାହିଁବା ତେବେ ପଲ୍ସ ଅକ୍ସିମିଟର ଯନ୍ତ୍ର ସାହାଯ୍ୟରେ ଆମ୍ଭେ ଶରୀରରେ ଅମ୍ଳଜାନ ର ପରିମାଣ ଜାଣିପାରିବା । ବନ୍ଧୁଗଣ ଯଦି ସେହି ଯନ୍ତ୍ର ରେ ଅକ୍ସିଜେନ ର ମାତ୍ର ୯୪ ରୁ ଅଧିକ ରହିଥାଏ ତେବେ କୌଣସି ପ୍ରକାରର ଚିନ୍ତା କରିବାର ବିଷୟ ନୁହେଁ ।

ମାତ୍ର ଯଦି ତାହାଠାରୁ କମ ରହିଥାଏ ତେବେ, ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ । ଅକ୍ସିଜେନ ଅଭାବର ଲକ୍ଷଣ ମାନ ହେଉଛି ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବା, ବାଉଳି ଚାଉଳି ହେବା, ଛାତିରେ ଯନ୍ତ୍ରଣା ହେବା ଇତ୍ୟାଦି ପଲକ୍ଷିତ ହୋଇଥାଏ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଅକ୍ସିଜେନ ର ମାତ୍ରା କମିଲେ କେଉଁ ଘରୋଇ ଉପାୟ କରିବା ଦ୍ଵାରା ଆମ୍ଭେ ସଂପୂର୍ଣ୍ଣ ଅକ୍ସିଜେନ ର ମାତ୍ରାକୁ ବଢାଇ ପାରିବା । ବନ୍ଧୁଗଣ ଆପଣ ମାନେ ନିଶ୍ଵାସ ପ୍ରଶ୍ଵାସ ସମ୍ବନ୍ଧୀୟ ବ୍ୟାୟାମ ଅଥବା ପ୍ରାଣାୟମ ନୀତିଦିନ କରି ପାରିବେ ।

ଏହାଦ୍ଵାରା ଫୁସଫୁସ ର ସଙ୍କୋଜନ ତଥା ସଂପ୍ରସାରଣ ସଠିକ ଭାବେ ହୋଇ ପାରିବେ । ଏହାଦ୍ଵାରା ରକ୍ତକୁ ଅମ୍ଳଜାନ ଯିବାର ମାତ୍ର ଅପେକ୍ଷାକୃତ୍ତ ବଢିବ । ବନ୍ଧୁଗଣ ଆପଣଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ଟି ଜାଣି ଭଲ ଲାଗୁଥିଲେ ଦୟାକରି ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *