କିପରି ଓ କେଉଁ ଧାତୁର କଇଁଛ ଘରେ କିମ୍ବା ଦୋକାନରେ କିପରି ରଖିଲେ ଘରେ ହୋଇଥାଏ ଧନର ବର୍ଷା- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କଇଁଛ କୁ ଘର ଅଫିସ ଓ ଦୋକାନ ର କେଉଁ ସ୍ଥାନ, କେଉଁ ଦିଗ ଓ କିପରି ରଖିବା ଦ୍ବାରା ଘରେ ସୁଖ ସମୃଦ୍ଧି ଓ ଧନ ପାଇବା ସହିତ ରୋଗ ଓ ଋଣ ରୁ ମୁକ୍ତି ଦେଇଥାଏ ସେହି ସ-ମ୍ବ-ନ୍ଧରେ ଆଜି ଆମେ ଆପଣ ମାନଙ୍କୁ ବିସ୍ତାର ରୂପରେ କହିବୁ । ଧର୍ମଶାସ୍ତ ଓ ବାସ୍ତୁ ଶାସ୍ତ୍ର ରେ ଏହା ମାନ୍ୟତା ଅଛି କି କଇଁଛ କୁ ଘରେ ରଖିବା କିମ୍ବା କଇଁଛ ର ପ୍ରତିମା ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯେଉଁ ଘରେ କଇଁଛ ରହିଥାଏ ସେହି ଘରେ ସଦା ସର୍ବଦା ମାତା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି । କାରଣ ଶ୍ରୀ ବିଷ୍ଣୁ ଙ୍କ ର ଏକ ଅବତାର କଇଁଛ ଅଟେ । ଭଗବାନ ବିଷ୍ଣୁ କଇଁଛ ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରା ତଳ ପର୍ବତ କୁ ନିଜ ପିଠି ରେ ଧାରଣ କରିଥିଲେ । ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ, ଯେଉଁ ଘରେ କଇଁଛ ରହିଥାଏ ସେହି ଘରେ ଶ୍ରୀବିଷ୍ଣୁ ଙ୍କ ଛଡା ମାତା ଲକ୍ଷ୍ମୀ ଙ୍କ ର ମଧ୍ୟ ବାସ ରହିଥାଏ । କଇଁଛ କିମ୍ବା କଇଁଛ ର ପ୍ରତିମା ହେଉ ତାକୁ ଗୁରୁବାର ଦିନ ଆଣି ତାକୁ ସ୍ଥାପନ କରିବା ଉଚିତ ।

କୁହାଯାଏ କଇଁଛ କୁ ଖାଦ୍ୟ ଦେଇ ତାର ଯତ୍ନ ନେବା କଇଁଛ ଟି ଯେତେ ବଢିଥାଏ ସେତେ ଆମ ଦୁଖ ଓ କଷ୍ଟ ଦୂର ହୋଇଥାଏ । କିନ୍ତୁ ସମସ୍ତଙ୍କ ଘରେ କଇଁଛ କୁ ରଖି ତାର ପାଳନ କରିବା ସମ୍ଭବ ନୁହେଁ । ଏହା ପରିବର୍ତ୍ତେ କଇଁଛ ର ପ୍ରତିମା କୁ ଘରେ ଅଫିସରେ ଦୋକାନ ରେ ରଖିଲେ ଧନଲାଭ ହେବା ଏବଂ ସମସ୍ତ କଷ୍ଟ ଦୂର ହୋଇପାରିବ । ଏହି ଥିରୁ ସେତିକି ଫାଇଦା ମିଳିବ ଯେତିକି ଏକ ଅସଲି କଇଁଛ ରଖିବା ଦ୍ଵାରା ମିଳିଥାଏ ।

ଆପଣ ମାନେ ପ୍ରାୟ ସ୍ଥାନରେ ଦେଖିଥିବେ ଯେ, ଦୋକାନ ଓ ଅଫିସରେ ଅଥବା ଘର ମାନଙ୍କ ରେ କଇଁଛ ର ପ୍ରତିମା ରଖାଯାଇଥାଏ । ଏହା ଖୁସି ରେ ନୁହେଁ ବରଂ ବାସ୍ତୁ ଅନୁସାରେ ରଖିଥାନ୍ତି । ଏହି କଇଁଛ ବିଭିନ୍ନ ଆକାରର ଓ ବିଭିନ୍ନ ଧା-ତୁ ର ହୋଇଥାଏ । ଏହା ଠିକ ସେହି ଧା-ତୁ ଅନୁସାରେ ସେପରି ଫଳ ଦେଇଥାନ୍ତି ।

କଇଁଛ ଟି ଯେକୌଣସି ଧା-ତୁ ର ହୋଇଥାଉ କିନ୍ତୁ ତାକୁ ରଖିବାର ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗ ଶ୍ରେଷ୍ଠ ହୋଇଥାଏ । ଅଫିସ ହେଉ ଦୋକାନ ହେଉ ଅବା ଘର ହେଉ । କଇଁଛ ର ମୁଖ କୁ ମଧ୍ୟ ଉତ୍ତର, ପୂର୍ବ କିମ୍ବା ଐଶାନ୍ୟ ଦିଗରେ ରଖିବା କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟ ଦ୍ୱାର ଥିବ ତେବେ କଇଁଛ ର ମୁଖ କେବେବି ରଖିବେ ନାହିଁ । କଇଁଛ କୁ ରଖୁଥିବା ପାତ୍ର ରୁ ପ୍ରତିଦିନ ପାଣି କାଢି ନୂଆ ପାଣି ରଖିବା ଉଚିତ । ଏବଂ କଇଁଛ ଟି ଯେପରି ଅଧା ବୁଡିକି ରହିବ ସେହିପରି ପାତ୍ର ଟି ରେ ପାଣି ରଖିବା ଉଚିତ ।

ଯେଉଁ ପାଣି ରେ ରଖିବେ ଗଙ୍ଗା ଜଳ ମିଶେଇ ରଖିବା ଆବଶ୍ୟକ । କିନ୍ତୁ ଯେଉଁ କଇଁଛ ଟି ଶୟନ କକ୍ଷ ରେ ରଖାଯାଏ ସେଥିରେ ପାଣି ଦେବେ ନାହିଁ । ତାକୁ ଶୁଖିଲା ରଖିବେ ଓ ପ୍ରତିଦିନ ପରିଷ୍କାର ରଖିବେ । ଏହାକୁ ପ୍ରଥମେ ଆଣିବା ପରେ ତାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ତାକୁ ପୂଜା ଅର୍ଚ୍ଚନା କରି ବିଧି ରେ ରଖିବା ଆବଶ୍ୟକ । ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାରର ଧା-ତୁ ର କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ । ଓ ସମସ୍ତ ପ୍ରକାର ର କଇଁଛ ରେ ନକରାତ୍ମକ ଉର୍ଜା କୁ ନଷ୍ଟ କରି ସକରାତ୍ମକ ଉର୍ଜା କୁ ଜାଗ୍ରତ କରିବା ର କ୍ଷମତା ରହିଛି ।

କଇଁଛ ଘରେ ଥିଲେ ମନ ପାଇଁ ଶାନ୍ତି ଓ ଜୀଵନ ପାଇଁ ଧନ ଆଣିଥାଏ । ଏହା ଦ୍ଵାରା ଘରେ ଅନେକ ପ୍ରକାରର ସୁବିଧା ମିଳିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଇଁଛ ରଖିବା ଦ୍ୱାରା ଘରର ସମସ୍ତ ସଦସ୍ୟ ଙ୍କ ର ଆୟୁଷ ବୃଦ୍ଧି ହୋଇଥାଏ । ସେଥିପାଇଁ ଏହା ଘରେ , ଅଫିସ ଓ ଦୋକାନ ରେ ରହିବା ଉଚିତ । ଆଜିକାଲି ଅନେକ ପ୍ରକାରର ରଙ୍ଗ ର ଧା-ତୁ ର ଓ ଆକାରର କଇଁଛ ମିଳୁଅଛି । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଧା-ତୁର କଇଁଛ କେଉଁ ଫଳ ଦେଇଥାଏ ।

୧- ବନ୍ଧୁଗଣ ସନ୍ତାନ ପ୍ରାପ୍ତି ପାଇଁ ଏପରି କଇଁଛ ରଖିବା ଦରକାର ଯାହା ପିଠି ଉପରେ ଛୁଆ କଇଁଛ ରହିବା ଆବଶ୍ୟକ । ଯେଉଁ ଦମ୍ପତି ସନ୍ତାନ ସୁଖ ରୁ ବଞ୍ଚିତ ଅଛନ୍ତି ସେମାନେ ଏଭଳି କଇଁଛ ନିଜ ଶୟନ କକ୍ଷରେ ରଖିବା ଦ୍ୱାରା ତାଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ ।

୨- ଯେଉଁ ମାନଙ୍କ ଘରେ ଧନର ସମସ୍ୟା ଲାଗି ରହିଥାଏ । ସେମାନେ ଧନ ପ୍ରାପ୍ତି ପାଇଁ ଏକ କ୍ରିସ୍ତଲ ଧା-ତୁ ର କଇଁଛ ଓ କ୍ରି-ସ୍ତ-ଲ ଧା-ତୁ ର ପାତ୍ରରେ ଜଳରେ ରଖିବା ଉଚିତ । ଏହାକୁ ଦୋକାନ ଓ ଘରେ ରଖି ପାରିବା । ଏପରି କଇଁଛ ରଖିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଧନ ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

୩- ବ୍ୟବସାୟ ରେ ଯେତେ ଚେଷ୍ଟା କଲା ପରେ ମଧ୍ୟ ଯଦି କ୍ଷ-ତି ହୋଇଥାଏ ତେବେ ବ୍ୟବସାୟ ରେ ଉନ୍ନତି ପାଇଁ ମେଟାଲ ର କଇଁଛ କୁ ମେଟାଲ ର ପାତ୍ର ରେ ଜଳ ରେ ରଖିବା ଆବଶ୍ୟକ । ଏହାକୁ ଅଫିସ କିମ୍ବା ଦୋକାନ ରେ ରଖିବା ଉଚିତ । ଏହାଦ୍ବାରା ଆପଣଙ୍କ ସମସ୍ତ ଧନ ସହ ଜଡ଼ିତ ସମସ୍ୟା ଦୂର ହେବ ଏବଂ ଆପଣ କରଜ ମୁ-କ୍ତ ହେବେ ।

୪- ଯଦି ଆପଣଙ୍କ ଘରେ କୌଣସି ନା କୌଣସି ସର୍ବଦା ରୋଗଗ୍ରସ୍ତ ହେଉଛନ୍ତି ତେବେ ସେହି ରୋଗ ରୁ ମୁକ୍ତି ପାଇବା ପାଇଁ ଏକ ମାଟିର କଇଁଛ ରଖିବା ଆବଶ୍ୟକ । ଏହାକୁ ଘରେ ରଖିବା ଉଚିତ । ଏହାଦ୍ବାରା ରୋଗ ରୁ ମୁକ୍ତି ମିଳିଥାଏ ।

୫- ଯଦି ଆପଣ ନୂତନ ବ୍ୟବସାୟ କରିବାକୁ ଯାଉଛନ୍ତି ତେବେ ସେଠାରେ ଏକ ରୂପା ର କଇଁଛ କୁ ପାତ୍ରରେ ଜଳ ଦେଇ ରଖିବା ଆବଶ୍ୟକ । ଏହାଦ୍ବାରା ବ୍ୟବସାୟ ରେ ଉନ୍ନତି ହୋଇଥାଏ ।

୬- କୌଣସି ନା କୌଣସି ବ୍ୟକ୍ତି ଚାକିରୀ ପାଇବା ନିମନ୍ତେ ବିଭିନ୍ନ ପରୀକ୍ଷା ଦେଇଥାନ୍ତି । ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ କିମ୍ବା ସଫଳ ପାଇଁ ପିତ୍ତଳ ର କଇଁଛ ରଖିବା ଉଚିତ । ଏହାଦ୍ବାରା ଆପଣ ନିଶ୍ଚିତ ଭାବରେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ।

୭- ଯଦି ଘରେ ପରିବାର ସଦସ୍ୟ ଙ୍କ ମଧ୍ୟରେ କଳହ ସମସ୍ୟା ଲାଗି ରହୁଛି ତେବେ ଏହାକୁ ଦୂର କରିବା ପାଇଁ ଘରେ ଯୋଡ଼ା କଇଁଛ ରଖିବା ଉଚିତ ଅଟେ । ଏପରି କରିବା ଦ୍ୱାରା ପରିବାର ସଦସ୍ୟ ଙ୍କ ମଧ୍ୟରେ କଳହ ଲାଗିନଥାଏ ଏବଂ ସେମାନଙ୍କ ମଧ୍ୟରେ ସ୍ନେହ, ପ୍ରେମ ଓ ସହାନୁଭୂତି ବୃଦ୍ଧି ପାଇଥାଏ ଏବଂ ସେମାନେ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *