କେଉଁ ହାତରେ ସୁନା ପିନ୍ଧିବା ଭଲ ନୁହେଁ, ଜାଣନ୍ତୁ ସୁନା ସହ ଜଡିତ 14ଟି କଥା

ନମସ୍କାର ବନ୍ଧୁଗଣ, ନାରୀ ମାନେ ନିଜର ସୁନ୍ଦରତାକୁ ବଢାଇବା ପାଇଁ ଅଳଙ୍କାର ପିନ୍ଧିଥାନ୍ତି । ସୁନାର ଅଳଙ୍କାର କିଛି ଲୋକ ନିଜର ଅଭିଜାତ୍ୟକୁ ମଧ୍ୟ ଦେଖାଇବା ପାଇଁ ଏବଂ ନିଜ ସମ୍ମାନ ପାଇଁ ପରିଧାନ କରିଥାନ୍ତି । ସୁନାର ମୂଲ୍ୟ ବହୁତ ଅଧିକ ହୋଇଥାଏ । ଆପଣ ନିଜର ସଉକ ପୂରଣ ପାଇଁ ଶରୀରର ବିଭିନ୍ନ ଅଙ୍ଗରେ ସୁନା ପିନ୍ଧିଥାନ୍ତି । କିନ୍ତୁ ଆପଣଙ୍କୁ ସୁନା ପିନ୍ଧିବା ବେଳେ କିଛି କଥାର ଧ୍ୟାନ ରଖିବା ଦରକାର । ତେବେ ଆସନ୍ତୁ ଜାଣିବା କେଉଁ ଅଙ୍ଗରେ ସୁନା ପିନ୍ଧିବା ଅନୁଚିତ ।

ସୁନା ଏକ ଧାତୁ ଅଟେ । ଏବଂ ଧାତୁର ପ୍ରଭାବ କୌଣସି ନା କୌଣସି ଗ୍ରହ ସହ ଯୋଡି ହୋଇଥାଏ । ତେଣୁ ସୁନା ପିନ୍ଧିବା ଫଳରେ ସେହି ଗ୍ରହର ପ୍ରଭାବ ସିଧା ସଳଖ ଆମ ଜୀବନ ଉପରେ ପଡିଥାଏ । ସୁନାକୁ ବାମ ହାତରେ ପିନ୍ଧିବା ଶୁଭ ହୋଇନଥାଏ । ଏହାର ଅଶୁଭ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ଆପଣ ସୁନା କିଣି ଯଦି ତାହାକୁ ନିଜର ଆଲମାରି ଭିତରେ ରଖୁଛନ୍ତି ତେବେ ଆପଣ ସେହି ସୁନାର ଗହଣା ଗୁଡିକୁ ଉତ୍ତର ଦିଗରେ ରଖିବା ଦରକାର ।

ଯଦି ଆପଣ ନିଜର ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ଚାହୁଁଥାନ୍ତି ତେବେ ଆପଣ ନିଜର ବେକରେ ସୁନା ଚେନ ପିନ୍ଧିବା ଦରକାର । ଆପଣଙ୍କ ବିଶି ଆଙ୍ଗୁଠିରେ ମୁଦି ମଧ୍ୟ ଧାରଣ କରିବା ଉଚିତ ହୋଇଥାଏ । ଆପଣ ସମାଜରେ ନିଜର ମାନ ସମ୍ମାନ ବଢାଇବା ପାଇଁ ଚାହୁଁଥିଲେ ସୁନାର ଧାରଣ ନିହାତି କରନ୍ତୁ । ଗର୍ଭବତୀ ମହିଳା ମାନଙ୍କ ପାଇଁ ସୁନା ଧାରଣ କରିବା ଶୁଭ ହୋଇନଥାଏ ।

ଆପଣ ଚାହିଁଲେ କମ ସୁନା ପିନ୍ଧି ପାରିବେ । କିନ୍ତୁ ବେଶି ସୁନା ପରିଧାନ କରିବା ଅନୁଚିତ । ସୁନାକୁ ସର୍ବଦା ଲାଲ କିମ୍ବା ହଳଦିଆ କପଡାରେ ବାନ୍ଧି ରଖିବା ଦରକାର । ଏହା ସହିତ କିଛି କେସର ମଧ୍ୟ ରଖନ୍ତୁ । ଏହା କରିବାଦ୍ଵାରା ଆପଣଙ୍କ ଜୀବନରେ ସମୃଦ୍ଧିର ବୃଦ୍ଧି ହୋଇଥାଏ । ସନ୍ତାନ ପ୍ରାପ୍ତ ହେଉନଥିଲେ ଆପଣ ନିଜର ରିଙ୍ଗ ଫିଙ୍ଗର ବା ଅନାମିକା ଆଙ୍ଗୁଠିରେ ସୁନା ମୁଦି ପିନ୍ଧିବା ଦରକାର ।

ଆପଣ ଏହି ଆଙ୍ଗୁଠିରେ ଧାରଣ କରିବା ଦ୍ଵାରା ଆପଣଙ୍କ ସନ୍ତାନ ପ୍ରାପ୍ତି ଯୋଗରେ ବାଧା ଆଣୁଥିବା ଗ୍ରହ ଦୋଷକୁ ଠିକ କରିଥାଏ । ଯେଉଁ ବ୍ୟକ୍ତିଙ୍କୁ ଅଧିକ ରାଗ ଆସିଥାଏ । ସେହି ବ୍ୟକ୍ତି ସୁନା ପିନ୍ଧିବା ଅନୁଚିତ । ଅଧିକ ମୋଟା ହୋଇଥିବା ଲୋକମାନେ ସୁନା ପିନ୍ଧିବା ଉଚିତ ହୋଇନଥାଏ ।

ଗୋଡରେ ସୁନା ମୁଦି କିମ୍ବା ସୁନାର ପାଉଁଜି ପିନ୍ଧିବା ଅନୁଚିତ ।ଏହା ଫଳରେ ଆପଣଙ୍କ ବୈବାହିକ ଜୀବନରେ ଅସୁବିଧା ଦେଖା ଦେଇଥାଏ । ସୁନା ହଜିବା ଫଳରେ ଆପଣଙ୍କ ଘରକୁ ବେମାରି ଗ୍ରାସ କରିଥାଏ । ଅନ୍ୟ କାହାର ସୁନା ପାଇ ଘରେ ରଖିଲେ ଘରର ଖର୍ଚ ବଢିଥାଏ ଏବଂ ଅଭାବ ଅସୁବିଧା ଦେଖା ଦେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟତି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *