କେଉଁ ପାପ କଲେ କେଉଁ ରୋଗ ହୁଏ, ଦେଖନ୍ତୁ କଣ ଲେଖା ଅଛି Garuda Puranaରେ

ଘରର ପଶ୍ଚିମ ଦିଗରେ କେବେବି ରୋଷେଇ ଘର କରିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ଅର୍ଥ ଅଭାବ ଦେଖା ଦେଇ ଥାଏ ଓ ଘରର ମୁଖ୍ୟ ଲୋକ ରୋଗାଗ୍ରସ୍ତ ହୋଇ ଥାନ୍ତି । ଘରର ନୈରୁତ୍ୱ କୋଣରେ କେବେ ବି ମୁଖ୍ୟ ଦ୍ୱାର କରିବା ଉଚିତ ନୁହେଁ ଏହା ଦ୍ୱାରା ପରିବାରର ସଦସ୍ୟଙ୍କ ଦୀର୍ଘସ୍ଥାୟୀ ଭାବେ ରୋଗ ଲାଗି ରହି ଥାଏ । ଘରର ପଶ୍ଚିମ ପଟର ଚଉତାର କୁ କେବେବି ନୀଚ କରିବା ଉଚିତ ନୁହେଁ ଏହା ଅଶୁଭ ହୋଇ ଥାଏ ଓ ଘରେ ଧନ ହାନି ହୋଇ ଥାଏ ।

ଘର କରିଥିବା ସ୍ଥାନରେ ଯଦି ଭୂମିର ଉଚ୍ଚ ନୀଚ ଦୋଷ ରହି ଥାଏ ତେବେ ପଞ୍ଚମୁଖୀ ହନୁ ମାନଙ୍କ ଫଟୋ ଟାଙ୍ଗିବା ଦ୍ୱାରା ଘରର ଅଶୁଭତ୍ୱ ଦୂର ହୋଇଥାଏ । ସମୁଦ୍ରରେ କିଛି ମାଟି ପକାଇବା ପରେ ସମୁଦ୍ର ବାଲିକୁ ଆଣି ଘର କରୁଥିବା ସ୍ଥାନରେ ପୋତିଲେ ଭୂମି ଜନିତ ଦୋଷ ଓ ଅଶୁଭତ୍ୱ ଦୂର ହୋଇ ଥାଏ ।

ଛୋଟ ପିଲା ଯଦି ରାତିରେ ଡରୁ ଥାନ୍ତି ତେବେ ଏକ ମୟୁର ପଙ୍ଖ ଶୋଇବା ଘରେ ରଖିବା ଉଚିତ । ପିଲା ଯଦି ବେଡ଼ ରେ ପରିଶ୍ରା କରୁଥାନ୍ତି ତେବେ ସ୍ମଶାନ ରୁ ମାଟି ଆଣି ପିଲାଙ୍କ ଦ୍ୱାରା ଓସ୍ତ ଗଛ ମୂଳରେ ପୋତିଲେ ଏହା ଦୂର ହୋଇ ଥାଏ ।

ପର ଧନ ହରଣ କରିଥିବା ଲୋକମାନେ ତାମିସ ନର୍କ ଭୋଗ କରିଥାନ୍ତି ଓ ଅନେକ ଦିନ ପର୍ଯ୍ୟନ୍ତ ଭୋକ ଉପାସରେ ଛଟପଟ ହୋଇ ଥାନ୍ତି । ପରସ୍ତ୍ରୀ ହରଣ କରିଥିବା ଲୋକମାନେ ଅନ୍ଧ ତାମିଶ୍ର ନର୍କ ଭୋଗ କରି ଥାନ୍ତି ଏବଂ ଜୀବ ହତ୍ୟାକରି କୁଟୁମ୍ବ ପ୍ରତି ପୋଷଣ କରୁ ଥିବା ଲୋକଙ୍କ ଭୈରବ ନର୍କ ପ୍ରାପ୍ତି ହୋଇ ଥାଏ ।

ଜୀବଜନ୍ତୁଙ୍କ ପ୍ରତି ହିଂସା କରୁଥିବା ଲୋକମାନେ ମହା ଭୈରବ ନର୍କ ଭୋଗ କରି ଥାନ୍ତି ଓ ପାଷାଣ୍ଡ ପ୍ରକୃତିର ଲୋକମାନେ ଅତି ପତ୍ରବନ ନର୍କ ପ୍ରାପ୍ତ କରି ଥାନ୍ତି । ନିର୍ଦୋଷ ଲୋକ ମାନଙ୍କୁ ଯେଉଁ ମାନେ ଦୋଷୀ ସାବ୍ୟସ୍ତ କରି ଥାନ୍ତି ସେମାନଙ୍କୁ ସୁକରମୁଖ ନର୍କ ପ୍ରାପ୍ତି ହୋଇ ଥାଏ ।

ଅନ୍ୟର ଜୀବିକା ବୁଡାଇ ଥିବା ଲୋକଙ୍କୁ ଅନ୍ଧ କୂପ ନର୍କ ପ୍ରାପ୍ତି ହୋଇ ଥାଏ । ଅନ୍ୟକୁ ଠକୁ ଥିବା ଲୋକଙ୍କୁ କୃମି ଭୋଜନ ନର୍କ ପ୍ରାପ୍ତି ହୋଇ ଥାଏ । ଯେଉଁ ଲୋକମାନେ ଅନ୍ୟପ୍ରତି ଅନ୍ୟାୟ ଓ ଅତ୍ୟାଚାର କରି ଥାନ୍ତି ସେମାନଙ୍କୁ ସନ୍ଦସସ୍ପନ୍ଦ ନର୍କ ପ୍ରାପ୍ତି ହୋଇ ଥାଏ ।

ଯେଉଁ ଲୋକମାନେ ଅନ ଧିକାର ଶିକାର କରି ଥାନ୍ତି ସେମାନଙ୍କୁ ଇକ୍ଷୁବୋଧ ନର୍କ ପ୍ରାପ୍ତି ହୋଇ ଥାଏ । ଅନ୍ୟର ଘର ପୋଡିଥିବା ଲୋକଙ୍କୁ ସାୟାର୍ବୋଧ ନର୍କ ପ୍ରାପ୍ତ ହୋଇ ଥାଏ । ଯେଉଁ ମାନେ ଅନ୍ୟ ମାନଙ୍କର ବିରୁଦ୍ଧ ରେ ମିଥ୍ୟ ସାକ୍ଷୀ ଦେଇ ଥାନ୍ତି ସେମାନଙ୍କୁ ଅବିଚିରିୟ ନର୍କ ପ୍ରାପ୍ତ ହୋଇ ଥାଏ

Leave a Reply

Your email address will not be published. Required fields are marked *