କୁମ୍ଭ ରାଶି (Aquarius) ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜାଣନ୍ତୁ ମୁଣ୍ଡ ଖରାପ କଥା 

ନମସ୍କାର ବନ୍ଧୁଗଣ, ଜନ୍ମ ଠାରୁ ମୃତ୍ୟୁର ଜ୍ଞାନ ସମସ୍ତଙ୍କର ଜାଣିବା ପାଇଁ ଇଛା ଥାଏ କିନ୍ତୁ ଏହା କେବଳ ରାଶି ନକ୍ଷତ୍ର ଇତ୍ୟାଦିରେ ବିଶ୍ଵାସ ଏବଂ ଆସ୍ଥା ରଖୁଥିବା ଲୋକଙ୍କ ପାଇଁ ସମ୍ଭବ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ସମ୍ପର୍କରେ । ଆଉ ଡେରି ନକରି ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ କଥା । ଯାହା ଆପଣଙ୍କୁ ହଇରାଣରେ ପକାଇଦେବ ।

କୁମ୍ଭ ରାଶି: ଏହି ରସିଆର ବ୍ୟକ୍ତି ବହୁତ ଶକ୍ତ ହୋଇଥାନ୍ତି ଭିତରୁ । ଏମାନେ ନିଜର କାର୍ଯ୍ୟ କରିବାର କ୍ଷମତା ଉପରେ ସର୍ବଦା ବିଶ୍ଵାସ ରଖିଥାନ୍ତି । କଷ୍ଟ ପରିଶ୍ରମ ଏମାନଙ୍କର ପରିଚୟ ହୋଇଥାଏ । ନିଜ ମନର କଷ୍ଟକୁ ସହଜରେ ମଧ୍ୟ ଅନ୍ୟ କାହା ସାମ୍ନାରେ ପ୍ରକାଶ କରନ୍ତି । ନିଜ ମନ କଷ୍ଟକୁ ନିଜ ମନରେ ରଖିବା ପାଇଁ ହିଁ ସବୁବେଳେ ଚାହିଁଥାନ୍ତି ।

ସବୁବେଳେ ଅନ୍ୟର କଷ୍ଟକୁ ଦେଖି ବହୁତ ଭାବୁକ ହୋଇଯାନ୍ତି । ତେଣୁ ଅନ୍ୟର ସହାୟତା ପାଇଁ ସବୁବେଳେ ନିଜର ମନ ଖୋଲା ରଖିଥାନ୍ତି । ସହାୟତାର ହାତ ବଢାଇଥାନ୍ତି । ନିଜ ଜୀବନରେ ମୂଳ ଲକ୍ଷ ଏମାନେ ରଖିଥାନ୍ତି ନିଜ କ୍ୟାରିଆରକୁ ଗଢିବା ପାଇଁ । ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିବାର ପ୍ରୟାସ ସବୁବେଳେ ଏମାନେ ଜାରି ରଖିଥାନ୍ତି । କେଉଁ କଥାର ବଦଲା ଏମାନେ କଥାରେ ଦିଅନ୍ତି ନାହି ।

ନିଜ ଦମରେ ନିଜ ଗୋଡରେ ଠିଆ ହୋଇ ସଫଳତାକୁ ହାସଲ କରି ଲୋକଙ୍କୁ ଦେଖେଇବାରେ ଏମାନେ ସର୍ବଦା ବିଶ୍ଵାସ ରଖିଥାନ୍ତି । ଏମାନେ ଭଲ ପାଉଥିବା ଜୀବନ ସାଥିଙ୍କ ସହ ମଧ୍ୟ ନିଜର କୌଣସି କଥାକୁ ବାଣ୍ଟି ନଥାନ୍ତି । ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ସବୁବେଳେ ନିଜ ସ୍ତ୍ରୀକୁ ସ୍ଵାମୀ ପ୍ରତି କରିବାକୁ ଥିବା କର୍ତ୍ତବ୍ୟର ଜ୍ଞାନ ଦେଇଥାନ୍ତି । ନିଜେ କରୁଥିବା ସମସ୍ତ କାର୍ଯ୍ୟକୁ ଠିକ ବୋଲି ଭବିଥାନ୍ତି ।

ଯାହା ଫଳରେ ଆନୟ କାହାର ଉପଦେଶକୁ ଏମାନେ ଗ୍ରହଣ କରନ୍ତି ନାହିଁ । ନିଜ ଦୁନିଆରେ ନିଜେ ରାଜା ହୋଇ ବଞ୍ଚିବା କଥା ଏମାନେ ଭାବନ୍ତି । କୌଣସି ବନ୍ଧନରେ ଏମାନେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ । ମନରେ ପର ଉପକାର ଭାବନା ରଖି ଅସହାୟ ବ୍ୟକ୍ତି ମାନଙ୍କ ପାଇଁ କଣ ସବୁ କରାଯାଇପାରିବ ଏହି ସବୁର ଯୋଜନା ମଧ୍ୟ କରିଥାନ୍ତି ।

କୁମ୍ଭ ରାଶିର ବ୍ୟକ୍ତିଙ୍କ ସବୁଠାରୁ ଖାସ ଗୁଣ ଏହା ହିଁ ହୋଇଥାଏ ଅନ୍ୟର ସହାୟତା ଅନ୍ୟ ଦୁଃଖରେ ଭାଗୀଦାର ହେବା । ଅସହାୟ ଲୋକଙ୍କ ପାଇଁ ନିଜ ସଂସାର ମୋହକୁ ତ୍ୟାଗ କରିବାର କଥା ମଧ୍ୟ ଏମାନେ ଭବିଦେଇଥାନ୍ତି । ଅନ୍ୟକୁ ଭଲ ପାଇବା ଗୁଣ ପାଇଁ ସବୁବେଳେ ଏମାନେ ଅନ୍ୟ ମାନଙ୍କ ପ୍ରିୟ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *