ସ୍ଵପ୍ନରେ କଣ ଦେଖିଲେ ପ୍ରବଳ ଧନ ପ୍ରାପ୍ତି ହୋଇଥାଏ ? ଏହା ସହ ଆହୁରି 10+ ସ୍ଵପ୍ନ ଓ ତାର ଫଳ (Swapna Shastra)

ବନ୍ଧୁଗଣ ଯଦି ଆପଣ ମାନେ ନିଜ ଜୀବନରେ କିଛି ନୂଆ କଥା ଶିଖିବାକୁ ଚାହୁଁ ତାହାନ୍ତି ତେବେ ଆଜିର ବିଷୟ ବସ୍ତୁ ନିଶ୍ଚ ପଢନ୍ତୁ । ଆଜି ଆମେ ଆପଣଙ୍କୁ ଏମିତି କିଛି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ଯାହାର କିଛି ନା କିଛି ଅର୍ଥ ରହିଥାଏ । କହିବାକୁ ଗଲେ ପ୍ରତେକ ମଣିଷ ରାତିରେ ଶୋଇବା ସମୟରେ ସ୍ଵପ୍ନ ଦେଖିଥାଏ । ତାହାର କିଛି ନା କିଛି ଅର୍ଥ ହୋଇଥାଏ ଯାହା ଆମେ ବୁଝିପାରି ନ ଥାଉ ।

ତେବେ ଆସନ୍ତୁ ଜାଣିବା କିଛି ସ୍ଵପ୍ନ ଓ ତାର ସଂକେତ ବିଷୟରେ ବିସ୍ତାର ଭାବେ । ୧- ଯଦି ଆପଣ ଜିଅନ୍ତା ମାଛ ସ୍ଵପ୍ନରେ ଦେଖିଥାନ୍ତି ତେବେ ଆଗାମୀ ଭବିଷ୍ଯତରେ ଆପଣଙ୍କୁ ଶୁଭ ସୂଚନା ମିଳିଥାଏ ।

୨- ଯଦି ଗର୍ଭବତୀ ସ୍ତ୍ରୀ ସନ୍ୟାସୀକୁ ସ୍ଵପ୍ନରେ ଦେଖନ୍ତି ତାଙ୍କର ଗର୍ଭ ନଷ୍ଟ ହୋଇଯାଏ । ଯେଉଁ ବ୍ୟକ୍ତି ମୟୁରକୁ ସ୍ଵପ୍ନରେ ଦେଖନ୍ତି ସେମାନଙ୍କୁ ନିକଟ ଭବିସ୍ୟତରେ ଆକସ୍ମିକ ଧନ ଲାଭ ହୋଇଥାଏ ।

୩- ନେଉଳକୁ ସ୍ଵପ୍ନରେ ଦେଖିଲେ ବିପଦରୁ ଉଧାର ମିଳିଥାଏ। ବାଘକୁ ସ୍ଵପ୍ନରେ ଦେଖିଲେ ଶତ୍ରୁ ବିନାଶ ଓ ବିଲେଇକୁ ସ୍ଵପ୍ନରେ ଦେଖିଲେ ସମ୍ମାନ ହାନି ହୋଇଥାଏ ।

୪- ଯେଉଁ ବ୍ୟକ୍ତି ବାରିକ ଖିଅର କରୁଥିବାର ସ୍ଵପ୍ନରେ ଦେଖନ୍ତି ତାଙ୍କର ଖରାପ ସମୟ ଆରମ୍ଭ ହେବାର ସୂଚନା ମିଳିଥାଏ । କେଉଁ ବ୍ୟକ୍ତି କଦଳୀ ଗଛରୁ ଭଣ୍ଡା ବାହାରୁଥିବାର ସ୍ଵପ୍ନରେ ଦେଖନ୍ତି ବହୁତ ଜଲ୍ଦି ସନ୍ତାନ ଲାଭ ହୋଇଥାଏ ।

୫- ଯେଉଁ ବ୍ୟକ୍ତି ସ୍ଵପ୍ନରେ ପଣ୍ଡିତଙ୍କୁ ଦେଖନ୍ତି ତାଙ୍କର ଗ୍ରହ ଶାନ୍ତି ହେବା ସହ ପ୍ରତେକ କାମନା ସିଧି ହୋଇଥାଏ । ପୁସ୍କରିଣୀରେ ଯେଉଁ ବ୍ୟକ୍ତି ଜଳ ଦେଖିଥାନ୍ତି ତାଙ୍କର ସବୁ ଇଚ୍ଛା ଓ କାମନା ପୂର୍ଣ୍ଣ ହୋଇଥାଏ ।

୬- ଯେଉଁ ମହିଳା ସ୍ଵପ୍ନରେ ପାଚିଲା ପଣସ ଦେଖନ୍ତି ତାଙ୍କୁ ପୁତ୍ର ଲାଭ ହୋଇଥାଏ । କଞ୍ଚା ପଣସ ସ୍ଵପ୍ନରେ ଦେଖିଲେ କନ୍ୟା ସନ୍ତାନ ଲାଭ ହୋଇଥାଏ ।

୭- ଯେଉଁ ବ୍ୟକ୍ତି ସ୍ଵପ୍ନରେ ଧଳା ପେଚା ଦେଖାଇଥାନ୍ତି ସେମାନଙ୍କର ଧନ ଲକ୍ଷ୍ମୀ ବଢେ ଓ ଅର୍ଥ ବୃଦ୍ଧି ହୁଏ । କଳା ପେଚା ସ୍ଵପ୍ନରେ ଦେଖିଲେ ଧନ ହାନି ଓ ଶତ୍ରୁ ବୃଦ୍ଧି ହୋଇଥାଏ ।

୮- ଯେଉଁ ବ୍ୟକ୍ତି ସ୍ଵପ୍ନରେ ଟଙ୍କା ପଇସା ଦେଖିଥାନ୍ତି ଆଗାମୀ ଦିନରେ ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଥାଏ । ଯେଉଁ ବ୍ୟକ୍ତି ସ୍ଵପ୍ନରେ କଳା ଶାଢୀ ପିନ୍ଧିଥିବା ସ୍ତ୍ରୀଙ୍କୁ ଦେଖନ୍ତି ଆଗାମୀ ଦିନରେ ଶୁଭ ସୂଚନା ମିଳିଥାଏ ।

୯- ଯେଉଁ ବ୍ୟକ୍ତି ସ୍ଵପ୍ନରେ ନିଜର ଇଷ୍ଟ ଦେବତା ବା ଦେବୀଙ୍କୁ ଦେଖନ୍ତୁ ତାଙ୍କର ସବୁ ଅଭିଳାଷା ପୂରଣ ହୋଇଥାଏ । ସ୍ଵପ୍ନରେ ଉଡାଜାହାଜକୁ ତଳକୁ ଖସିପଡିବାର ଦେଖିଲେ ହଠାତ ବିପଦ ଆସବାର ସୂଚନା ମିଳିଥାଏ ।

୧୦- ଅଣ୍ଡିରା ବାଛୁରି ଜନ୍ମ ହେବାର ସ୍ଵପ୍ନ ଦେଖିଲେ ଶୁଭ ହୋଇଥାଏ । ଅଭଡା ଖାଉଥିବା ସ୍ଵପ୍ନ ଦେଖିଲେ ବ୍ଯକ୍ତିର ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

୧୧- ଯେଉଁ ବ୍ୟକ୍ତି ସ୍ଵପ୍ନରେ ଅଁଳା ଗଛ ବ କୋଳି ଦେଖନ୍ତି ସବୁ ରୋଗରୁ ମୁକ୍ତି ମିଳିବାର ସୂଚନା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *