L ନାମ ଥିବା ଲୋକ ଆପଣଙ୍କ ପାଖରେ ଅଛନ୍ତି ତ ଅବଶ୍ୟ ଦେଖନ୍ତୁ, ଏମାନଙ୍କ ସ୍ଵଭାବ- Name Astrology

ନମସ୍କାର ବନ୍ଧୁଗଣ, ଗୋଟିଏ ନାମ ହିଁ ଗୋଟିଏ ମଣିଷର ଜୀବନରେ ଘଟିବାକୁ ଥିବା ସମସ୍ତ କଥାର ଚିଠା ସାମ୍ନା ରଖିଦେଇଥାଏ । ତେଣୁ ଗୋଟିଏ ନାମର ଅନେକ ମହତ୍ଵ ରହିଛି ଜୀବନରେ । ନାମର ପ୍ରଥମ ଅକ୍ଷୟରୁ ହିଁ ସେହି ବ୍ୟକ୍ତିର ରୂପ, ଗୁଣ, ସ୍ଵଭାବ ସବୁ କିଛିର କଳନା କରାଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ନାମର ପ୍ରଥମ ଅକ୍ଷର Lରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

L ଅକ୍ଷର: ସ୍ୱଭାବରେ ଏମାନେ ବହୁତ ହିଁ ସରଳ ହୋଇଥାନ୍ତି । ପ୍ରତ୍ୟକ କଥାକୁ ବହୁତ ଭଲ ଭାବରେ ହୃଦୟକୁ ନେଇ ଭାବିଥାନ୍ତି । ନିଜ ସମ୍ପରକୀୟ ମାନଙ୍କୁ ବହୁତ ପାଇବା ଦେଇଥାନ୍ତି । ଏମାନେ କେବେ କାହା ଦୁଃଖକୁ ନିଜ ଆଖିରେ ଦେଖି ସହିପାରନ୍ତି ନାହିଁ । ସବୁବେଳେ ଏମାନେ ଅଳ୍ପରେ ସନ୍ତୁଷ୍ଟ ହୋଇଯାଇଥାନ୍ତି । ସମାଜରେ ଏମାନେ ସବୁବେଳେ ନିଜକୁ ଶ୍ରେଷ୍ଠ ଭାବରେ ବିବେଚିତ କରିଥାନ୍ତି ।

ସମସ୍ତଙ୍କୁ ଏମାନେ କେବଳ ହସ ହିଁ ବାଣ୍ଟିଥାନ୍ତି । ଏମାନଙ୍କ ଚାରିପାଖରେ ସବୁବେଳେ ଏମାନେ ହସ ଖୁସିର ମହୋଲ ତିଆରି କରିଦେଇଥାନ୍ତି । ଅନ୍ୟମାନଙ୍କ ଦୁଃଖ ଦୂର କରିବା ପାଇଁ ଏମାନେ କିଛି ନା କିଛି ପ୍ରୟାସ ନିଶ୍ଚୟ କରନ୍ତି । ଏହି ନାମର ବ୍ୟକ୍ତି ଯେଉଁ କାର୍ଯ୍ୟ କଲେ ମଧ୍ୟ ସେଥିରେ ଏମାନଙ୍କୁ ସଫଳତା ମିଳିଥାଏ । ସାହିତ୍ୟ କ୍ଷେତ୍ରରେ ଏମାନଙ୍କ କ୍ୟରିଅର ବହୁତ ଭଲ ହୋଇଥାଏ ।

ମା ଲକ୍ଷ୍ମୀଙ୍କ କୃପାରେ ଏମାନେ ସମସ୍ତ କାର୍ଯ୍ୟରେ ଉନ୍ନତି କରିଥାନ୍ତି । ନିଜର ସମସ୍ତ କାର୍ଯ୍ୟକୁ ମନ ଲଗାଇ କରନ୍ତି ଏବଂ ସଫଳ ମଧ୍ୟ ହୁଅନ୍ତି । ଏମାନଙ୍କ କାର୍ଯ୍ୟ ଦେଖି ଉପର ଅଫିସର ସର୍ବଦା ଏମାନଙ୍କ ଉପରେ ଖୁସି ଥାନ୍ତି । ଏହି ନାମର ବ୍ୟକ୍ତି ବହୁତ ସ୍ଵାଭିମାନୀ ହୋଇଥାନ୍ତି । ସମସ୍ତ କଥାକୁ ବହୁତ ନିଆରା ଭାବରେ ଏମାନେ ଚିନ୍ତା କରିଥାନ୍ତି । ସମସ୍ତେ ଏମାନଙ୍କ କଥାକୁ ବହୁତ ସମ୍ମାନ ଦେଇଥାନ୍ତି ।

ଏମାନଙ୍କ ହୃଦୟକୁ ଜିତିବା ବହୁତ ସହଜ ହୋଇଥାଏ । ଏହି ନାମର ଲୋକ ବହୁତ ଚାଲାକ ଅଟନ୍ତି । ତେଣୁ ଏମାନେ ସହଜରେ ଠକାମିର ଶିକାର ହୁଅନ୍ତି ନାହିଁ । ଏମାନଙ୍କ ଚିନ୍ତାଧାରା  ଧାର୍ମିକ ହୋଇଥାଏ । ସବୁବେଳେ ଏମାନେ ଭଗବାନଙ୍କ ଉପରେ ଅସ୍ତା ବିଶ୍ଵାସ ରଖିଥାନ୍ତି । ନିଜ ଜୀବନରେ କରିଥିବା ଅନୁଭବ ଅଧାରରେ ଜୀବନରେ ସଫଳତାର ସିଢି ଚଢିବାକୁ ଲାଗନ୍ତି ।

ଅତୀତର କଥାକୁ ମନରୁ ପୋଛିଦେଇ ବର୍ତ୍ତମାନ ସମୟରେ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି । କୌଣସି କାର୍ଯ୍ୟକୁ ଏମାନେ ପୁରା ନହେବା ପର୍ଯ୍ୟନ୍ତ ଛାଡନ୍ତି ନାହି । ଟଙ୍କା ପଇସା ପ୍ରତି ଏମାନଙ୍କର ଖାସ ଆକର୍ଷଣ ନଥାଏ । ଏମାନେ କେବଳ ସମସ୍ତ କାମକୁ ଠିକ ଭାବରେ କରିବା କଥା ହିଁ ଭାବନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।   

Leave a Reply

Your email address will not be published. Required fields are marked *