ମହିଳାମାନେ ଯଦି ଘରେ କରନ୍ତି ଏହି 5ଟି ଭୁଲ, ମରିଗଲେ ବି ମା’ ଲକ୍ଷ୍ମୀ ଆସିବେନି ଘରକୁ-Vaastu Tips

ନମସ୍କାର ବନ୍ଧୁଗଣ, ନାରୀର ସମ୍ମାନ ଖୁବ ଉଚରେ । କାରଣ ଗୋଟିଏ ନାରୀ ପାଇଁ ହିଁ ସମଗ୍ର ସଂସାର । ମହିଳାମାନେ ମା ଲକ୍ଷୀଙ୍କ ସ୍ୱରୂପ ବୋଲି ମନାଯାଏ । ଘର ଲକ୍ଷ୍ମୀ ବୋଲି ମହିଳା ମାନଙ୍କୁ ବିବେଚିତ କରାଯାଏ । ଘରର ସମସ୍ତ ନୀତି ନିୟମକୁ ବଜାୟ ରଖିବା ଗୋଟିଏ ମହିଳା ଉପରେ ନିର୍ଭର କରିଥାଏ । ଯଦି ସେହି ମହିଳା ନିଜେ କୌଣସି ଅନିୟମତା କାର୍ଯ୍ୟ କରନ୍ତି ତେବେ ଘର ଲକ୍ଷ୍ମୀ ଛଡା ହୋଇଯାଏ । ଅଜଯ ଆସନ୍ତୁ ଜାଣିବା କେଉଁ ୫ଟି କାମ ମହିଳାମାନେ କରିବା ଅନୁଚିତ ହୋଇଥାଏ ।

ପ୍ରଥମ: ସନ୍ଧ୍ୟା ସମୟରେ କୌଣସି ମହିଳା ନିଜର ଚୁଟି ଖୋଲାକରି ଘରେ ବୁଲନ୍ତୁ ନାହିଁ । ଏପରି କରିବା ଶାସ୍ତ୍ର ଅନୁସାରେ ଅନୁଚିତ ହୋଇଥାଏ । ଏହି ସମୟରେ ଘରେ ଚୁଟି ଖୋଲାକରି ବୁଲିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ତେଣୁ ମା ଲକ୍ଷ୍ମୀ ଏପରି ଘରେ ବାସ କରନ୍ତି ନାହିଁ । ଦିତୀୟ: ଆପଣ ମାନେ ଅନୁମାନ କରିଥିବେ କେତେକ ମହିଳା ଘରର ମୁଖ୍ୟ ଦ୍ଵାର ପାଖରେ ବସି ଗପ ସପ କରନ୍ତି ।

ଏହାକୁ ଅଶୁଭ ବୋଲି ମନାଯାଏ । କାରଣ ମା ଲକ୍ଷ୍ମୀ ଘରର ମୁଖ୍ୟ ଦ୍ଵାରା ଦେଇ ଘରକୁ ପ୍ରବେଶ କରନ୍ତି । ତେଣୁ ଘରର ମହିଳା ଯଦି ଘର ଦୁଆର ବନ୍ଧରେ ବସନ୍ତି ତେବେ ମା ଲକ୍ଷ୍ମୀ ଘରର ଦୁଆର ବନ୍ଧରୁ ହିଁ ଫେରିଯାନ୍ତି । ତୃତୀୟ: କିଛି ମହିଳା ଘରେ ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି । ମହିଳାମାନେ ସୂର୍ଯ୍ୟ ଉଦୟ ପରେ ସୋଇ ରହିଲେ ଘରେ ନକରାତ୍ମକ ଊର୍ଜା ବଢିଥାଏ ।

ତେଣୁ ମହିଳା ମାନଙ୍କୁ ସକାଳୁ ଶୀଘ୍ର ଉଠି ଭଗବାନଙ୍କର ପୂଜା ଅର୍ଚନା କରିବା ଉଚିତ ଅଟେ । ଏହାଫଳରେ ଘରେ ସକାରାତ୍ମକ ବାତାବରଣ ଲାଗି ରହିବ ।ଚତୁର୍ଥ: ରାତିରେ କିମ୍ବା ସବୁବେଳେ ଘରେ ଅଇଁଠା ବାସନ ପଡି ରହିବା ବହୁତ ହିଁ ଅଶୁଭ ହୋଇଥାଏ । ଏହି କାରଣ ପାଇଁ ମା ଲକ୍ଷ୍ମୀ କେବେ ଘରେ ବାସ କରନ୍ତି ନାହିଁ । ସବୁବେଳେ ରୋଷେଇ ଘରକୁ ସ୍ଵଛ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ଅଇଁଠା ବାସନକୁ ରାତିରେ ହିଁ ସାଫା କରିଦେବା ଉଚିତ । ପଞ୍ଚମ: ମହିଳା ମାନଙ୍କୁ ସ୍ନେହ ପ୍ରେମର ପ୍ରତୀକ ବୋଲି ମନାଯାଏ । କିନ୍ତୁ କିଛି ମହିଳା ମାନେ ବହୁତ ହିଁ କଟୁ ବାଣୀ କହିଥାନ୍ତି । ଏହି କାରଣରୁ ସବୁବେଳେ ଘରେ କଳି ଝଗଡା ଲାଗିରହେ । ଏଭଳି କଳହ ଲାଗୁଥିବା ଘରେ ମା ଲକ୍ଷ୍ମୀ କେବେ ମଧ୍ୟ ବାସ କରନ୍ତି ନାହିଁ ।

ଲକ୍ଷୀଙ୍କ ବଡ ଭଉଣୀ ଅଲକ୍ଷ୍ମୀ ଏପରି ଘରେ ବାସ କରିବାକୁ ଲାଗନ୍ତି । ତେଣୁ ଘରେ କେବେ କଳି ଝଗଡା କରିବା ଉଚିତ ନୁହେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *