ଶ୍ରୀକୃଷ୍ଣଙ୍କ କହିବା ଅନୁଯାୟୀ ମଣିଷ ଜାଣି ଶୁଣି ପାପ କାହିଁକି କରିଥାଏ ? ଜାଣି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, ମଣିଷ ମାତ୍ରେ ହିଁ କିଛି ଭୁଲ ବା ପାପ ହୋଇଥାଏ । ପାପ କଣ କାହାକୁ କୁହାଯାଏ ଏହା ସମସ୍ତଙ୍କୁ ଜଣା ତଥାପି ଲୋକ ପାପ କରି ଚାଲିଛନ୍ତି । ପାପ କରିବା ବେଳେ ପାପ କରିସାରିବା ପରର ଦଣ୍ଡ ମଧ୍ୟ ଜଣାଥାଏ ତଥାପି ତାଙ୍କ ମନରେ କୌଣସି ଭୟ ନଥାଏ । ପାପ କରିବା ସମୟରେ ମଣିଷ କାହିଁକି ପଛ ଘୁଞ୍ଚା ଦେଇନଥାଏ । ତେବେ ମଣିଷ ଜାଣି ଶୁଣି ପାପ କାହିଁକି କରିଥାଏ ଏହା ସମ୍ପର୍କରେ ଶ୍ରୀକୃଷ୍ଣ କଣ କହିଛନ୍ତି ତାହା ଆସନ୍ତୁ ଜାଣିବା ।

କିଛି ପାଇବାର ଆଶା ହିଁ ମଣିଷକୁ ଦ୍ଵାରା ପାପ କରାଇଥାଏ । ଆଶା ପାଇଁ ସୃଷ୍ଟି ହେଉଥିବା କ୍ରୋଧ ଏବଂ ଲୋଭ ମଣିଷକୁ ପାପ କରିବା ପାଇଁ ଉତ୍ସାହିତ କରିଥାନ୍ତି । ମଣିଷ ଶରୀର ମଧ୍ୟରେ ରହିଥିବା ମନ, ଇନ୍ଦ୍ରିୟ, ବୁଦ୍ଧି, ଗର୍ବ ଏବଂ  ବିଶ୍ଵରେ କାମନାର ବାସ ହୋଇଥାଏ । ଏହି କାମନା ବା ଆଶା ହିଁ ମଣିଷର ସବୁଠାରୁ ବଡ ଶତ୍ରୁ ହୋଇଥାଏ ମନେ ରଖିବେ ।

କିନ୍ତୁ ମଣିଷ ନିଜ ଜ୍ଞାନ ବଳରେ ଏହିସବୁକୁ ନିଜ ମନକୁ ଆଣିବା ପୂର୍ବରୁ ନିୟନ୍ତ୍ରଣ କରିପାରିବ । ମଣିଷର କର୍ମ ଏହିସବୁ କାର୍ଯ୍ୟ କରିବା ପାଇଁ ବେଳେବେଳେ ଅଟକାଇ ଦେଇଥାନ୍ତି । ଯଦି ମଣିଷ ପାପ ଅନ୍ୟକାହାର ଭଲ ପାଇଁ କରଥାନ୍ତି ତେବେ ତାଙ୍କ ଜୀବନରେ ପାପ ବଦଳରେ ଏକ ପୂଣ୍ୟ ଯୋଡି ହୋଇଯାଏ । ଯେଉଁ ମଣିଷ ନିଜ ସ୍ଵାର୍ଥ ପୂରଣ ପାଇଁ ପାପ କରିଥାଏ ସେହି ମଣିଷ ହିଁ ପ୍ରକୃତ ପାପୀ ଏବଂ ଦୋଷୀ ହୋଇଥାଏ ।

ନିଜର କର୍ମର ଭଙ୍ଗ ସେହିଠାରେ କରିଦେଇଥାନ୍ତି । ଯଦି ଆପଣ କୌଣସି କାମ ବା ଦାନ ଧର୍ମ ଇତ୍ୟାଦି ଅନ୍ୟର ସହାୟତା ପାଇଁ କରୁଛନ୍ତି ତେବେ ତାହା ଆପଣଙ୍କୁ ମୁକ୍ତି, ଆନନ୍ଦ ଏବଂ ଆପଣଙ୍କ ପାଇଁ ଶୁଭ ଯୋଗ ଆଣି ଦେଇଥାଏ । ତେଣୁ କୁହାଯାଇଛି ଅନ୍ୟର ଭଲ ପାଇଁ କରୁଥିବା କର୍ମର ଅନେକ ସୁଫଳ ମିଳିଥାଏ । ଯଦି ଆପଣ କୌଣସି ବ୍ରାହ୍ମଣର ହତ୍ୟା ଜାଣତରେ ହେଉ ବା ଅଜାଣତରେ ହେଉ ହତ୍ୟା କରନ୍ତି ତେବେ ତାହା ବ୍ରହ୍ମ ହତ୍ୟା ହୋଇଥାଏ ।

ଏହାକୁ ମହାପାପ ମନାଯାଇଥାଏ । ଏଭଳି ପାପରେ ସାଥ ଦେଉଥିବା ମଣିଷ କୁମ୍ଭୀପାକ ନର୍କକୁ ଯାଇଥାଏ । ଯେଉଁ ମଣିଷ ଏହି ବ୍ରହ୍ମ ହତ୍ୟା ଭଳି ପାପ କରିଥାନ୍ତି ସେମାନେ ପର ଜନ୍ମରେ ହରିଣ, ଓଟ, ଘୁଷୁରି ଏବଂ ଘୋଡା ଜନ୍ମ ନେଇଥାନ୍ତି । ଚୋରୀ କରୁଥିବା ମଣିଷ ନର୍କ ଭୋଗ କରିଥାନ୍ତି । ଏମାନେ କୀଟ ପତଙ୍ଗ ଜନ୍ମ ନେଇଥାନ୍ତି ।

ଅନ୍ୟର ପଇସାକୁ ଲୁଟୁଥିବା ଲୋକ ଆକସ୍ମିକ ବଡ ରୋଗରେ ପୀଡିତ ହୋଇଥାଏ ଭଲ ହେବାର କୌଣସି ଆଶଙ୍କା ମଧ୍ୟ ନଥାଏ । ନିଜ ସ୍ତ୍ରୀକୁ ପରିତ୍ୟାଗ କରୁଥିବା ଲୋକ ବହୁତ ବଡ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ପର ଜନ୍ମରେ । ସ୍ତ୍ରୀ ପଇସାରେ ଚଳୁଥିବା ପୁରୁଷ ଆର ଜନ୍ମରେ ଛୋଟା ହୋଇ ଜନ୍ମ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *