କେମିତି ହୋଇଥାନ୍ତି ରବିବାରରେ ଜନ୍ମ ହୋଇଥିବା ଲୋକ- Jyotisha Shastra

ଗୋଟିଏ ସପ୍ତାହରେ ସାତ ଦିନ ହୋଇଥାଏ । ଆଉ ସବୁ ଦିନର କୌଣସି ନା କୌଣସି ଗ୍ରହ ପ୍ରମୁଖ ହୋଇଥାଏ । ଜ୍ଯୋତିଷ ଅନୁସାରେ ଯଦି କୌଣସି ବ୍ୟକ୍ତିର ଜନ୍ମ ଯେଉଁ ଦିନ ହୋଇଥାଏ । ସେହି ଦିନର କାରକ ଗ୍ରହ ସେହି ବ୍ଯକ୍ତିର ସ୍ଵଭାବ, ନଜରିଆ , ସ୍ୱାସ୍ଥ୍ୟ ଓ ଅନ୍ୟ ବହୁତ ସାରା ଜୀବନର କଇଡି ଦିନ ଉପରେ ପ୍ରଭାବ ପକାଇ ଥାଏ । ଏହି ପ୍ରଭାବ ଜୀବନ ସାରା ରହିଥାଏ । ଶାରୀରିକ ଆକୃତି ଓ ବ୍ୟତିତ୍ଵ :- ରବିବାର ସୂର୍ଯ୍ୟଙ୍କ ଦିନ ହୋଇଥାଏ ।

ଶେଥି ପାଇଁ ରବିବାରରେ ଜନ୍ମ ନେଇଥିବା ବ୍ୟକ୍ତି ଉପରେ ସୂର୍ଯ୍ୟ ଗ୍ରହଙ୍କର ବିଶେଷ ପ୍ରଭାବ ରହିଥାଏ । ତାଙ୍କର ଚେହେରା ଉପରେ ବହୁତ ତେଜ ଥାଏ । ରବିବାର ଜନ୍ମ ହୋଇଥିବା ଜାତକ ସୁନ୍ଦର ହୋଇଥାନ୍ତି । ତାଙ୍କର ରଙ୍ଗ ଗହମ କଲର ହୋଇଥାଏ । ତାଙ୍କ ଭିତରେ ଖାସ ଆକର୍ଷଣ ରହିଥାଏ ଏହି କାରଣରୁ ଏହି ଲୋକ ଅନ୍ୟକୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି ।

ଏମାନଙ୍କୁ ସାହି ଅନ୍ଦାଜ ବହୁତ ପସନ୍ଦ ହୋଇଥାଏ । ଆଉ କାହାର କାମରେ ଦାଖଲ ଦିଅନ୍ତି ନହିଁ । ନା ନିଜ ଜୀବନରେ କାହାର ହସ୍ତକ୍ଷେପ ସେ ପସନ୍ଦ କରିଥାନ୍ତି । ଯଦି ତାଙ୍କ କାମରେ କିଏ ମୁଣ୍ଡ ପୁରାଏ ସେ ବହୁତ ଜଲ୍ଦି ରାଗିଯାଇଥାନ୍ତି । ତାଙ୍କର ସ୍ଵଭାବ ଗୋଟିଏ ବାଘ ଭଳି ହୋଇଥାଏ ଆଉ ବାଘକୁ ସ୍ଵତନ୍ତ୍ରତା ପସନ୍ଦ ଥାଏ । ଏହି ଲୋକ କାହା ଅଧିନରେ ରହିବାକୁ ପସନ୍ଦ କରିନଥାନ୍ତି । ଏମାନଙ୍କ ଇଛା ଶକ୍ତି ଓ ସଂକଳ୍ପ ଶକ୍ତି ବହୁତ ଶକ୍ତିଶାଳୀ ହୋଇଥାଏ ।

ରବିବାରରେ ଜନ୍ମ ହୋଇଥିବା ଲୋକଙ୍କ ଭବିଷ୍ୟତ :- ସୂର୍ଯ୍ୟଙ୍କ ପ୍ରଭାବରୁ ଏମିତି ବ୍ୟକ୍ତି ବହୁତ ପରିଶ୍ରମୀ ମହତ୍ଵକଙ୍ଖି ଆଉ ଜିଦ୍ଦି ହୋଇଥାନ୍ତି । ସେ ଭଲ ଲିଡର ଶିପ କରିଥାନ୍ତି । ସେ ମ୍ୟାନେଜେମେଣ୍ଟ ଓ ରାଜନୀତି କ୍ଷେତ୍ରରେ ବହୁତ ସଫଳ ହୋଇଥାନ୍ତି । ଏହି ଦିନରେ ଜନ୍ମ ହୋଇଥିବା ଲୋକ ବୈଜ୍ଞାନିକ, ଡାକ୍ତର , ଏନର୍ଜି ସହିତ ଜଡିତ କ୍ଷେତ୍ର, ଟେକନିକାଲ, ଆଇଟି ଫୀଲ୍ଡ , ଇଞ୍ଜିନିୟର , ପୁଲିସ, ଏହି କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି । ରବିବାରରେ ଜନ୍ମ ହୋଇଥିବା ଲୋକ କୌଣସି ବି କ୍ଷେତ୍ରରେ ନିଜ ପରିଶ୍ରମ ଦ୍ଵାରା ସଫକତ ପାଇଥାନ୍ତି । ଏହି ଲୋକ ଅନ୍ୟ ପାଇଁ ମିଶାଲ ଓ ପ୍ରେରଣା ହୋଇଥାନ୍ତି । ଧାନ ସମ୍ପତି ମାମଲାରେ ବହୁତ ପଇସା ବାଲା ହୋଇଥାନ୍ତି ଓ ଆଉ ନିଜ ଦମରେ ପଇସା କମାଇବା ପାଇଁ ଚେଷ୍ଟା କରିଥାନ୍ତି ।

ସାଙ୍ଗ, ପ୍ରେମ ସମ୍ବନ୍ଧ ଓ ବୈବାହିକ ଜୀବନ :- ଏହି ଲୋକ ବହୁତ ବିଚାରଶୀଳ ହୋଇଥାନ୍ତି । କିନ୍ତୁ ରବିବାରକୁ ଜନ୍ମ ହୋଇଥିବା ଲୋକ ଅନ୍ୟ ବିଷୟରେ ସନ୍ଦେହ କରିଥାନ୍ତି । ଆଉ ଏହି କାରଣ ଲାଗି ତାଙ୍କ ପାଖରେ ସାଙ୍ଗ କିଛି କମ ଥାନ୍ତି । ତାଙ୍କ ବହୁତ ପ୍ରେମ ସମ୍ବନ୍ଧ ରହିଥାଏ, କିନ୍ତୁ ସେ ବହୁତ ଦିନ ପର୍ଯ୍ୟନ୍ତ ରହିପାରିନଥାନ୍ତି । ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ପ୍ରେମ ସମ୍ବନ୍ଧ ବନାଇ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ତାଙ୍କର ଦାଂପତ୍ଯ ଜୀବନ ବହୁତ ସୁଖି ହୋଇଥାଏ । କିନ୍ତୁ ସେ ନିଜ ଜୀବନସାଥୀକୁ ବହୁତ ଅଧିକ ରାଗିଥାନ୍ତି ଆଉ ଗାଳି ମଧ୍ୟ କରିଥାନ୍ତି । ସେଥି ଲାଗି ତାଙ୍କୁ ବହୁତ କଷ୍ଟ ମଧ୍ୟ ସହିବାକୁ ପଡିଥାଏ ।

ସ୍ୱାସ୍ଥ୍ୟ :- ଏହି ଲୋକ ମାନେ ବହୁତ ସ୍ଵାସ୍ଥ୍ୟାବାନ ହୋଇଥାନ୍ତି ତାଙ୍କୁ ବିମାରୀ ବହୁତ କମ ହୋଇଥାଏ । ଯଦି ତାଙ୍କୁ ବିମାରୀ ହୋଇଯାଏ ତେବେ ହୃଦୟ ରୋଗ, ହାଇ ବ୍ଲଡ଼ ପ୍ରେସର, ଗଣ୍ଠି, ତଥା ନେତ୍ର ଜନିତ ରୋଗରେ ପୀଡିତ ହୋଇଥାନ୍ତି । ଏହି ଲୋକଙ୍କ ପାଇଁ କିଛି ଟିପ୍ସ । ଯଦି ସମସ୍ଯା ଆସୁଛି ତେବେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନହିଁ ଓ ନିଜ ଭିତରେ ସ୍ଥିରତା ଆଣନ୍ତୁ । କାହା ଉପରେ ଆଖି ବନ୍ଦ କରି ଭରୋସା କରନ୍ତୁ ନହିଁ । ରବିବାରରେ ଜନ୍ମ ହୋଇଥିବା ଲୋକଙ୍କ ଲକି ନମ୍ବର ହେଉଛି ସାତ, ଲକି ରଙ୍ଗ ଲାଲ, ଆଉ ଲକି ଦିନ ହୋଇଥାଏ ସୋମବାର, ଶୁକ୍ରବାର, ରବିବାର ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *