ଆମେ ଯଦି ଆମ ବାସ୍ତୁ କୁ ଠିକ ରଖିବା ପାଇଁ ଚାହୁଁ ଛେ ତେବେ ଆମର ଘର ଆଖ ପାଖକୁ ସାଫା ରଖିବା ନିହାତି ଦରକାର ଓ ଏହା ଦେଖିବା ଦରକାର କି କଣ କଣ ରଖିବା ଭଲ ଓ କଣ କଣ ରଖିବା ଖରାପ ହୋଇ ଥାଏ । ତେବେ ବାସ୍ତୁ ଅନୁସାରେ ଦେଖିବା ପାଇ ଗଲେ ଆମ ଆଖ ପାଖରେ ଥିବା ଗଛ ଆମକୁ ଖୁବ ଆନନ୍ଦ ଦେଇଥାଏ । ମାତ୍ର କିଛି ଗଛ ମାନେ ଅଛନ୍ତି ଯେଉଁ ମାନେ ରହିବା କଥା ନୁହେଁ । ଏହା ଆମ ପ୍ରକୃତି କୁ ସନ୍ତୁଳିତ କରି ରଖୀ ଥାଏ ଯାହା ଦ୍ଵାରା ଆମ ବାତାବରଣ ଖୁବ ଭଲ ରହି ଥାଏ ।
କେଉଁ ଗଛ ଆମ ଜୀବନ ପାଇଁ ଉପଯୋଗୀ । ଏହାକୁ କେଉଁ ଜାଗାରେ ଲଗାଇବା ଓ ଏହା ପାଇଁ କଣ କଣ କରିବା ପାଇଁ ପଡିବ ତାହା ଆମେ ଆଜି ଆପଣଙ୍କୁ କହିବା । ଅଶୋକ ଗଛ ଆପଣ ଏହାକୁ ଯଦି ଘରର ଉତ୍ତର ଦିଗରେ ଲଗାଇବେ ଆପଣଙ୍କ ସମସ୍ଯା ସବୁ ଦିନ ପାଇଁ ଚାଲି ଯାଇ ଥାଏ ।
ଏହା କୁ ଆପଣ ଲଗାଇବା ଦ୍ଵାରା ଘରେ ଥିବା ଶୋକ ନଥାଏ ଏହା ତାକୁ ହଟାଇ ଦେଇଥାଏ । ଏହା ପର ଗଛ ହେଉଛି କଦଳୀ ଗଛ ଘର, ବ୍ୟବଶାୟ, ଅନୁଷ୍ଠାନ ଓ ଉଦ୍ଯୋଗ ଜାଗାରେ ଏହାକୁ ଲଗାଇବା ଭଲ ହୋଇ ଥାଏ । ଏହି ଗଛ କୁ ଯଦି ଆପଣ ଅଇସୋନ୍ୟ କୋଣ ଲଗାଇବେ ଏହା ଆହୁରି ଭଲ ହୋଇ ଥାଏ ।
ଆପଣ ଯଦି କଦଳୀ ଗଛ ପାଖରେ ତୁଳଶି ଗଛ ଲଗାଇବେ ଏହା ଆହୁରି ଶୁଭ ପରିଣାମ ଦେଇଥାଏ । ଆଇସୋନ୍ୟ କ୍ଷେତ୍ରରେ ଲଗା ଯାଇଥିବା କଦଳୀ ଗଛ ତଳେ ଆପଣ ଯଦି ପଢିବେ ଆପଣ ଏହାକୁ ମାନେ ରାଖୀ ପାରିବେ ବହୁତ ଜଲ୍ଦି ।
ଏହା ଆମର ସ୍ମରଣ ଶକ୍ତି ବଢାଇ ଦେଇଥାଏ । ଏହା ପର ଗଛ ହେଉଛି ଶ୍ଵେତ ଅରକ୍ଷ ଗଛ । ବାସ୍ତୁ ଶାସ୍ତ୍ର ଅନୁସାରେ କ୍ଷୀର ବାହାରୁ ଥିବା ଗଛ ଘର ଭିତରେ ଲଗାଇବା ଖରାପ ହୋଇ ଥାଏ । ମାତ୍ର ଏହା ଯଦି ମନକୁ ମନ ଉଠି ଥାଏ ତେବେ ଏହାକୁ ନ ଉପାଡି ଆପଣ ଏହାକୁ ପୂଜା କରିବା ଭଲ ହୋଇ ଥାଏ ।
ଆପଣ ଏହାର ମୂଳରେ କିଛି ହଳଦୀ ପାଣି କ୍ଷୀର ଓ ଚାଉଳ ଦେବା ଖୁବ ଭଲ ହୋଇଥାଏ । ଯେଉଁ ଘର ପାଖରେ ଶ୍ଵେତ ଅରକ୍ଷ ଗଛ ଥାଏ ସେହି ଜାଗାରେ ଗୁପ୍ତ ଧନ ଥିବାର ମାନ୍ୟତା ମଧ୍ୟ ଅଛି । ଏହା ପର ଗଛ ଅମୃତଭଣ୍ଡା ଗଛ । ଏହାକୁ ଲଗାଇବା ଉଚିତ ନୁହେଁ ଏହା ଯଦି ମନକୁ ମନ ଉଠିଥାଏ ତେବେ ଆପଣ ଏହାକୁ କାଟିବା ଚିନ୍ତା ଛାଡି ଦିଅନ୍ତୁ ।
ନଡିଆ ଗଛ ଏହା ଯଦି ଘର ସୀମାରେ ରହି ଥାଏ ତେବେ ସେହି ଜାଗାରେ ଥିବା ଲୋକଙ୍କ ମାନସମ୍ମାନ ଖୁବ ଅଧିକା ବଢି ଥାଏ । ବର ଗଛ ଏହା ଏକ ମହତ୍ଵ ପୂର୍ଣ୍ଣ ଗଛ । ଏହା ଯଦି ପୂର୍ବ ଦିଗରେ ରହିବ ତେବେ ଏହା ଭଲ ହୋଇଥାଏ । ଏହା ପଶ୍ଚିମ ଦିଗରେ ରହିଲେ ଖରାପ ହୋଇ ଥାଏ ।