ପ୍ରତିଦିନ ସକାଳୁ ଉଠିଲା ପରେ କୁହନ୍ତୁ କେବଳ ଏହି 2ଟି ଶବ୍ଦ, ବିନା ପୂଜାରେ ହେବ ସବୁ ମନସ୍କାମନା ପୁରା 

ନମସ୍କାର ବନ୍ଧୁଗଣ, ଯଦି ଆପଣ ନିଜକୁ ଖୁସିରେ ରଖି ପାରୁନାହାନ୍ତି । ସବୁବେଳେ କିଛି ନା କିଛି ଘରର କଥାକୁ ନାହିଁ ଚିନ୍ତାରେ ରହୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯେଉଛୁ ଏଭଳି କିଛି ଉପାୟ ଯାହାକୁ କରି ଆପଣ ନିଜ ଜୀବନରେ ସୁଖ ଶାନ୍ତିକୁ ପାଇପାରିବେ । ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଚମତ୍କାରି ଶବ୍ଦ ବିଷୟରେ ଯାହାକୁ କରିବାଦ୍ୱ୍ରାରା ଜୀବନରେ ଅନେକ କିଛିର ପରିବର୍ତ୍ତନ ହୋଇଯାଇଥାଏ ।

ଆପଣଙ୍କୁ ପ୍ରତିଦିନ ସକାଳୁ ଉଠି ହାତଯୋଡି ଏହି ଶବ୍ଦ କହିବାକୁ ପଡିବ । ସେହି ଶବ୍ଦ ବା ମନ୍ତ୍ର ହେଉଛି ଓମ ସମ୍ଭବେ ନମଃ । ଏହା ମହା ମୃତୁଞ୍ଜୟ ମନ୍ତ୍ର ଅଟେ । ଏହି ମନ୍ତ୍ର ଜପ କରିବାଦ୍ଵାରା ଆପଣଙ୍କ ଜନ୍ମ କୁଣ୍ଡଳୀରେ ରହିଥିବା ଦୋଷ କଟି ଯାଇଥାଏ । ଏହା ଛଡା ଆପଣ ଏକ ମନ୍ତ୍ର ମଧ୍ୟ ଜପ କରିବା ଉଚିତ ହୋଇଥାଏ । ସେ ମନ୍ତ୍ରଟି ହେଉଛି ଓମ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧିଂ ପୃଷ୍ଟି ବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଧନାତ ମୃତ୍ୟୁମୁର୍କ୍ଷିୟ ମାମୃତାତ ।

ଏହି ମନ୍ତ୍ରକୁ ସଞ୍ଜିବନୀ ମନ୍ତ୍ର ବୋଲି କୁହାଯାଏ । ଏହି ମନ୍ତ୍ରଟି ଅତ୍ୟନ୍ତ ପ୍ରଭାବଶାଳି ଅଟେ । ଏହାକୁ ସକାଳୁ ଉଠି ଆଖି ଖୋଲିବା ପୂର୍ବରୁ ହିଁ  ତିନି ଥର ଜପ କରିନିଅନ୍ତୁ । ଏହି ମନ୍ତ୍ରର ଉଚ୍ଚାରଣ ଧ୍ୱନିରେ ଆପଣଙ୍କ ଚାରିପାଖରେ ଦୈବଶକ୍ତିର ସଞ୍ଚାର ହୋଇଥାଏ । ଏହି ମନ୍ତ୍ରର ଉଚ୍ଚାରଣ ଦ୍ଵାରା ସମସ୍ତ ଅମଙ୍ଗଳ ଶକ୍ତିଙ୍କର ନାଶ ହୋଇଥାଏ । ଏବଂ ଘର ପରିବାରରେ ସୁଖ ଶାନ୍ତି ଆସିବାକୁ ଲାଗିଥାଏ ।

ଯଦି ଆପଣ ଜଣେ ବିଦ୍ୟାର୍ଥୀ ଅଟନ୍ତି ତେବେ ଆପଣ ଏହାକୁ ନିଶ୍ଚୟ କରନ୍ତୁ । ଏହାକୁ ପ୍ରତିଦନ ସକାଳୁ ପିଲାମାନେ ଉଠି ଉଚ୍ଚାରଣ କରିବା ଦ୍ଵାରା ସେମାନଙ୍କ ମନ ପବିତ୍ର ରହିଥାଏ । ମନରେ ଏକାଗ୍ରତା ବଢିଥାଏ । ଯାହାଫଳରେ ସେମାନେ ନିଜ ମନକୁ ପାଠ ପଢାରେ ନିବେଶ କରିଥାନ୍ତି । ଘର ସ୍ତ୍ରୀ ଲୋକମାନେ ଉଠି ଏହାକୁ କହିବା ଦ୍ଵାରା ଆପଣଙ୍କ ଘର ପରିବାରରେ କୌଣସି ସମସ୍ୟା ଦେଖା ଦେଇନଥାଏ ।

ଧନ ଜନିତ ରହିଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହି ମନ୍ତ୍ରକୁ ଆପଣ ସକାଳୁ ଉଠୁ ଉଠୁ ହିଁ ସେଜରେ ରହି କହିପାରିବେ । ଏହି ମନ୍ତ୍ରର ଉଚ୍ଚାରଣ ନିମନ୍ତେ ଆପଣଙ୍କୁ ସ୍ନାନ ମଧ୍ୟ କରିବା ଜରୁରୀ ହୋଇନଥାଏ । ନବବିବାହିତ ମହିଳାମାନେ ଯଦି ସବୁଦିନ ସକାଳେ ଏହି ମନ୍ତ୍ରକୁ କୁହନ୍ତି ତେବେ ଆପଣଙ୍କର ଏକ ଉତ୍ତମ ସନ୍ତାନ  ପ୍ରାପ୍ତ ହୋଇଥାଏ ।

ବୟସ୍କ ଲୋକ ନିଜର ଭଲ ସ୍ୱାସ୍ଥ୍ୟ ନିମନ୍ତେ ଏହି ମନ୍ତ୍ରର ଉଚ୍ଚାରଣ ମଧ୍ୟ କରିବା ଉଚିତ । ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଥିବା ବ୍ୟକ୍ତି ସକାଳୁ ଉଠି ଏହି ମନ୍ତ୍ରକୁ ନିଶ୍ଚୟ ଜପ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *