ରାତିରେ ଶୋଇବା ପୂର୍ବରୁ 7 ଦିନ ଭଜା ରଶୁଣ ଖାଆନ୍ତୁ, ତା ପରେ ଯାହା ହେବ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ- Health Tips

ଆମେ ଜାଣିଚୁ ସବୁ ପ୍ରକାରର ପରିବାରେ ଭିଟାମିନ ରହିଥାଏ । କିନ୍ତୁ କିଛି ପରିବା ଏପରି ଅଛି ଯାହା ମଧ୍ୟରେ ଭିଟାମିନ ଥାଏ କିନ୍ତୁ ଏହା ସହିତ ଏହାର ଔଷଧୀୟ ଗୁଣ ମଧ୍ୟ ରହିଥାଏ । ରସୁଣ ରେ ଆଣ୍ଟିଅକ୍ସିଡେଣ୍ଟ, ପ୍ରୋଟିନ, ଭିଟାମିନ, ମିନରାଲସ , ଭିଟାକ୍ୟର୍ଟିନ୍ସ, ସଲଫର, ଫସଫରସ, ଆଇରନ ଆଦି ପ୍ରଚୁର ମାତ୍ରାରେ ଥାଏ । ତେଣୁ ଆପଣ ରସୁଣ ର ୧ କୋଲା ସେକି କି ଖାଇବା ବା ଭଜା ରସୁଣ ଖାଇବା ଦ୍ୱାରା ଆମ ଶରୀର ର ଅନେକ ରୋଗ ଭଲ ହୋଇଥାଏ । କିନ୍ତୁ ପ୍ରତ୍ୟେକ ଦିନ ଯଦି ଆପଣ ଖାଦ୍ୟରେ ରସୁଣ ଖାଇବେ ତେବେ ଏହା ଭଲ ନୁହେଁ । ରସୁଣ ତାମସିକ ଭୋଜନ ର ଅନ୍ତର୍ଗତ ଅଟେ ।

ତେଣୁ ଯେଉଁ ଲୋକମାନେ ଧ୍ୟାନ କରୁଥାନ୍ତି ବା ଯେଉଁମାନଙ୍କୁ ହୃଦ ରୋଗ ଥାଏ ସେହିମାନେ ରସୁଣ ପ୍ରତ୍ୟେକ ଦିନ ଖାଇବା ଉଚିତ ନୁହେଁ । କାରଣ ରସୁଣ ଆମ ଶରୀର ର ରକ୍ତ ସଞ୍ଚାଳନର ବେଗକୁ ବୃଦ୍ଧି କରିଥାଏ ଓ ଆମ ମୁଣ୍ଡର ଶିରା ପ୍ରଶିରା ଚୁଟି ଭଳି ପତଳା ହୋଇଥାଏ ତେଣୁ ରସୁଣ କମ ଖାଇବା ଉଚିତ ।

ଏହାର ମାନେ ଏହା ନୁହେଁକି ଏହା ଆପଣଙ୍କ ପ୍ରଶିରା କୁ ଫଟେଇ ଦେଇଥାଏ କିନ୍ତୁ ଏହା ଆପଣଙ୍କ ର କୌଣସି କଥାକୁ ବୁଝିବା ର ସାମର୍ଥ୍ୟ, କୌଣସି କଥାକୁ ଭାବିବାର ସାମାର୍ଥ୍ୟ, କୌଣସି କଥା ମନେ ରଖିବାର ସାମର୍ଥ୍ୟ କୁ କମ କରି ଦେଇ ଥାଏ । ତେଣୁ ଆପଣ ସପ୍ତାହକୁ ଥରେ ବା ଦୁଇଥର ରସୁଣ ଖାଇ ପାରିବେ । କିନ୍ତୁ ରସୁଣ କୁ ଔଷଧ ଭାବେ ଆପଣ ପ୍ରତ୍ୟେକ ଦିନ ସେବନ କରି ପାରିବେ ।

ଯେଉଁ ପୁରୁଷ ମାନଙ୍କର ଶୁକ୍ରାଣୁ ଯନିତ ସମସ୍ୟା ଥାଏ ସେମାନଙ୍କୁ ପାଇଁ ରସୁଣ ବହୁତ ଭଲ କାର୍ଯ୍ୟ କରିଥାଏ । ରାତିରେ ଶୋଇବା ପୂର୍ବରୁ ଆପଣ ରସୁଣ ର ୧ କୋଲା କୁ ତାଵାରେ ସେକି ନେବେ ବା ଭାଜିନେବେ କିନ୍ତୁ ବିନା ତେଲରେ ସେକିବା ପରେ ଏହାକୁ ଥଣ୍ଡା କରି ଖାଇବେ ।

ଏହାକୁ ଆପଣ ଚୋପା ଛଡ଼ାଇକି ସେକିବେ । ଏହା ଆପଣଙ୍କ ଶୁକ୍ରାଣୁ ଜନିତ ସମସ୍ୟା ଦୂର କରିଥାଏ । କାମ ଶକ୍ତି ପାୱାର ବୃଦ୍ଧି କରଥାଏ । ତେଣୁ ଭଜା ରସୁଣ ସହିତ ୧ ଗ୍ଲାସ ଉଷୁମ ପାଣି ପିଇବେ । ଏହା ଛଡା ଯେଉଁମାନଙ୍କୁ ସ୍ୱପ୍ନ ଦୋଷ ଥିବ ସେହିମାନେ ରାତିରେ ଶୋଇବା ଆଗରୁ ଏହି ରସୁଣ ର ସେବନ କରିବେ ଏପରି କରିବା ଦ୍ୱାରା ଏହା କମ ହୋଇଥାଏ କିନ୍ତୁ ପାଣି ବେଶୀ ପିଇବେ ନାହିଁ ପାଣି ପିଇବା ଦ୍ୱାରା ସ୍ୱପ୍ନ ଦୋଷ ବଢ଼ିପାରେ ।

ଯେଉଁମାନଙ୍କୁ କୋଲେଷ୍ଟ୍ରଲ ଅଛି ସେହିମାନେ ମଧ୍ୟ ରସୁଣର ସେବନ କରିପାରିବେ । ରାତିରେ ଶୋଇବା ଆଗରୁ କରିପାରିବେ ଅଥବା ସକାଳୁ ଖାଲି ପେଟ ରେ ଖାଇବା ଆଗରୁ ଖାଇ ପାରିବେ । ଯେଉଁମାନଙ୍କୁ ମୋଟାପଣ ର ଅସୁବିଧା ଅଛି ସେମାନେ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇବେ ଓ ଏହା ସହ ୧କୋଳ ବା ୧ ପାଖୁଡା ଭଜା ରସୁଣ ଖାଇବା ଦ୍ୱାରା ଶିଘ୍ର ଓଜନ କମିଥାଏ ।

କିନ୍ତୁ ଏହା ସହିତ ଆପଣଙ୍କୁ ନିୟମିତ ବ୍ୟାୟାମ ମଧ୍ୟ କରିବା ଉଚିତ । ଖରାଦିନେ ରସୁଣ ର ବ୍ୟବହାର କମ କରିବେ କାରଣ ରସୁଣ ଅତ୍ୟଧିକ ଗରମ ହୋଇଥାଏ ତେଣୁ ଏହାର ସେବନ କମ କରିବା ଭଲ । କିନ୍ତୁ ଅନ୍ୟ ଦିନ ରେ ଆପଣ ଦିନକୁ ୧ ରସୁଣ ର ପାଖୁଡା ଖାଇ ପାରିବେ ।

Leave a Reply

Your email address will not be published. Required fields are marked *