ସକାଳୁ ଉଠି କଣ ଦେଖିଲେ ଦିନଯାକ ଶୁଭ ହୁଏ- Ajira Anuchinta

ପ୍ରତ୍ୟେକ ଦିନ ର ସକାଳ ଆମମାନଙ୍କ ମନରେ ଏକ ନୂଆ ଆଶା ଓ ଏକ ନୂଆ ଦିନ ଆଣିଥାଏ । ଆମେ ସକାଳୁ ଉଠିବା ମାତ୍ରେ ନିଜର କାମ ଓ ଅନ୍ୟ ଜିନିଷରେ ନିଜକୁ ବ୍ୟସ୍ତ କରିଥାଉ କିନ୍ତୁ ସାଧାରଣ ଭାବେ ଆମେ କୌଣସି କାମରେ ବିଫଳ ହେଲେ କିମ୍ଭା କୌଣସି କାମ ନହେଲେ । ଆମ ମୁହଁରୁ ଗୋଟିଏ କଥା ଓ ମନରେ ବି ଗୋଟିଏ କଥା ଆସିଥାଏ କି ଆଜି ସକାଳୁ କାହା ମୁହଁ ଚାହିଁଲି

ପୁରା ଦିନ ଟି ଖରାପ ହୋଇଗଲା । ତେବେ ପ୍ରତିଦିନ ସକାଳୁ ଭଗବାନ ଙ୍କ ଦର୍ଶନ କରିଲେ ଦିନଟି ଶୁଭ ଯାଇଥାଏ । ଏହା ଆମେ ସମସ୍ତେ ଜାଣିଛୁ କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ଦେଖିବା ବା ଶୁଣିବା ଦ୍ୱାରା ଆପଣଙ୍କ ଦିନ ଭଲ ଓ ଶୁଭମୟ ହୋଇଥାଏ ।

ଇଂରାଜୀ ରେ ଏକ କଥାରେ ଅଛି “ମର୍ଣିଂ ଶୋଜ ଦ ଡେ” ଏହାର ଅର୍ଥ ସକାଳରୁ ହିଁ ଜଣା ପଡିଯାଏ ଯେ ଆପଣଙ୍କ ଦିନ କିପରି ଯିବ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ଅଛି ଯାହା ଦେଖିବା ଦ୍ୱାରା ଆପଣଂକୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ସକାଳୁ ଉଠିବା ସମୟରେ ଯଦି ଆପଣ ଶଙ୍ଖ କିମ୍ବା ଘଣ୍ଟ କିମ୍ବା ଠାକୁର ଙ୍କ ଭଜନ ଶୁଣନ୍ତି ତେବେ ଆପଣଙ୍କ ଦିନ ବହୁତ ଶୁଭ ହୋଇଥାଏ ।

ଏହା ଛଡା ଯଦି ଆପଣ ସକାଳୁ ଉଠିବା ସମୟରେ କ୍ଷୀର କିମ୍ବା ଦହି ପୂର୍ଣ୍ଣ ପାତ୍ର ଦେଖନ୍ତି ଏହା ଆପଣଙ୍କ ପାଇଁ ଭଲ ଅଟେ ଓ ଆପଣଙ୍କ ଦିନଟି ଶୁଭ ଅଟେ । ଏହଛଡା ଏହି ୫ ଟି ଜିନିଷ ଦେଖିଲେ ଆପଣଙ୍କ ଦିନ ଭଲ ହୋଇଥାଏ । ୧ମ ଭିକାରୀ ଦେଖିବା- ଯଦି ଆପଣ ସକାଳୁ ଉଠିବା ପରେ କୌଣସି ଭିକାରୀ ଆପଣଂକୁ ଦେଖାଯାଏ ତେବେ ଏହାକୁ ନେଇ ଚିନ୍ତିତ କିମ୍ବା ଡରି ଯିବେ ନାହିଁ କି ରାଗି ଯିବେ ନାହିଁ ।

ଭିକାରୀ ଦେଖିବା ର ଅର୍ଥ ଆପଣ ବୁଝିଯିବେ କି ଆପଣ କାହାକୁ ଉଦ୍ଧାର ଆକାରରେ ଦେଇଥିବା ପଇସା ପାଇଯିବେ । କୌଣସି ଜିନିଷ କାହାକୁ ଦେଇଥିଲେ ତାହା ମଧ୍ୟ ପାଇଯିବେ । ୨ୟ କଥା ଟି ହେଲା ଯଦି ଆପଣ ଘରୁ ବାହାରିବା ସମୟରେ ଆପଣଙ୍କ ସମ୍ନା କୁ କୌଣସି ସଧବା ସ୍ତ୍ରୀ କିମ୍ବା ଗାଈ ଆସିଯାନ୍ତି ତେବେ ଆପଣ ଯାଉଥିବା କାର୍ଯ୍ୟରେ ନିଶ୍ଚିତ ରୂପେ ସଫଳ ହେବେ । ୩ୟ ଜିନିଷ ଟି ହେଲା ଯଦି ଆପଣ କର୍ଯ୍ୟ ବା ଘରୁ ବାହାରିବା ସମୟରେ କେହି ଗୁଡ଼ ନେଇକି ଯାଉଥିଲେ ଜାଣିବେ ଯେ ଆପଣଙ୍କ କାର୍ଯ୍ୟ ଓ ଦିନ ଟି ଲାଭଦାୟକ ହେବ ।

ଆପଣଙ୍କ କାର୍ଯ୍ୟ ସଫଳ ହେବ ଓ ଦିନଟି ଶୁଭମ୍ୟ ହେବ । ଯାହାକି ଆପଣଂକୁ ଅନେକ ସଫଳତା ର ରାସ୍ତା ଦେଖାଇବ । ୪ର୍ଥ ହେଲା ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ କୌଣସି ସ୍ତ୍ରୀ ବା ପୁରୁଷ କ୍ଷୀର ବା ପାଣି ପୂର୍ଣ୍ଣ ଜାଗା ନେଇ ଯାଉଥିବେ ତେବେ ଏହା ଶୁଭ ସଙ୍କେତ ଦେଇଥାଏ । ୫ମ ଟି ହେଲା ଆପଣ ଘରୁ ଯିବା ସମୟରେ କୌଣସି ହସୁଥିବା ବାଳକ ବା ଫଳ କିମ୍ଵା ଫୁଲ ବିକୁଥିବା ଲୋକ ଦେଖାଯାନ୍ତି ତେବେ ନିଃସନ୍ଦେହ ଆପଣ କର୍ଯ୍ୟରେ ସଫଳ ହେବେ ଓ ଆପଣ ଜାଣିନେବେ ଯେ ଆପଣଙ୍କ ଦିନ ଅଧିକ ଶୁଭ ଓ ମଙ୍ଗଲମୟ ହେବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *