ସକାଳୁ ଉଠି ଘରର ମୁଖ୍ୟ ଦ୍ଵାର ଉପରେ କରନ୍ତୁ ଏହି ଛୋଟ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର- Vastu Tips

ଆମେ ସମସ୍ତେ ଜାଣିଛୁ ସକାଳ ଯେପରି ଆରମ୍ଭ ହେବ ପୁରା ଦିନଟି ସେପରି କଟିଥାଏ । ତେବେ ସକାଳୁ କିଛି ଭଲ ଶୁଣିବା ବା ଭଲ ଦେଖିବା ଦ୍ୱାରା ପୁରା ଦିନଟି ଭଲ ଓ ଶାନ୍ତି ରେ କଟିଥାଏ । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ଦେଖିବା ବା ଶୁଣିବା ଦ୍ୱାରା ଆମ ଦିନଟି ଅଶାନ୍ତି ଓ କଲହରେ କଟିଥାଏ ।

ସେପରି ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ଅଛି ଯାହାକି ଆମକୁ ସକାଳୁ ଉଠିକି କରିବା ଦ୍ୱାରା ଆମର ପୁରା ଦିନ ଟି ଭଲ ରେ ବିତିଥାଏ । ପ୍ରତେକ ମଣିଷ ଚାହେଁ ବେଶି ଧନ ଉର୍ପାଜନ କରି ସୁଖମୟ ଜୀବନ ବିତାଇବାକୁ ତେଣୁ ମା ଲଷ୍ମୀଙ୍କ କୃପା ଯଦି ଆପଣ ଲାଭ କରିବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠି ସର୍ବ ପ୍ରଥମେ କିଛି କାର୍ଯ୍ୟ କରିବାକୁ ପଡିବ ।

ଯେତେବେଳେ ଆପଣ ସକାଳୁ ଉଠିବେ କେବେବି ଭୁଲରେ ଆଇନା ଦେଖିବେ ନାହିଁ । ଆଇନା ରାତିରେ ନକାରତ୍ମକ ଉର୍ଜାକୁ ଆଶ୍ରୟ ଦେଇ ଥାଏ । ତେଣୁ କେବେଇ ସକାଳୁ ଆଇନା ଦେଖିବେ ନାହିଁ । ଆପଣ ସକାଳୁ ଘିଅ, କୌଣସି ଠାକୁରଙ୍କ ଫଟୋ, ବା ଯାହାଙ୍କ ଚେହେରା ଆପଣଙ୍କ ପାଇଁ ଭଲ ଅଟେ ଏହି ସବୁ ଦେଖନ୍ତୁ ଏହା ଦେଖିବା ଦ୍ୱାରା ଆପଣଙ୍କ ଦିନ ଶୁଭରେ କଟିବ ।

ରାତିରେ ଶୋଇବା ଆଗରୁ ତମ୍ଭା ପାତ୍ରରେ ପାଣି ରଖି ଘରର ମୁଖ୍ୟ ଦ୍ୱାର ରେ ଏହି ପାତ୍ର କୁ ରଖି ଦେବେ । ସକାଳୁ ଉଠି ଆଗ ମୁଖ୍ୟ ଦ୍ୱାର ରେ ତମ୍ଭା ପାତ୍ର ରେ ଥିବା ଜଳ କୁ ଦେଖିବା ଦ୍ୱାରା ସକାରତ୍ମକ ଉର୍ଜା ଆପଣଙ୍କୁ ଆକର୍ଷଣ କରିଥାଏ । ତମ୍ଭା ପାତ୍ର ର ଜଳ ସକାରତ୍ମକ ଉର୍ଜା କୁ ଶୋଷଣ କରିଥାଏ । ଶନିବାର ଓ ରବିବାର ଦିନ ଆପଣ ସକାଳୁ ଉଠି ତମ୍ଭା ପାତ୍ର ରେ ଜଳ ଭରି ମୁଖ୍ୟ ଦ୍ୱାର ଖୋଲି ବାମ ଓ ଡାହାଣ ପଟେ ପକାଇବେ ।

ଏହା ପରେ ମୁଖ୍ୟ ଦ୍ୱାର ରେ ପକାଇବେ ଓଳାଇବା ଆଗରୁ ଏହି କାର୍ଯ୍ୟ କରିବେ । ଏହାକୁ ସପ୍ତାହ ର ସାତଦିନ ମଧ୍ୟ କରିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ଘରକୁ ଯଦି କେହି ତନ୍ତ୍ର ବା କୌଣସି ଯାଦୁ ଆଦି କରିଥିବ ତେବେ ତାହା ଆପଣଙ୍କ ଘରକୁ ପ୍ରବେଶ କରିବା ନାହିଁ ଓ ସେହି ବ୍ୟକ୍ତି ପାଖକୁ ଫେରିଯିବ । ଏହା ଛଡା ଆପଣଙ୍କ ଘରର ଡାଇନିଂ ଟେବଲ ରେ ଆପଣ ଏକ ମୟୁର ପୂଛ କୁ ରଖନ୍ତୁ ଏହା କରିବା ଦ୍ୱାରା ଖାଦ୍ୟ କୁ ନଜର ଲାଗି ନାଥାଏ ।

ଆପଣଙ୍କ ଘରର ଭାଇ ବା ବାପା ବା ସ୍ୱାମୀ ଏମାନଙ୍କ ପର୍ସ ରେ ଆପଣ ଏକ ମୟୁର ପୁଚ୍ଛ ରଖନ୍ତୁ । ଏହା ଛଡା ଆପଣଙ୍କ ସନ୍ତାନଙ୍କ ବ୍ୟାଗରେ ମଧ୍ୟ ଏକ ମୟୁର ପୁଚ୍ଛ ରଖନ୍ତୁ ଏପରି କରିବା । ଦ୍ୱାରା ଆକସ୍ମିକ ଦୁର୍ଘଟଣା ରୁ ସେମାନେ ବଞ୍ଚିତ ରୁହନ୍ତି । ଏହା ଛଡା ମୟୂର ପୁଚ୍ଛ ଭଗବାନ ଶ୍ରୀ କୃଷ୍ଣ ନିଜର ମଥାରେ ଲଗାନ୍ତି ତେଣୁ ଏହା ଅତ୍ୟନ୍ତ ଶୁଭ ଅଟେ । ତେବେ ସକାଳୁ ଉଠି ଆପଣ ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ମା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ ଓ ଆପଣଙ୍କ ଜୀବନ ସୁଖମୟ ଓ ଧନ ଧାନ୍ୟ ରେ ପୂରି ରହିବ ।

Leave a Reply

Your email address will not be published. Required fields are marked *