ସମୁଦ୍ର ଭିତରେ ବାତ୍ୟା ଭିଡ଼ିଓ କରି ସାଙ୍ଗକୁ ପଠାଇଥିଲେ ଯୁବକ, ଆଉ ତା ପରେ ଯାହା ହେଲା…

ବନ୍ଧୁଗଣ, ସଂସାରର ସୃଷ୍ଟିକର୍ତ୍ତା ଇଶ୍ଵର ଅଟନ୍ତି । ଈଶ୍ଵରଙ୍କ ଆଜ୍ଞା ଦ୍ଵାରା ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥାଏ । ମନୁଷ୍ୟ ଜୀବନ ରେ ଭଗବାନ ବହୁତ ସଂଘର୍ଷ ଲେଖିଛନ୍ତି । ବନ୍ଧୁଗଣ ମନୁଷ୍ୟରେ ଯଦି ସଂଘର୍ଷ ନରହିବ ତେବେ ଆମ୍ଭେ ଭଲମନ୍ଦ କିଛି ଜାଣିପାରିବା ନାହିଁ । ଆମ୍ଭ ମାନଙ୍କ ସହିତ ଘଟୁଥିବା ପ୍ରତ୍ୟକ ଘଟନା ସହିତ କିଛି ନା କିଛି କାରଣ ରହିଥାଏ । ମାତ୍ର ଜୀବନ ନେବା ତଥା ପ୍ରଦାନ କରିବା ଈଶ୍ଵରଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ।

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏକ ଏଭଳି ଯୁବକଙ୍କ ସମ୍ବନ୍ଧରେ ଯାନାଇବାକୁ ଯାଉଅଛୁ ଯେ କି ଚାକିରି କରି ବାହାରକୁ ଅର୍ଥ ଉପାର୍ଜନ ନିମନ୍ତେ ଯାଇଥିଲା । ବନ୍ଧୁଗଣ ଯୁବକଟିର ନାମ “ସୂରଜ” ଅଟେ । ସେ ଏକ କମ୍ପାନୀ ମାଧ୍ୟମରେ ଜାହାଜ ରେ କାମ କରୁଥିଲା । ବନ୍ଧୁଗଣ ମନରେ ଅନେକ ଆଶା କାରଣ ସୁରଜ ଙ୍କ ପରିବାର ଏକ ମଧ୍ୟମ ଧରଣର ପରିବାର ଅଟେ ।

ତାଙ୍କ ବାପାଙ୍କର ସେ ଏକ ମାତ୍ର ପୁତ୍ରସନ୍ତାନ ଅଟନ୍ତି ଯେ କି ରୋଜଗାର ନିମନ୍ତେ କୌଣସି ଏକ କମ୍ପାନୀ ମାଧ୍ୟମରେ ବିଦେଶକୁ ଚାକିରି ନିମନ୍ତେ ଯାଇଥିଲେ । ଜାହାଜ ରେ ସୁରଜ ଥିବା ସମୟରେ ହଟାତ ଅତ୍ୟଧିକ ବେଗରେ ତୁଫାନ ହେବାକୁ ଲାଗିଲା । ଏହାପରେ ଜାହାଜ ସମୁଦ୍ର ମଧ୍ୟରେ ଥିବା ସମୟରେ ପବନ ତଥା ଝଡ କାରଣରୁ ଜାହାଜରେ ପାଣି ପ୍ରବେଶ କରିବାକୁ ଲାଗିଲା । ବନ୍ଧୁଗଣ କମ୍ପାନୀ କୁ ଏ ନେଇ ଜାହାଜ କର୍ମଚାରୀ ଅବଗତ କରାଇଥିଲେ ମଧ୍ୟ ସେଠାରୁ କିଛି ଉତ୍ତର ଆସିନଥିଲା ।

ଦେଖୁ ଦେଖୁ ଜାହାଜରେ ସଂପୂର୍ଣ୍ଣ ପାଣି ପରିପୂର୍ଣ୍ଣ ହେବାକୁ ଲାଗିଲା ସୁରଜଙ୍କ ସହିତ ଥିବା ତାଙ୍କ ସହଯୋଗୀ ଶେଷ ଭିଡିଓ ବନାଉଥିଲେ, ସୁରଜ ମଧ୍ୟ ସେଠାରେ ଛିଡା ହୋଇ ଅନୁମାନ ଲଗାଉଥିଲେ ଯେ ଏହା କେତେ ଭୟଙ୍କର ଅଟେ । ମାତ୍ର ସବୁ ନିଜ ଆଖି ଆଗରେ ଘଟୁଥିବା ସମୟରେ ସେ ନିରୂପାୟ କାରଣ ସମୁଦ୍ରର ଭୟଙ୍କର ସ୍ଥିତି ତଥା ପ୍ରକୃତିର ନିୟମ ଆଗରେ ସେ ନୀରବ ରହିବା ଛଡା ଆଉ କୌଣସି ଉପାୟ କରିପାରୁନଥିଲେ ।

ଅନାଉ ଅନାଉ ଜାହାଜ ଟି ଡୁବିବାକୁ ଲାଗିଲା ମାତ୍ର ଶେଷ ସମୟରେ ମଧ୍ୟ ସୂରଜ ଙ୍କ ମନରେ ଭୟ ଆଦୌ ନଥିଲା । ବନ୍ଧୁଗଣ ଏହା ଏକ ମର୍ମହାତ ଘଟଣା ଅଟେ କାରଣ ଆସନ୍ତା ମାସରେ ତାଙ୍କର ବିବାହ ହେବାକୁ ନିର୍ଦ୍ଧାରିତ ହୋଇଥିଲା । ସୂରଜ ତାଙ୍କ ବାପା ଙ୍କୁ କହିଥିଲେ ଯେ, ସେ ଫେରିବା ପରେ ମୁମ୍ବାଇ ରେ ଘର ନେଇ ମିଶି ରହିବେ । ଏବଂ ସେହିଠାରେ ତାଙ୍କର ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିବାକୁ ସେ ଚିନ୍ତା କରିଥିଲେ ।

ତାଙ୍କ ବାପା ମିଡିଆ ଆଗରେ କହିଲେ ଯେ, କମ୍ପାନୀ କୁ ଆମ୍ଭେ ପଚାରିଥିଲୁ ସୂରଜ ବିଷୟରେ ମାତ୍ର କମ୍ପାନୀ ଏ ନେଇ ବର୍ତ୍ତମାନ ସୁଧା କିଛି ଉତ୍ତର ଦେଇ ନାହିଁ । ସୋସିଆଲ ମିଡିଆରେ ସୁରଜଙ୍କ ଶେଷ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବାପା ଏହି ଖବରଟି ଜାଣିବାକୁ ପାଇଲେ ଯେ, ତାଙ୍କ ପୁଅ ସୂରଜ ଆଉ ଏ ଦୁନିଆରେ ନାହିଁ । ବନ୍ଧୁଗଣ ସତରେ ଏହା ଅତ୍ୟନ୍ତ ମର୍ମହାତ ପ୍ରସଙ୍ଗ ଅଟେ । ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *