ଶନିବାର ଦିନ ଏହି 8 ଟି କାମ କଲେ, ଆପଣ ହୋଇଯିବେ ଭିକାରୀ

ଶନିବାର ଦିନ ଆମେ ଜାଣିଛୁ ଏହି ବାର ଭଗବାନ ଶନୀଙ୍କ ବାର ଅଟେ । ଆମେ ଜାଣିଛୁ ଶନିଦେବ ନ୍ୟାୟ ର ଦେବ ଅଟନ୍ତି । ସେ ସର୍ବଦା ବ୍ୟକ୍ତିର କାର୍ଯ୍ୟ କୁ ଦେଖି ଫଳ ପ୍ରଦାନ କରିଥାନ୍ତି । ତେଣୁ ଯଦି କୌଣସି ବ୍ୟକ୍ତିଙ୍କର ଉପରେ ଶନି ଦେବଙ୍କ କ୍ରୋଧ ଦ୍ରୁଷ୍ଟି ପଡିଥାଏ ତାଙ୍କର ଜୀବନରେ ଦାରିଦ୍ରତା ଦୁଖ କଷ୍ଟ ଆଦି ଆସିଥାଏ । ତେବେ ଆମ ହିନ୍ଦୁ ଶସ୍ତ୍ର ଅନୁସାରେ ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ଉଚିତ ନୁହେ । ଏପରି ନ କରିବା ଦ୍ଵାରା ଶନିଦେବ କୋପ କରିଥାନ୍ତି । ଘରେ ଅଶାନ୍ତି , କ୍ଲେଶ ଆଦି ଲାଗି ରହେ ।

ତେବେ ଆଜି ଆମେ ଜାଣିବା କେଉଁ ଜିନିଷ ଶନିବାର ଦିନ ଆଣିବା ଦ୍ଵାରା ଶନି ଦେବ କୋପ କରିଥାନ୍ତି ଓ ଘରେ କ୍ଲେଶ ଆଦି ଲାଗି ରହିଥାଏ । ପ୍ରଥମେ ହେଉଛି ଲୁହା ସାମଗ୍ରୀ । ଶନିବାର ଦିନ ଛୁଞ୍ଚି ଟିଏ ବି ହେଉ ବା ଗାଡି ବା ଅନ୍ୟ ଯେକୌଣସି ଲୁହା ଜିନିଷ ସେହି ଗୁଡିକ ଘରକୁ ଆଣିବା ଦ୍ଵାରା ଶନି ଦେବ କ୍ରୋଧ କରିଥାନ୍ତି ।

ଦ୍ଵିତୀୟ ଜିନିଷ ଚମ୍ଡ଼ାରେ ପ୍ରସ୍ତୁତ ଜିନିଷ ଯେପରି ବେଲ୍ଟ , ଜୋତା ଆଦି ଭଳି ଜିନିଷ ଶନିବାର ଦିନ ଘରକୁ ଆଣିବା ଉଚିତ ନୁହେ । ତୃତୀୟ ଜିନିଷ ତେଲ । ଖାଇବା ତେଲ ହେଉ ବା ପୂଜା କରିବା ତେଲ ହେଉ ଏହାକୁ ଶନିବାର ଦିନ ଆଣିବା ଭଲ ନୁହେ । ଶନିବାର ଦିନ ଆପଣ ଘରକୁ ଝାଡୁ ଆଣନ୍ତୁ ନାହି । ଏପରି କରିବା ଦ୍ଵାରା ଘରେ କ୍ଲେଶ ବଢିଥାଏ ।

ଶନିବାର ଦିନ କିଛି କଳା ରଙ୍ଗର ଜିନିଷ ଘରକୁ ଆଣିବା ଭଲ ନୁହେ । କାରଣ ଘରକୁ କଳା ରଙ୍ଗର ଜିନିଷ ଆଣିବା ଅର୍ଥାତ ଘରକୁ ଶନିଦେବଙ୍କୁ ଆଣିବା ସହିତ ସମାନ । କୋଇଲା କେବେବି ଶନିବାର ଦିନ ଘରକୁ ଆଣିବା ଉଚିତ ନୁହେ । ଶନିବାର ଦିନ ଘରକୁ ଲୁଣ କିଣିକି ଆଣିବା ଉଚିତ ନୁହେ ।

ଶନିବାର ଦିନ ରାଶି ଘରକୁ ଆଣିବା ଉଚିତ ନୁହେ । ଆପଣ ଶନି ଦେବଙ୍କୁ ରାଶି ଅର୍ପଣ କରିପାରନ୍ତି କିନ୍ତୁ ଘରକୁ ଆଣିବେ ନାହି । ବର୍ତମାନ ସମୟରେ କେହି ବି କାଳି କଲମ ବ୍ୟବାହାର କରୁନାହାନ୍ତି ।

କିନ୍ତୁ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ଶନିବାର ଦିନ ଭୁଲରେ ବି କାଳି ଘରକୁ ଆଣନ୍ତୁ ନାହି, ନଚେତ ଶନି ଦେବଙ୍କ କୋପ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ । ତେଣୁ ଶନିବାର ଦିନ ଏହି ୮ ଟି ଜିନିଷ ଘରକୁ ଭୁଲରେ ବି କେବେବି ଆଣିବେ ନାହି ।

Leave a Reply

Your email address will not be published. Required fields are marked *