ଶନିବାର ଦିନ କରନ୍ତୁ ଏହି 5 ଟି ଉପାୟ ଧନର ଅଭାବ ରହିବ ନାହିଁ- Saturday Mahaupaya

ଅନେକ ସମୟରେ ଲୋକ ମାନେ ଯେତେ ପରିଶ୍ରମ କରିଲେ ମଧ୍ୟ ସଫଳତା ପାଇ ପାରନ୍ତି ନାହି । କିଛି ଲୋକ ମାନଙ୍କର ଦକ୍ଷତା ଥାଇ ମଧ୍ୟ ସେମାନେ ଧନ ଅର୍ଜନ କରିବାରେ ଅକ୍ଷମ ହୋଇଥାନ୍ତି । ଏହାର କାରଣ ହେଉଛି ଆପଣଙ୍କ ଜୀବନରେ ବାସ୍ତୁ ଦୋଷ ହେଉ ବା ଗ୍ରହରେ ଦୋଷ ରହିଥିବା ଯୋଗୁ ହୋଇଥାଏ । ଏଥିପାଇଁ ବ୍ୟକ୍ତିକୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତିକି ଟିପ୍ସ ନେଇ ଆସିଛୁ ଯାହାର ଉପୋଯୋଗ କରିବା ଦ୍ଵାରା ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହି । ତେବେ ଆସନ୍ତୁ ଜାଣିବା ସେହି ଟିପ୍ସ ଗୁଡିକ କଣ ରହିଛି ।

୧- କିଛି ବ୍ୟକ୍ତି ଏମିତି ଅଛନ୍ତି ଯେଉଁ ମାନେ କିଛି ନା କିଛି ନୂଆ ଜିନିଷ ଘରକୁ ଆଣିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ପ୍ରତି ଦିନ ସମ୍ଭବ ହୋଇ ନ ଥାଏ । ଯଦି ଆପଣଙ୍କ ଜୀବନରେ ଧନ ସମସ୍ଯା ଲାଗି ରହିଛି ତେବେ ଆପଣ ପ୍ରତି ଦିନ କୌଣସି ବଡ ଜିନିଷ ନ ହେଲା ନାହି ଛୋଟ ଜିନିଷ ବ୍ୟାଗରେ ପୁରାଇ ଆଣନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଧନ ସମସ୍ଯା ଦୂର ହୋଇଥାଏ ।

୨- ଆପଣ ମାନେ ଜାଣିଥିବେ ଯେ ଖାଇବା ହେଉଛି ପ୍ରତେକ ବ୍ଯକ୍ତିର ନିୟମିତ କାମ । ଖାଦ୍ଯ ବିନା ମଣିଷ ବଞ୍ଚି ପାରିବ ନାହି । କିନ୍ତୁ ଖାଇବା ସମୟରେ ଯଦି ଘର ଅପରିଷ୍କାର ହୋଇଥାଏ ତେବେ ଏହା ଭଲ ହୋଇ ନ ଥାଏ । ତେଣୁ ଘରେ କୌଣସି ବ୍ୟକ୍ତି ଖାଇବା ପୂର୍ବରୁ ଆପଣ ଘରେ ଝାଡୁ ଓ ପୋଛା ମାରି ଦିଅନ୍ତୁ । ସନ୍ଧ୍ୟା ସମୟରେ କେବେ ବି ଘରେ ଝାଡୁ ମାରିବେ ନାହି ।

୩- କିଛି ଲୋକ ମାନେ ନିଜ ଘରେ ଅନ୍ଧାର ରଖିବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ସନ୍ଧ୍ୟା ସମୟରେ ଲାଇଟ ଅଫ ରଖିଥାନ୍ତି । କିନ୍ତୁ ଏପରି କରିବା ଅନୁଚିତ ଅଟେ । ଯଦି ଆପଣଙ୍କ ଘରେ ଧନ ସହ ଜଡିତ କୌଣସି ସମସ୍ଯା ରହିଛି ତେବେ ଆପଣ ସନ୍ଧ୍ୟା ହେବା ପୂର୍ବରୁ ଲାଇଟ ଜଳାଇ ରଖନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଧନ ପ୍ରାପ୍ତ ହେବ ।

୪- ପ୍ରତେକ ପୁରୁଷ ନାରୀ ବା କନ୍ୟାକୁ ଅସମ୍ମାନ କରିବା ଉଚିତ ନୁହେଁ । ଯଦି ଆପଣ ସ୍ତ୍ରୀ ବା କନ୍ୟା ଉପରେ ଅତ୍ୟାଚାର କରନ୍ତି ତେବେ ଧନର ଅଭାବ ଘରେ ଦେଖାଯାଏ । ଯେଉଁ ଘରେ ନାରୀକୁ ସମାନ ଦିଆଯାଏ ନାହି ତେବେ ସେହି ଘରେ ଦରିଦ୍ରତା ସହ ଧନର ଅଭାବ ରହିଥାଏ । ନାରୀ ବା କନ୍ୟାକୁ ସ୍ନେହ ଓ ଆଦର କରିଲେ ଧନର ବୃଦ୍ଧି ହୋଇଥାଏ ।

୫- ଶନିବାର ଦିନ ଘର ଅଳିଆ ବା ଅଳନ୍ଧୁ ସଫା ଘରେ ବାହାରେ ପକାଇ ଦିଅନ୍ତୁ । ଏହା ସହ ଶନିବାର ଦିନ କିଛି ଚାଉଳ ଓ ଗହମ ଏକାଠି ଗୁଣ୍ଡ କରି ଏହାକୁ ଘରେ ରଖନ୍ତୁ । ଏପରି କରିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *