ବନ୍ଧୁଗଣ ଶ୍ରାବଣ ମାସ ଅର୍ଥାତ ବର୍ଷା ଜଳ ଭରା ଓ ସବୁଜିମା ଭରା ପରିବେଶ ହୋଇଥାଏ । ଏହି ମାସରେ ଧରିତ୍ରି ସୁନ୍ଦର ଭାବେ ସଜେଇ ହୋଇ ରହିଥାଏ । ଶ୍ରାବଣ ମାସ ଆସିବା ମାତ୍ରେ ସମସ୍ତଙ୍କ ମନ ପବିତ୍ର, ଶାନ୍ତି ଓ ଆନନ୍ଦ ଉଲ୍ଲାସରେ ଭରି ଯାଇଥାଏ । ମଣିଷ ଭଗବାନଙ୍କ ଭକ୍ତିରେ ବିଭୋର ହୋଇଯାଏ । ଏହି ମାସ ଟି ମହାଦେବଙ୍କୁ ସମର୍ପିତ ଅଟେ । ଶ୍ରାବଣ ମାସରେ କେଉଁ କିଛି କାର୍ଯ୍ୟ କରିବା ଉଚିତ ଓ ଅନୁଚିତ ଅଟେ ତାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
୧- ସୋମବାର ଦିନ ମହାଦେବ ଓ ଚନ୍ଦ୍ରମାଙ୍କର ଆରାଧନା କରାଯାଇଥାଏ । ସୋମବାର ଦିନ ଯେଉଁ ସ୍ତ୍ରୀ ଓ ପୁରୁଷ ବ୍ରତ ରଖିଥାନ୍ତି ସମାନେ ଶୁଭ ଫଳ ପାଇଥାନ୍ତି ଓ ସେମାନଙ୍କର ଇଚ୍ଛା ଅପୁରଣ ହୋଇଥାଏ । ଏହାଦ୍ବାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ।
୨- ସୋମବାର ଦିନ ବିଷେଶ ରୂପରେ ଭଗବାନ ଶିବ ଓ ଚନ୍ଦ୍ରମାଙ୍କୁ ଯୋଡିକି ଦେଖାଯାଏ । ଏଥିପାଇଁ ଏହି ଦିନ ସବୁ କାମ କରିବା ଉଚିତ । ଶିବ ମନ୍ଦିରକୁ ଯାଇ ଗଙ୍ଗାଜଳ ଅର୍ପଣ କରିବା ସହ ବେଲପତ୍ର, ଚନ୍ଦନ, ପଞ୍ଚାମୃତ ଭୋଗ ଲଗାଇବା ଉଚିତ ହୋଇଥାଏ । ସୋମବାରରେ ଚନ୍ଦ୍ରମାଙ୍କୁ ରାତିରେ ଅର୍ଘ୍ୟ ଦେଲେ ଧନ ପ୍ରାପ୍ତ ହୋଇଥାଏ ।
୩- ମହାଦେବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ସୋମବାରରେ ମହାଦେବଙ୍କୁ କ୍ଷୀର, ଦହି, ଧଳା ଫୁଲ ଅର୍ପଣ କରିବା ଉଚିତ । ଏହା ସହ ଧଳା ଜିନିଷର ଭୋଗ ଲଗାଇବା ଉଚିତ ।
୪- ଶାସ୍ତ୍ର ଅନୁଯାୟୀ ସୋମବାର ଦିନ ଜରୁରୀ କାମରେ ଯିବା ସମୟରେ ଆଇନା ଦେଖିକି ଯିବା ଉଚିତ । ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ମିଳିବ ।
୫- ସୋମବାର ଦିନ ଭଗବାନ ଶିବଙ୍କୁ ଧଳା ଜିନିଷର ଭୋଗ ଲଗାଇ ଗୋମାତା ଙ୍କୁ ଖାଇବା ଦେବା ଉଚିତ । ଏବେ ଆସନ୍ତୁ ଜାଣିବା ଯାହା ସୋମବାରରେ କରିବା ଉଚିତ ନୁହେଁ ।
୧- ସୋମବାରରେ ଶିବ ମନ୍ଦିରକୁ କଳା ରଙ୍ଗର ବସ୍ତ୍ର ପିନ୍ଧି ଯିବା ଉଚିତ ନୁହେଁ । ଏହାଦ୍ବାରା ମହାଦେବ କ୍ରୋଧିତ ହୋଇଥାନ୍ତି ।
୨- ମହିଳାମାନେ ସୋମବାରରେ ମୁଣ୍ଡ ଧୋଇବା ଉଚିତ ନୁହେଁ । ଏହି ଦିନ ବ୍ରତ ରଖୁଥିବା ବ୍ୟକ୍ତି ନାସ୍ପାତି ଖାଇବା ଉଚିତ ନୁହେଁ ।
୩- ସୋମବାର ଦିନ ମାଂସ ଖାଇବାକୁ ବର୍ଜିତ କରାଯାଇଛି । ଏହାର ବିପରୀତ ସୋମବାର ବ୍ରତ ରଖିବା ଉଚିତ । ଏହି ଦିନ କ୍ଷୀର, ଦହି ଖାଇବା ଉଚିତ ।
୪- ସୋମବାରରେ କାହାକୁ ଅପମାନ କରନ୍ତୁ ନାହିଁ କି କାହାକୁ ଖରାପ ବ୍ୟବହାର ବା କଟୁ ଶବ୍ଦ କୁହନ୍ତୁ ନାହିଁ ।
୫- ଭଗବାନ ଶିବଙ୍କ ପୂଜା କରିବା ସହ ନନ୍ଦୀ ମହାରାଜଙ୍କ ପୂଜା କରିବା ଉଚିତ । ଏହି ଦିନ ଗୋମାତାଙ୍କ ପୂଜା କରି କିଛି ଖାଦ୍ଯ ଖାଇବାକୁ ଦେଲେ ବ୍ରତ ପୁରା ହୋଇଥାଏ ।
୬- ପୂଜା କରିବା ସମୟରେ ଭଗବାନ ଶିବଙ୍କୁ କେତକୀ, ତୁଳସୀ ପତ୍ର, କୁଙ୍କୁମ, ଖଣ୍ଡିତ ଚାଉଳ ଚଢାନ୍ତୁ ନାହିଁ କିମ୍ବା ଶଙ୍ଖରେ ପାଣି ଅର୍ପଣ କରନ୍ତୁ ନାହିଁ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।