ସୂର୍ଯ୍ୟ ପରାଗ 2022: ଓଡିଶାରେ ହେବ ଦୃଶ୍ୟମାନ, ଏହି 4ଟି ରାଶି ହେବେ ଭାଗ୍ୟଶାଳୀ

ନମସ୍କାର ବନ୍ଧୁଗଣ, ସୂର୍ଯ୍ୟ ପରାଗ ସମୟରେ ଅନେକ କାର୍ଯ୍ୟ ରହିଛି ଯାହା କରିବା ଉଚିତ ନୁହେ । ଏବଂ ଅଜଣାତରେ ମଧ୍ୟ ସେହି ସବୁ କାର୍ଯ୍ୟ କରିବା ଦ୍ଵାରା ଜୀବନରେ ଅନେକ କ୍ଷତି ଘଟିଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ କେଉଁ କାର୍ଯ୍ୟ କରିବା ଉଚିତ ସୂର୍ଯ୍ୟ ପରାଗରେ ଏବଂ କେଉଁ କାର୍ଯ୍ୟ କରିବା ଉଚିତ ନୁହେ । କେଉଁ ରାଶି ମାନଙ୍କ ପାଇଁ ଶୁଭ ରହିବା ତାହା ମଧ୍ୟ ଜାଣିବାକୁ ପାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବେ ।

ଗ୍ରହଣ ଲାଗିବାର ୩ଘଣ୍ଟା ପୂର୍ବରୁ ଏବଂ ପରାଗ ଲାଗିବାର ବାର ଘଣ୍ଟା ପୂର୍ବରୁ ବା ଚାରି ପ୍ରହାର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ । ଏହି ସମୟ ସୀମାକୁ ସୁତକ ସମୟ ବୋଲି କୁହାଯାଇଥାଏ । ଗ୍ରହଣ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ନ ରହିବା ଭଲ ହୋଇଥାଏ । ପାକ ନିଷେଧ ବା ହାଣ୍ଡିଛାଡ ସମୟ: ୨୪ ଅକ୍ଟୋବର ସୋମବାର ରାତ୍ରି ୯:୨୫ମିନିଟ ରୁ ୨୫ ଅକ୍ଟୋବର ମଙ୍ଗଳବାର ସନ୍ଧ୍ୟା ୬ଟା ୩୨ ମିନିଟ ପର୍ଯ୍ୟନ୍ତ ।

ସୂର୍ଯ୍ୟ ପରାଗ ଲାଗିବାର ସମୟ: ତାରିଖ: ୨୫ ଅକ୍ଟୋବର ମଙ୍ଗଳବାର, ଆରମ୍ଭ: ଦିନ ୨ଟା ୨୯ ମିନିଟ । ଶେଷ: ସନ୍ଧ୍ୟା ୬ଟା ୩୨ ମିନିଟ । ସମ୍ପୂର୍ଣ ଗ୍ରାସ ସମୟ: ଦିନ ୪ଟା ୩୧ ମିନିଟ । ଶେଷ: ସନ୍ଧ୍ୟା ୫ଟା ୫୭ ମିନିଟ । ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ଏହି ସମୟରେ ବିଶେଷ ସାବଧାନ ରହିବା ସହିତ ସୂର୍ଯ୍ୟ ପରାଗ ଦେଖିବା ମଧ୍ୟ ନିଷେଧ ଅଟେ ।

ପରାଗ ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷକୁ କଟା କଟି କରନ୍ତୁ । ସମସ୍ତ ଧାରୁଆ ଜିନିଷ ଠାରୁ ଦୂରେଇ ରୁହନ୍ତୁ । ନଚେତ ଏହାର ପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧା ସଳଖ ପଡିବ । ପରାଗ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହି । ଏହି ସମୟରେ ବାହାରକୁ ମଧ୍ୟ ବାହାରନ୍ତୁ ନାହି ।

ଏହି ସମୟରେ ଭଗବାନଙ୍କର ଯେକୌଣସି ମନ୍ତ୍ର ନିଶ୍ଚୟ ଜପ କରନ୍ତୁ । ସୂର୍ଯ୍ୟ ପରାଗ ସମୟରେ ରୋଷେଇ କରନ୍ତି ନାହିଁ । ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ସେବନ କରନ୍ତୁ ନାହିଁ । ସୂର୍ଯ୍ୟ ପରାଗ ସମୟରେ ରନ୍ଧା ଖାଦ୍ଯ ଖାଇଲେ ଏହା ଶରୀର ଉପରେ କୁପ୍ରଭାବ ପକେଇଥାଏ । ଏହି ସମୟରେ ଆପଣ ଶୁଖିଲା ଖାଦ୍ୟ ବା ଫଳ ମୂଳ ଖାଇପାରିବେ ।

ସୂର୍ଯ୍ୟ ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କେଭେ ମଧ୍ୟ କରନ୍ତୁ ନାହିଁ । ଏହି ସୂର୍ଯ୍ୟ ପରାଗର ସମୟ ବୃଷ ରାଶି, ସିଂହ ରାଶି, ଧନୁ ରାଶି, ଓ ମକର ରାଶି ପାଇଁ ବହୁତ ଶୁଭ ରହିବ । ଆଗାମୀ ଦିନଗୁଡିକ ଏମାନଙ୍କ ପାଇଁ ବହୁତ ଶୁଭଫଳ ଆଣିଦେବ । କର୍କଟ, ତୁଳା, ବିଛା ଏବଂ ମିନ ରାଶି ପାଇଁ ଏହି ସୂର୍ଯ୍ୟ ପରାଗଟି ଅଶୁଭ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *