ସ୍ଵାମୀ ସ୍ତ୍ରୀ କଳହ କରିବା ଭୁଲିଯିବେ ମାତ୍ର 2 ମିନିଟ ପାଇଁ ଦେଖନ୍ତୁ ଏହାକୁ- Ajira Anuchinta 

ନମସ୍କାର ବନ୍ଧୁଗଣ, ସଂସାରରେ ଘର କରି କାହା ଘରେ ବା କଳି ଝଗଡା ନଥାଏ । ଛୋଟ ମୋଟ କଳି ଝଗଡା ତ ସମସ୍ତଙ୍କ ଘରେ ହୁଏ । ସେହିଭଳି ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ମଧ୍ୟ ବେଳେ ବେଳେ କଳହ ହୋଇଥାଏ । କିନ୍ତୁ ଯଦି ଏହି କଳହ ସବୁବେଳେ ଆପଣଙ୍କ ମଧ୍ୟରେ ଲାଗି ରହେ ତେବେ ଏହା ଆପଣଙ୍କ ସମ୍ପର୍କକୁ ଭାଙ୍ଗିଦେଇଥାଏ ଏବଂ ଆପଣଙ୍କ ଜୀବନରେ ଅଶାନ୍ତି ଆଣିଥାଏ । ତେଣୁ ଜାଣନ୍ତୁ କଣ  କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇନଥାଏ ।

କିଛି ଜାଗାରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିନା କାରଣରେ ଝଗଡା ହୋଇଥାଏ ବା ଅଯଥା ଯୁକ୍ତି ତର୍କ ଲାଗି ରହିଥାଏ । ଯଦି ଏହା ଆପଣଙ୍କ ସହ ସବୁବେଳେ ହେଉଅଛି ତେବେ ଆପଣ ପ୍ରତ୍ୟକ ପୁର୍ଣିମା ଦିନ ସକାଳୁ ଉଠି ସ୍ନାନ କରନ୍ତୁ । ଏହାପରେ ଆପଣଙ୍କ ଘରର ମୁଖ୍ୟଦ୍ଵାରା ସାମ୍ନାରେ କିଛି ଆମ୍ବ ପତ୍ରର ମାଳ କରି ଟାଙ୍ଗନ୍ତୁ । ଦୁଇ ତିନି ଦିନ ପରେ ଯେତେବେଳେ ଏହା ଶୁଖିଯିବ ସେବେ ନେଇ ଏହାକୁ ପାଣିରେ ଭସାଇ ଦିଅନ୍ତୁ ।

ଏହା କରିବା ଫଳରେ ଆପଣଙ୍କ ଘରୁ ଝଗଡା ଦୂରେଇ ଯାଏ । ଦିତୀୟରେ ଜାଣନ୍ତୁ ଆପଣ ନିଜ ଘରେ ଠାକୁର ପୂଜା କରି ସାରିବା ପରେ ପ୍ରତ୍ୟକ ଘରେ ଯାଇ ଶଙ୍ଖ ବଜାନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରେ ସୁଖ ଶାନ୍ତିର ବୃଦ୍ଧି ହୋଇଥାଏ । ଏବଂ ଆପଣଙ୍କ ଘରର ସମସ୍ତ ସଦସ୍ୟ ସୁସ୍ଥ ରହିଥାନ୍ତି । ଏହାସହ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ଆପଣଙ୍କୁ ମିଳିଥାଏ ।

ତୃତୀୟରେ ଜାଣନ୍ତୁ, ଆପଣ ପୁର୍ଣିମା ଦିନ ସକାଳୁ ଉଠି ଶୀଘ୍ର ସ୍ନାନ କରନ୍ତୁ । ଏହାପରେ ଆପଣ ଖଣ୍ଡ ହଲଦିକୁ ବାଟନ୍ତୁ । ଏହି ହଳଦୀ ବଟାରେ ଆପଣ ନିଜ ଘରର ମୁଖ୍ୟ ଦ୍ଵାରରେ ଓମ ଲେଖନ୍ତୁ । ଏହା ଆପଣଙ୍କ ଝଗଡାର ଚିନ୍ତାକୁ ଦୂର କରିବ । ଚତୁର୍ଥରେ ଜାଣନ୍ତୁ, ଆପଣ ନିଜ ଘରେ ଲାଫିଙ୍ଗ ବୁଦ୍ଧଙ୍କୁ ଆଣି ରଖନ୍ତୁ । ଏହାକୁ ଆପଣ ନିଜେ କିଣି ଆଣି ଘରେ ରଖନ୍ତୁ ।

କାହାଦ୍ଵାରା ଦିଆଯାଇଥିବା ଲାଫିଙ୍ଗ ବୁଦ୍ଧଙ୍କ ଉପହାରର କୌଣସି ପ୍ରଭାବ ନଥାଏ । ଘରେ ରଖିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୁହଁ ସର୍ବଦା ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଆଡକୁ ରଖିବା ଦରକାର । ଏହା କରିବା ଫଳରେ ଆପଣଙ୍କ ଘରକୁ ସୁଖ ଶାନ୍ତିର ଆଗମନ ହୋଇଥାଏ ।

ପଞ୍ଚମରେ ଜାଣନ୍ତୁ, ନିଜ ଘରର ଅଦରକାରୀ ଜିନିଷ ଗୁଡିକୁ ଆପଣ ଘରୁ ବାହାର କରିଦିଅନ୍ତୁ । କାରଣ ଏହିସବୁ ଜିନିଷ ଆପଣଙ୍କୁ ଘରକୁ ନକରାତ୍ମକ ଊର୍ଜାକୁ ପ୍ରବେଶ କରାଇବାରେ ସାହାର୍ଯ୍ୟ କରିଥାଏ । ଯାହା ଫଳରେ ଆପଣଙ୍କ ଘରେ କଳି ଝଗଡାର ବାତାବରଣ ଆରମ୍ଭ ହୋଇଯାଏ । ଆପଣ ଏହି ସମସ୍ତ କଥାକୁ ନିହାତି ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *