ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ, ଜାଣନ୍ତୁ କିଛି ଖାସ୍ କଥା- Swapna Shastra

ବନ୍ଧୁଗଣ ଆମେ ସ୍ଵପ୍ନ ମାଧ୍ୟମରେ ଆମେ ଆମର ମନର ଲୁଚି ରହିଥିବା ଇଚ୍ଛାକୁ ଦେଖିଥାଉ । ଆମେ କେଉଁ ପ୍ରକାରର ସ୍ଵପ୍ନ ଦେଖନ୍ତି ତାହା ଆମ ହାତରେ ନ ଥାଏ । ଆମକୁ କୌଣସି ପ୍ରକାରର ସ୍ଵପ୍ନ ଆସିପାରେ । କେବେ କେବେ ସ୍ଵପ୍ନ ନିରର୍ଥକ ହୋଇଥାଏ ତ ଆଉ କେବେ ଈଶ୍ବରୀୟ ସଂକେତ ମିଳିଥାଏ । ଆମର ପ୍ରାଚୀନ ଗ୍ରନ୍ଥ ଓ ପୁରାଣରେ ସ୍ଵପ୍ନକୁ ମହତ୍ଵ ଦିଆଯାଇଛି । ଯାହାର ଅଲଗା ଅର୍ଥ ରହିଛି । ଆଜିକା ସମୟରେ ସ୍ଵପଙ୍କୁ ଭ୍ରମ ତଥା ମାୟା ମାନାଯାଏ ।

ଆଉ ଗୋଟେ ପଟେ ଈଶ୍ବରଙ୍କ ତରଫରୁ ଘଟିବାକୁ ଥିବା ଘଟଣା ସମ୍ପର୍କରେ ସ୍ଵପ୍ନ ଦର୍ଶାଇଥାଏ । ଆଜି ଆମେ ଆପଣଙ୍କୁ ଭଗବାନଙ୍କ ସ୍ଵପ୍ନ ଦେଖିଲେ କଣ ଅର୍ଥ ହୋଇଥାଏ ତାହା କହିବୁ । ଆଜିର କଳିଯୁଗରେ ମଣିଷ ସାଧାରଣ ପ୍ରୟାସରେ ଭଗବାନଙ୍କ ଦର୍ଶନ କରିପାରିବ । କିଛି ସ୍ଵପ୍ନ ମଧ୍ୟରୁ ଭଗବାନ ଙ୍କ ସ୍ଵପ୍ନ ମଧ୍ୟ ଅନ୍ୟତମ ଅଟେ । ଇଶ୍ଵର ଆମ ସ୍ଵପ୍ନରେ ଆସିବା ଓ ସାକ୍ଷାତ ଦର୍ଶନ ଦେବା ଏହା ଆମ ସମସ୍ତଙ୍କର ଇଚ୍ଛା ହୋଇଥାଏ । କିନ୍ତୁ ଏହା କେବଳ ପୁଣ୍ୟବାନ ଲୋକଙ୍କ ପାଇଁ ସମ୍ବବା ହୋଇଥାଏ ।

ଏହି କଳିଯୁଗରେ ଈଶ୍ବରଙ୍କ ସାକ୍ଷାତ ଦର୍ଶନ ପାଇବା ସମ୍ଭବ ଅଟେ । ଏଥିପାଇଁ ଆପଣଙ୍କୁ ପ୍ରତି ଦିନ ବ୍ରହ୍ମ ମୂହୁର୍ତ୍ତ ରୁ ଉଠି ଈଶ୍ଵରଙ୍କ ନାମ ନେବା ସହ ତାଙ୍କ ସ୍ବରୂପର କଳ୍ପନା କରିବା ଉଚିତ । ଏହା ଦ୍ଵାରା ଦିନେ ନା ଦିନେ ଭଗବାନଙ୍କ ସାକ୍ଷାତକାର ହୋଇପାରେ । ସ୍ଵପ୍ନ ରେ ଯଦି କୁଳଦେବୀ ବା ଦେବତାଙ୍କ ଦର୍ଶନ ହୋଇଯାଏ ତ ଏହା ଆମ ପାଇଁ ବହୁତ ବଡ ସୌଭାଗ୍ୟର କଥା ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଐଶ୍ଚର୍ଜ୍ୟ ପ୍ରାପ୍ତ ହୋଇଥାଏ । ଧ୍ୟାନ ରଖିବେ ଭଗବାନ ଆମର ସବୁବେଳେ ପରୀକ୍ଷା ନେଇଥାନ୍ତି ।

ସେ ଆମକୁ ଦର୍ଶନ ନ ଦେଲେ ବି ସର୍ବଦା ରହିଥାନ୍ତି । ଭୁଲ କରିବା ଦ୍ଵାରା ଭଗବାନ କିଛି ସଂକେତ ଦେଇଥାନ୍ତି ଯାହାକୁ ମନାଇବା ଉଚିତ । ସମୟ ଆସିବା ମାତ୍ରେ ଇଶ୍ଵର ଆମର ପରୀକ୍ଷା ନେଇଥାନ୍ତି । ଯଦି ସ୍ଵପ୍ନ ରେ ଅଲଗା ଅଲଗା ଈଶ୍ବରଙ୍କ ଦର୍ଶନ ହେବ ଅଲଗା ଅଲଗା ସଂକେତ ଇମିଳିଥାଏ । ଯଦି ସ୍ଵପ୍ନରେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଙ୍କ ମଧ୍ୟରୁ କେହି ଦେଖାଯାଏ ତେବେ ଧନ ଲାଭର ସୂଚନା ମିଳିଥାଏ । ଯଦି ଦୁଇ ଅଜଣା ଦମ୍ପତିରେ ଦେଖା ଦିଅନ୍ତି ତେବେ ଦାମ୍ପତ୍ୟ ଜୀବନରେ ଥିବା ସବୁ ସମସ୍ୟା ଦୂର ହୋଇଥାଏ ।

ସେହି ପ୍ରକାରରେ ମା ସରସ୍ବତୀଙ୍କ ଦର୍ଶନ ସ୍ଵପ୍ନରେ ହେଲେ ବିଦ୍ୟା ଓ ଚାକିରି ର ଯୋଗ ରହିଥାଏ । ସ୍ଵପ୍ନରେ ମାତାଙ୍କର କୌଣସି ରୂପର ଦର୍ଶନ ହୁଏ ତେବେ ଜୀବନରେ ଶକ୍ତିର ସଂଚାର ହୁଏ । ଭଗବାନ କୃଷ୍ଣଙ୍କ ଦର୍ଶନ ସ୍ଵପ୍ନରେ ହେଲେ ଜୀବନରେ ଉନ୍ନତି ହୁଏ ।

ଭଗବାନ ହନୁମାନଙ୍କ ଦର୍ଶନ ହେଲେ ଶତ୍ରୁଙ୍କ ଠାରୁ ବିଜୟ ପ୍ରାପ୍ତ ଏବଂ ମହାଦେବଙ୍କ ଦର୍ଶନ ହେଲେ ସବୁ ରୋଗରୁ ମୁକ୍ତି ମିଳେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *