ଠାକୁରଙ୍କୁ ପୂଜା କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 7ଟି ଭୁଲ, ନଚେତ ଧୀରେ ଧୀରେ ହୋଇଯିବେ ଭିକାରୀ

ଘରର ମୁଖ୍ୟ ସ୍ଥାନ ହେଉଛି ଘରର ପୂଜା ଘର । ପୂଜା ଘରେ ଠାକୁରଙ୍କ ପୂଜା କରିବା ଦ୍ୱାରା ଘରେ ନକାରତ୍ମକ ଜିନିଷ ର ପ୍ରବେଶ ହୋଇ ନଥାଏ । ଘରେ ସର୍ବଦା ସକାରତ୍ମକ ଜାରି ରହିବ । ଘରେ ଦେବା ଦେବୀଙ୍କ ଯାତାୟତ ହେବା ଦ୍ୱାରା ଘରେ ସକାରତ୍ମକ ଉର୍ଜା ର ବାସ ହୋଇଥାଏ ।

ଘରେ ଯଦି ଠାକୁର ପୂଜା ଭଲ ଭାବେ ହୋଇଥାଏ ତେବେ ସେହି ଘରେ ଦେବା ଦେବୀଙ୍କ ଆର୍ଶୀବାଦ ସର୍ବଦା ରହି ଥାଏ । ସେହି ଘରର ସଦସ୍ୟଙ୍କ ଉପରେ ସର୍ବଦା ଦେବା ଦେବୀଙ୍କ କୃପା ଦୃଷ୍ଟି ରହି ଥାଏ । ହେଲେ ଠାକୁର ଘରେ ପୂଜା କରିବା ସମୟରେ କିଛି ନିୟମ ମାନିବାକୁ ପଡି ଥାଏ । ଏହି ନିୟମ ଗୁଡିକ ନ ମାନିଲେ ଯେତେ ପୂଜା ଅର୍ଚ୍ଚନା କଲେ ମଧ୍ୟ କୌଣସି ଦେବା ଦେବୀ ସନ୍ତୁଷ୍ଟ ହୋଇ ନଥାନ୍ତି ।

ତେଣୁ ସେହି ନିୟମ ବିଷୟରେ ଜାଣିବା ନିହାତି ଆବଶ୍ୟକ । ପ୍ରଥମ ନିୟମ ହେଉଛି ଯେଉଁମାନେ କଳାଧନ ବା ଅନ୍ୟାୟରେ ଆୟ କରୁଥିବା ପଇସା ଯେପରି ରହେ ନାହିଁ ସେହିପରି ପୂଜା କରିବା ସମୟରେ କେବେବି କାହା ବିଷୟରେ ମନ ରେ ଖରାପ ଚିନ୍ତା କରିବା ଉଚିତ ନୁହେଁ । ଏହା ଦ୍ୱାରା ସେହି ପୂଜା ର କୌଣସି ଅର୍ଥ ନ ଥାଏ । ସେହି ବ୍ୟକ୍ତି ମାନଙ୍କୁ କେବେବି ଦେବା ଦେବୀଙ୍କ ଆର୍ଶୀବାଦ ମିଳି ନଥାଏ ।

ଦ୍ଵିତୀୟ ନିୟମ କେବେବି ପୂଜା କରିବା ସମୟରେ ନୀଳ ବା କଲା ରଙ୍ଗର ଵସ୍ତ୍ର ପରିଧାନ କରି ପୁଜା କରିବେ ନାହିଁ । ଆପଣ ନାଲି ବା ଧଳା ରଙ୍ଗର ଵସ୍ତ୍ର ପରିଧାନ କରି ପୂଜା କରିପାରିବେ ଏହା ଅତ୍ୟନ୍ତ ଶୁଭ ଅଟେ । ଆପଣ ଅଲଗା ରଙ୍ଗର ଵସ୍ତ୍ର ପରିଧାନ କରିଲେ ମଧ୍ୟ ଚଳିବ କିନ୍ତୁ କଳା ଓ ନୀଳ ରଙ୍ଗର ଵସ୍ତ୍ର ପରିଧାନ କରି ଭୁଲରେ ପୂଜା କରିବେ ନାହିଁ । ତୃତୀୟ ନିୟମ ପୂଜା କରିବା ସମୟରେ କେବେବି କାହା ଉପରେ ରାଗିକି ବା ଅଶାନ୍ତି ହୋଇ ପୂଜା କରିବେ ନାହିଁ ।

କାରଣ ଅଶାନ୍ତ ମନ ରେ ପୂଜା କରିଲେ ସେ ପୂଜା ସାର୍ଥକ ହୋଇ ନଥାଏ । ମନକୁ ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କ ନିକଟରେ ସମର୍ପଣ କରିଦେବା ଉଚିତ । ଚତୁର୍ଥ ନିୟମ ଯେଉଁ ବ୍ୟକ୍ତିମାନେ ମୃତ ଶବକୁ ଛୁଇଁକି ଠାକୁର ଘରେ ପ୍ରବେଶ ଓ ଠାକୁର ପୂଜା କରନ୍ତି ସେମାନଙ୍କ ଘରେ ରୋଗ ଓ ବ୍ୟାଧି ବଢିଥାଏ ତେଣୁ ସର୍ବଦା ସ୍ୱଚ୍ଛ ହୋଇ ପୂଜା କରିବେ । ପଞ୍ଚମ ନିୟମ ଯେଉଁ ବ୍ୟକ୍ତିମାନେ ଠାକୁର ପୂଜା କରିବା ସମୟରେ ଶଙ୍ଖ ଓ ଘଣ୍ଟି ବଜାଇନଥାନ୍ତି ସେହି ପୂଜା ସଫଳ ହୋଇ ନଥାଏ ।

ଷଷ୍ଠ ନିୟମ ପୂଜା କରିବା ସମୟରେ ପୂଜା ଘରେ ବା ଘରେ ମଧ୍ୟ କେବେବି କଳି ଝଗଡା କରିବା ଉଚିତ ନୁହେଁ ଏହା ଦ୍ୱାରା ମା ଲଷ୍ମୀ କ୍ରୋଧ କରିଥାନ୍ତି ଓ ସେହି ଘରୁ ଦେବାଦେବୀ ପଳାଇଥାଆନ୍ତି । ସପ୍ତମ ନିୟମ କେବେବି ଅନ୍ଧାରରେ ଠାକୁରଙ୍କୁ ଛୁଇଁବା ବା ପୂଜା କରିବା ଉଚିତ ନୁହେଁ । ସର୍ବଦା ଆଲୋକ ରେ ଠାକୁର ପୂଜା କରିବା ଉଚିତ । ଏହି ସବୁ ନିୟମ ନ ମାନିବା ଦ୍ୱାରା ଆପଣଙ୍କ ଘରୁ ମା ଲଷ୍ମୀ ପଳାଇବେ ଘରେ କଳହ ଅଶାନ୍ତି ଲାଗି ରହିବ । ଅର୍ଥ ଅଭାବ ବଢିବ । ଦାରିଦ୍ର୍ୟତା ମଧ୍ୟ ଦେଖାଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *