ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ କିଛି ଗୁପ୍ତ ରହସ୍ୟ, ଯାହା ଆଗରୁ ଆପଣ ଜାଣି ନଥିବେ  

ଚିତ୍ରା ନଖେତ୍ରର ତୃତୀୟ ଓ ଚତୁର୍ଥ ପାଦ ସ୍ଵାତି ଓ ବିଶାଖା ନଖେତ୍ରର ପ୍ରଥମ ତିନୋଟି ପାଦରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ତୁଳା ରାଶି ହୋଇଥାଏ । ରାଶିର ସଙ୍କେତ ତୁଳା ଦଣ୍ଡ ହୋଇଥାଏ । ଏହି ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତି ଅନେକ ଗୁଣରେ ପାରଦର୍ଶିତା ଅଟନ୍ତି । ସର୍ବଜନ ପ୍ରିୟ, ମଧୁର ଭାସି, ବହୁ ମୁଖି, ପରିଶ୍ରମୀ, ବୁଦ୍ଧି ମନ୍ତ କୌଶଳୀ, ବୁଦ୍ଧି ମନ୍ତ, କଳା ବିଦ୍ୟା ସଂଗୀତ ପ୍ରିୟ, ରାଜନୀତିଜ୍ଞ, ବିଚାରବନ୍ତ, ମାନି ଧାର୍ମିକ,କୃପଣ ଲୋଭସକ୍ତ, କ୍ରୋଧୀ , ଆମିଷ ପ୍ରିୟ । ସବୁବେଳେ ଉନ୍ନତି କରିବା ପାଇଁ ବିଭିନ ପ୍ରକାର ପ୍ରୟାସ କରିଥାନ୍ତି । ଏହି ରାଶି ରଜ ଗୁଣର ପ୍ରତୀକ ଅଟେ । ଶୂକ୍ରଗ୍ରହ ଏହି ରାଶିର ଅଧିପତି ଅଟନ୍ତି ।

ଆପଣ ପ୍ରାୟ ସୁଦୃଶ ଚେହେରା ସମ୍ପର୍ଣ ବ୍ୟକ୍ତି, କ୍ଷୀଣ କାୟ, ଦୀର୍ଘ ନାଶା, ବିସ୍ତୃତ କପାଳ , ବଳିଷ୍ଠ ମାଂସ ପେଶୀ ଯୁକ୍ତ ତୀକ୍ଷଣ ମେଦ ସମ୍ପୃକ୍ତ ଅଟନ୍ତି । ଏହି ରାଶିର ବ୍ୟକ୍ତିଙ୍କ ଅଙ୍ଗରେ କୌଣସି କ୍ଷତ ଥିବାର ଦେଖାଯାଇଥାଏ । ଆପଣଙ୍କର ଦୁର୍ବଳତା ଅନେକ ସମୟରେ ଦେଖାଯାଇଥାଏ । ଆପଣ ଜଣେ ନ୍ୟାୟ ପରାୟଣ ବ୍ୟକ୍ତି ହୋଇଥାନ୍ତି । ଅନ୍ୟାୟ ବିରୁଦ୍ଧରେ ଲଢିବା ପାଇଁ ଆପଣ ଜଣେ ଯଶ ବୀର ଅଟନ୍ତି । ଜଟିଳ ସମସ୍ୟାକୁ ଧର୍ଯ୍ୟର ସହିତ ସମାଧାନ କରି ପାରନ୍ତି । ଏମାନେ ବହୁତ ଯୁକ୍ତିବାଦୀ ଆଉ ତର୍କ ବୀର ହୋଇଥାନ୍ତି । ଭ୍ରମଣ କରିବାକୁ ଏମାନେ ବହୁତ ଭଲ ପାଇଥାନ୍ତି ।

ପ୍ରେମ ଜୀବନରେ ଏମାନେ ବହୁତ ଧୋକା ଖାଇଥାନ୍ତି । ଏହି ରାଶିର ପୁରୁଷା ଓ ମହିଳା ସବୁବେଳେ ପ୍ରଭୁତ୍ଵ ବିସ୍ତାର କରିବାକୁ ଚାହିଁ ଥାନ୍ତି । ନିଜର ଅହଂ ଭାବ ଲାଗି ଜୀବନ ସାଥି ସହିତ ମନୋମାଳିନ୍ୟ ଘଟିଥାଏ । ଯଦି ଉତ୍ତମ ଜୀବନ ସାଥି ମିଳିଯାଆନ୍ତି ତେବେ ଜୀବନ ବହୁତ ଖୁସିରେ ବ୍ଯତୀତ ହେବ । ଏହି ରାଶିର ବ୍ୟକ୍ତିଙ୍କୁ ମିଥୁନ ଓ କୁମ୍ଭ ରାଶିର ବ୍ୟକ୍ତି ଅତ୍ୟନ୍ତ ପ୍ରୟୋଜନ ହୋଇଥାଏ । ଯଦି ଏହି ରାଶିରେ ଆପଣ ବିବାହ କରିଥାନ୍ତି ତେବେ ଆପଣଙ୍କ ଜୀବନ ନିଶ୍ଚତ ଭାବରେ ସୁଖମୟ ହୋଇଥାଏ ।


ଆପଣ ଜଣେ ରକ୍ଷଣ ଶୀଳ ଓ ସଂସ୍କାର ବିରୋଧୀ ହୋଇଥାନ୍ତି । ପ୍ରତେକ କାର୍ଯ୍ୟରେ ନ୍ୟାୟକୁ ଖୋଜି ବସିଥାନ୍ତି । ପରିବାରର ମତ ଗୋଟିଏ ପଟେ ଥିବା ବେଳେ ଆପଣଙ୍କୁ ଅନେକ ବିରୋଧ କରିଥାନ୍ତି । ଆପଣ ସାଧାରଣତଃ ବହୁତ ଭଦ୍ର ଓ ଶିଷ୍ଟ ହୋଇଥାନ୍ତି । ଆପଣ ସମଯରେ ସବୁଠାରେ ଆଦରଣୀୟ ହୋଇପାରିଥାନ୍ତି । ପରକୁ ଆପଣାର କରି ଚଳିବାକୁ ଭଲ ପାଇଥାନ୍ତି । ଆପଣ ଅନ୍ୟ ନିକଟରେ ବନ୍ଧୁତ୍ଵ ପ୍ରଦାନ କରିପାରିଥାନ୍ତି । ଶତ୍ରୁଙ୍କୁ କାବୁ କରିବାରେ ଏମାନେ ସିଦ୍ଧହସ୍ତ । ଆଧ୍ୟାତ୍ମିକ କାର୍ଯ୍ୟରେ ଅନେକ ମନ ନିବେଶ କରିଥାନ୍ତି । ସମାଜର ଉନତି ନିମନ୍ତେ ବହୁତ ପ୍ରଚେଷ୍ଟା କରିଥାନ୍ତି ।

Leave a Reply

Your email address will not be published. Required fields are marked *